ଇଏ କିଭଳିଆ ମାନସିକତା: ପୁଣି ଅଲୋଡା ହେଲା ନବଜାତ କନ୍ୟା, ଅଖାରେ ବନ୍ଧା ହୋଇଥିବା ଅବସ୍ଥାରେ ଉଦ୍ଧାର

କୋରାପୁଟ(କେନ୍ୟୁଜ): ସେମିଳିଗୁଡାରେ ଅଭାବନୀୟ ଘଟଣା । ନବଜାତ କନ୍ୟା ସନ୍ତାନ ବୁଦା ମଧ୍ୟରୁ ଉଦ୍ଧାର । ସେମିଳିଗୁଡା ମହାବିଦ୍ୟାଳୟ ନିକଟ ବୁଦା ମଧ୍ୟରୁ ନବଜାତ କନ୍ୟା ସନ୍ତାନକୁ ଉଦ୍ଧାର କରାଯାଇଛି। ଏକ ଅଖା ମଧ୍ୟରେ ବନ୍ଧାହୋଇଥିବା ଅବସ୍ଥାରେ ଉଦ୍ଧାର ହୋଇଥିବା ସୂଚନା ମିଳିଛି। ଶିଶୁଟିର କାନ୍ଦ ଶୁଣି ସେହି ନିଜଟରେ ଥିବା କୁଛି ଯୁବକ ଶିଶୁ କନ୍ୟାଟିକୁ ପ୍ରଥମେ ଦେଖିଥିଲେ। ଏନେଇ ତୁରନ୍ତ ସେମିଳିଗୁଡା ଥାନାକୁ ସୂଚନା ଦେଇଥିଲେ ।

ସୁନାବେଡା ଥାନା ପୋଲିସ ଓ ଚାଇଲଡ ଲାଇନ ଘଟଣା ସ୍ଥଳରେ ପହଁଚି ନବଜାତକୁ ଉଦ୍ଧାର କରି ପ୍ରଥମେ ହସପିଟାଲରେ ଭର୍ତି କରିଥିଲେ । ପରେ କୋରାପୁଟ ଶହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସପିଟାଲ SNCU ରେ ଶିଶୁ କନ୍ୟାକୁ ସ୍ଥାନାନ୍ତର କରାଯାଇଥିଲା । ଏ ନେଇ କୋରାପୁଟ ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାସ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.