ଜୁନ୍ ଓ ଜୁଲାଇରେ ଆସିବ କୋଭିଡ ଫୋର୍ଥ ୱେଭ୍: କର୍ଣ୍ଣାଟକ ସ୍ବାସ୍ଥ୍ୟ ମନ୍ତ୍ରୀ

ବର୍ତ୍ତମାନ ସମଗ୍ର ବିଶ୍ବରେ କିଛି ମାତ୍ରାରେ କୋଭିଡ ମାମଲା କମୁଥିବା ବେଳେ ଚୀନରେ ଏହା ଅଧିକ ବ୍ୟାପିବାରେ ଲାଗିଛି। ଏମିତି କିଛି ଦିନ ପୂର୍ବରୁ କୋଭିଡର ଆଉ ଏକ ନୂତନ ଭାରିଏଣ୍ଟ XE ଭାରିଏଣ୍ଟ ଆସିଛି। ଏହି ଭାରିଏଣ୍ଟ ପ୍ରାୟ ୮ ଟି ଦେଶରେ ଦେଖା ଯାଇଛି। ତେବେ ଏକ କଅଧ୍ୟୟନରୁ ଜଣାପଡିଛି ଯେ କୋଭିଡ – ୧୯ ର ଚତୁର୍ଥ ଲହର ଜୁନ୍-ଜୁଲାଇରୁ ଆରମ୍ଭ ହୋଇ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ ବୋଲି କର୍ଣ୍ଣାଟକର ସ୍ୱାସ୍ଥ୍ୟମନ୍ତ୍ରୀ କେ ସୁଧାକର କହିଛନ୍ତି।

⁠ସେ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। କାରଣ ବର୍ତ୍ତମାନ ଅଧିକ ମାତ୍ରାରେ ଟେଷ୍ଟିଂ କରାଯାଉଛି ଏବଂ ଅନ୍ୟ ଦେଶରୁ ଆସୁଥିବା ଲୋକଙ୍କୁ ସ୍କ୍ରିନିଂ କରାଯାଉଛି। କିନ୍ତୁ ଏବେ ପର୍ଯ୍ୟନ୍ତ ୬ ବର୍ଷରୁ ୧୨ ବର୍ଷର ୫୦୦୦ ଛୋଟ ପିଲା ମଧ୍ୟ ଭ୍ୟାକ୍ସିନ ନେବା ପାଇଁ ସକ୍ଷମ ହୋଇ ନାହାଁନ୍ତି। ତେଣୁ ଖୁବ୍ ଜଲଦି ଟିକାକରଣ କରିବା ଦରକାର ବୋଲି ସେ କହିଛନ୍ତି। ଆହୁରି ୩୨ ଲକ୍ଷ ଲୋକ କୋଭିଡର ଦ୍ବିତୀୟ ଡୋଜ୍ ଏପର୍ଯ୍ୟନ୍ତ ନେଇ ନାହାଁନ୍ତି। ତେଣୁ ଖୁବ୍ ଶୀଘ୍ର ଏହି ଭ୍ୟାକ୍ସିନେସନ୍ ହେବା ଦରକାର। ଯାହାଦ୍ବାରା ଚତୁର୍ଥ ଲହରକୁ ମଧ୍ୟ ମାତ୍ ଦିଆଯାଇପାରିବ।

ଏହା ସହିତ କୋଭିଡର ସମସ୍ତ ଗାଇଡଲାଇନ ମଧ୍ୟ ମାନିବା ଦରକାର। କେ ସୁଧାକର ଏହା ମଧ୍ୟ କହିଛନ୍ତି ଯେ ଭାରତରେ ଡେରିରେ ମଧ୍ୟ ଅନେକ ଟିକା ପହଂଚିଛି ଓ ଏମିତିକି ଅନ୍ୟ ଦେଶ ଗୁଡିକ ତୁଳନାରେ ଭାରତରେ ଯେହେତୁ ଡେରିରେ ଟିକା ପହଁଚିଲା ଅନେକ ସ୍ଥାନରେ ଟିକା ପହଂଚି ପାରିଲା ନାହିଁ, ତେଣୁ ଟିକା କରଣରେ ପ୍ରଥମେ ବିଳମ୍ବତା ଦେଖା ଗଲା କିଂତୁ ଏହା ପରେ ମଧ୍ୟ ଅନେକ ସ୍ଥାନରେ କିପରି ଏକା ସାଙ୍ଗରେ ଅଧିକ ମାତ୍ରାରେ ଟିକାକାରଣ ହେବ ସେହି ବିଷୟରେ ମଧ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଧ୍ୟାନ ଦେଇଛନ୍ତି । ଆଜି ଯଦି ଦେଖାଯାଏ ପ୍ରାୟ ୧୦ ଟି ଟିକା ଅନୁମୋଦନ କରାଯାଇଛି ଭାରତରେ ଏବଂ ଏହା ଭାରତରେ ମଧ୍ୟ ଉପଲବ୍ଧ । ଏହା ଏକ ଗର୍ବର ବିଷୟ ଯେ ସେମାନଙ୍କ ମଧ୍ୟରେ ଗୋଟିଏ ଘରୋଇ ଟିକା ଭାରତ ବାୟୋଟେକ୍ ଦ୍ୱାରା ତିଆରି କୋଭାକ୍ସିନ୍ ।  ତେବେ ବର୍ତମାନ ବାକି ଥିବା ଟିକା କାରଣ ସମ୍ପୂର୍ଣ ହେଲେ କୌଣସି ଅସୁବିଧା ହେବ ନାହିଁ। ଚତୁର୍ଥ ଲହର ସଂକ୍ରମଣକୁ ମଧ୍ୟ ରୋକା ଯାଇପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.