ଆଶାରାମ ବାପୁଙ୍କ ଆଶ୍ରମରେ ନାବାଳିକାଙ୍କୁ ହତ୍ୟା! କାର୍‌ ଭିତରୁ ମିଳିଲା ଗଳିତ ଶବ; ୪ ଦିନ ହେବ ଘରୁ ଥିଲେ ନିଖୋଜ

ଉତ୍ତର ପ୍ରଦେଶର ଗୋଣ୍ଡାସ୍ଥିତ ଆଶାରାମ ବାପୁଙ୍କ ଆଶ୍ରମ ପରିସରରୁ ଜଣେ ନାବାଳିକାଙ୍କ ମୃତଦେହ ମିଳିଛି। ଘଟଣା ଚାରିଆଡ଼େ ପ୍ରଚାରିତ ହୋଇଯିବା ପରେ ଘଟଣାସ୍ଥଳରେ ବହୁ ସଂଖ୍ୟାରେ ଲୋକେ ରୁଣ୍ଡ ହୋଇଥିଲେ। ଏ ନେଇ ଖବର ପାଇ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ମିଳିଥିବା ସୂଚନା ମୁତାବକ, ନାବାଳିକା ଜଣକ ୪ ଦିନ ତଳୁ ନିଜ ଘରୁ କେଉଁଆଡ଼େ ନିଖୋଜ ହୋଇ ଯାଇଥିଲେ। ଏବେ ତାଙ୍କ ମୃତଦେହ ଆଶ୍ରମ ପରିସରରେ ଅନେକ ଦିନରୁ ରହିଥିବା ଏକ କାର୍‌ ଭିତରୁ ମିଳିଛି।

ଖବର ରହିଛି, କାର୍‌ ଭିତରୁ ଦୁର୍ଗନ୍ଧ ଆସିବାରୁ ଆଶ୍ରମର ଚୌକିଦାର ଗାଡ଼ି ପାଖକୁ ଯାଇଥିଲେ। ଯେତେବେଳେ ସେ ଡୋର୍‌ ଖୋଲିଥିଲେ ତ ଭିତରୁ ନାବାଳିକାଙ୍କ ଗଳିତ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହାପରେ ସଙ୍ଗେ ସଙ୍ଗେ ଏ ନେଇ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି କାର୍‌ ସହ ପୂରା ଆଶ୍ରମକୁ ସିଲ୍‌ କରି ଦେଇଛି ଏବଂ ଘଟଣାର ତଦନ୍ତ ଆରମ୍ଭ କରିଛି।

ପୋଲିସ କହିଛି କି, ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ନାବାଳିକାଙ୍କୁ ହତ୍ୟା କରି ମୃତଦେହକୁ ଏଠାରେ ଲୁଚାଇ ଦିଆଯାଇଥିଲା। ଘଟଣା ଘଟିଛି ନଗର କୋତବାଲିର ବିମୋର ଗାଁରେ ଥିବା ଆଶାରାମ ବାପୁଙ୍କ ଆଶ୍ରମରେ। ବର୍ତ୍ତମାନ ପୋଲିସ ଓ ଫରେନସିକ୍‌ ଟିମ୍‌ ଆଶ୍ରମ ଏବଂ ଗାଡ଼ିର ଯାଞ୍ଚ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.