ପଏଣ୍ଟ ଟେବୁଲରେ ୩ନଂ ସ୍ଥାନରେ ରହିଛି ରାଜସ୍ଥାନ, ଆଜି ରାଜସ୍ଥାନ ଠାରୁ ମ୍ୟାଚ ଛଡାଇବା ପାଇଁ ଚେଷ୍ଟା କରିବ ଦିଲ୍ଲୀ

ଆଇପିଏଲ୍‌ ୩୪ ମ୍ୟାଚରେ ଆଜି ପରସ୍ପର ସହିତ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରାଜସ୍ଥାନ ରୟାଲ୍ସ। ମୁମ୍ବାଇର ଓ୍ଵାଙ୍ଖଡେ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ। ଦିଲ୍ଲୀ କ୍ୟାପିଟାଲ୍ସ ଚଳିତ ସିଜିନରେ ୬ଟି ମ୍ୟାଚ ଖେଳିସାରିଛି। ଆଉ ଏଥିରେ ୩ଟି ମ୍ୟାଚ ଜିତିଥିବା ବେଳେ ୩ଟି ମ୍ୟାଚ ହାରିଛି। ଦିଲ୍ଲୀ ପଏଣ୍ଟ ତାଲିକାରେ ୬ ନଂ ସ୍ଥାନରେ ରହିଛି।

ରାଜସ୍ଥାନ ରୟାଲ୍ସ ଚଳିତ ସିଜିନରେ ୭ଟି ମ୍ୟାଚ ଖେଳିସାରିଛି। ଯେଉଁଥିରୁ ୫ଟି ମ୍ୟାଚ ଜିତିଥିବା ବେଳେ ୨ଟି ମ୍ୟାଚ ହାରିଛି। ୫ଟି ମ୍ୟାଚ ଜିତି ରାଜସ୍ଥାନ ୧୦ ପଏଣ୍ଟ ହାସିଲ କରି ପଏଣ୍ଟ ତାଲିକାରେ ୩ ନଂ ସ୍ଥାନରେ ରହିଛି। ଗତ ମ୍ୟାଚ ଦିଲ୍ଲୀ ପଞ୍ଜାବ ସହିତ ଖେଳି ଜିତିଥିଲା। ଡେଭିଡ ଓ୍ଵାର୍ଣ୍ଣରଙ୍କ ଦମଦାର ବ୍ୟାଟିଂ ଦିଲ୍ଲୀକୁ ସହଜ ବିଜୟ ଦେଇଥିଲା। ସେହିପରି ରାଜସ୍ଥାନ ରୟାଲ୍ସ ପୂର୍ବ ମ୍ୟାଚ କୋଲକତା ସହିତ ଖେଳିଥିଲା।

ସେପଟେ ଦିଲ୍ଲୀ କ୍ୟାପିଟାଲ୍ସର ଅଲରାଉଣ୍ଡର ମିଶେଲ ମାର୍ଶଙ୍କ ଆରଟି-ପିସିଆର ଟେଷ୍ଟ ପଜିଟିଭ ହୋଇଛନ୍ତି। ମିଶେଲ ମାର୍ଶଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି। ମିଶେଲଙ୍କ ବ୍ୟତୀତ ଦିଲ୍ଲୀ କ୍ୟାପିଟାଲ୍ସର ସହଯୋଗୀ ଷ୍ଟାଫ ମଧ୍ୟ ପଜିଟିଭ ହୋଇଛନ୍ତି। ନିକଟରେ ଦିଲ୍ଲୀ କ୍ୟାପିଟାଲ୍ସର ଫିଜିଓ କରୋନା ସଂକ୍ରମିତ ହୋଇଥିଲେ। ଏହାଛଡା ୨ ଜଣ ସହଯୋଗୀ ଷ୍ଟାଫ ମଧ୍ୟ ପଜିଟିଭ ହୋଇଥିଲେ। ଫଳରେ ଟିମରେ ଏକ ପ୍ରକାର ଭୟର ବାତାବରଣ ଦେଖାଦେଇଛି। କ୍ୟାପିଟାଲ୍ସର ଅଲରାଉଣ୍ଡର ମିଶେଲ ମାର୍ସ ପଜିଟିଭି ଚିହ୍ନଟ ହେବା ପରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି।

ଦିଲ୍ଲୀ କ୍ୟାପିଟାଲ୍ସ : ଡେଭିଡ ଓ୍ଵାର୍ଣ୍ଣର, ପୃଥ୍ଵୀ ଶ, ମିଶେଲ ମାର୍ସ, ଋଷଭ ପନ୍ତ, ଲଲିତ ଯାଦବ, ଅକ୍ଷର ପଟେଲ, ଶାର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ, ମସ୍ତିଫିଜୁର ରହମାନ, ଖଲୀଲ ଅହମ୍ମଦ, ରୋଓମ୍ୟାନ ପାଓ୍ଵଲ ।

ରାଜସ୍ଥାନ ରୟାଲ୍ସ : ଜୋସ ବଟଲର, ଯଶସ୍ୱୀ ଜୟସଓ୍ଵାଲ, ଦେବଦତ୍ତ ପାଡିକିଲ୍ଲ, ସଞ୍ଜୁ ସାମସନ୍, ଶିମ୍ରନ ହେଟମିୟର, ଜେମ୍ସ ନିଶାମ, ରବିଚନ୍ଦ୍ରନ ଅଶ୍ୱିନ, ନବଦୀପ ସାଇନି, ଟ୍ରେଣ୍ଡ ବୋଲ୍ଡ, ପ୍ରଣନ୍ଦ କୃଷ୍ଣ, ଯୁଜବେନ୍ଦ୍ର ଚହଲ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.