ଖରାଦିନରେ ସମସ୍ତଙ୍କୁ ବିଜୁଳି ଟେନସନ ଲାଗିରୁହେ। ଅସହ୍ୟ ଗରମରୁ ରକ୍ଷା ପାଇବା ପାଇଁ କେହି ଏସି ଉପରେ ନିର୍ଭର କରନ୍ତି ତ ଅନ୍ୟ କେହି କୁଲର। ଯାହା ପାଖରେ ବେଶି ବଜେଟ ନାହିଁ ସେ କେବଳ ଫ୍ୟାନ ଲଗାଇ ବସେ। ଏମିତିରେ ଦିନ ରାତି ୨୪ ଘଣ୍ଟା ଫ୍ୟାନ ଚାଲିବା ମଧ୍ୟ ସ୍ୱଭାବିକ। ଆଉ ଯଦି ଲାଇନ କଟିଯାଏ ତେବେ କଥା ସରିଲା। ଏପଟେ ଗରମ କୁ ସେପଟେ ଅନ୍ଧାର। ମୋବାଇଲରେ ଯଦିଓ ଫ୍ଲାଶ ଲାଇଟ ରହୁଛି ତେବେ ବି ଆମେ ତାକୁ ବେଶି ସମୟ ପର୍ଯ୍ୟନ୍ତ ଲଗାଇ ରଖିପାରିବା ନାହିଁ। ନଚେତ୍ ଫୋନ ବନ୍ଦ ହୋଇଯିବ। ଏହିସମୟରେ ବିଜୁଳି ଚିନ୍ତା ନଥିଲେ ମଧ୍ୟ ଗରମ ଓ ଚିଡ଼ଚିଡ଼ା ପଣ ଆରମ୍ଭ ହୋଇଯାଏ।
ତେବେ ଲାଇନ କଟିଗଲେ ଗରମରୁ ରକ୍ଷା ପାଇବା କଷ୍ଟ ହେଲେ ବି ଅନ୍ଧାରରୁ କିଛି ମାତ୍ରାରେ ରକ୍ଷା ମିଳିଯାଏ। ଫ୍ଲାସ ଲାଇଟରୁ ହେଉ ଅବା ଟର୍ଚ୍ଚ ଲାଇଟ। ଅବା ଅନ୍ୟ ବ୍ୟାଟେରୀ ଚାଳିତ ଲାଇଟ। ତେବେ ଏହାର ଲିମିଟ ମଧ୍ୟ କିଛି ସମୟ ପାଇଁ ଥାଏ। ଏବେ କିନ୍ତୁ ଖରାକୁ ଧ୍ୟାନରେ ରଖି ସୋଲାର ପାଓ୍ଵାର ଲାଇଟ ତିଆରି କରାଯାଉଛି। ବିଶେଷ ଭାବେ ଖରାଦିନ ମାନଙ୍କରେ ଏହାର ଡିମାଣ୍ଡ ବେଶି ବଢ଼ିଯାଏ। ତେଣୁ ଲୋକଙ୍କ ଚାହିଦାକୁ ଦେଖି ଜିନିଷର ଦର ବୃଦ୍ଧି ହେବା ମଧ୍ୟ ସ୍ୱଭାବିକ।
ଖରାଦିନରେ ଫ୍ୟାନ ଠୁ ଆରମ୍ଭ କରି ଏସି ପର୍ଯ୍ୟନ୍ତ ସବୁ କିଛି ଲାଗାତାର ଚାଲୁ ରୁହେ। ଯେଉଁଥିରେ ବିଜୁଳି ବିଲ ଦୁଇଗୁଣା ଅଧିକ ଆସେ। କିନ୍ତୁ ଏବେ ଆପଣ ସ୍ମାର୍ଟ ତରିକାରେ ବିଜୁଳି ଖର୍ଚ୍ଚକୁ କମାଇପାରିବେ। ସୋଲାର ଏନର୍ଜି ସାହାଯ୍ୟରେ ଆପଣ ଏହା କରିପାରିବେ। ସୋଲାର ସେନସର ଓ୍ଵାଲ ଲାଇଟ। ଯାହା ସୂର୍ଯ୍ୟଙ୍କ ତାପମାତ୍ରା ଦ୍ୱାରା ଚାର୍ଜ ହୁଏ। ଏହାକୁ ଆପଣ କାନ୍ଥରେ ଲଗାଇପାରିବେ। ଘର ଅନ୍ଧାର ହେବା ମାତ୍ରେ ଏହି ଲାଇଟ ଜଳିବ। ଏଥିରେ ଆପଣଙ୍କୁ ମୋସନ ସେନସର, ସୋଲାର ପ୍ୟାନେଲ ସହ ଏକ ଲାଇଟ ସେନସର ମିଳିବ। ମାର୍କେଟରେ ଅନେକ ସୋଲାର ଲାଇଟ ଆଭିଲେଭଲ ରହିଛି। ଆପଣ ଚାହିଁଲେ ଏହାକୁ ଫ୍ଲିପକାର୍ଟରେ କିଣିପାରିବେ। ଏଥିରେ ଲାଗିଥିବା ବ୍ୟାଟେରୀ ଖରାରେ ଚାର୍ଜ ହୁଏ । ଅନ୍ଧାର ହେବା ମାତ୍ରେ ସେନସର ଅନ ହୋଇଯାଏ।
ଏଥିରେ ଥିବା ସେନସର ଖୁବ ଜରବଦସ୍ତ ଟେକନିକର । କାରଣ କେହି ଯଦି ଏହାର ସାମ୍ନାରେ ଚାଲିଯାଏ ତେବେ ଏହା ଜଳିବାକୁ ଆରମ୍ଭ କରେ। ଏହାକୁ ଆପଣ ୩୦୦ ଟଙ୍କାରେ ବଜାରରୁ କିଣିପାରିବେ। ଅନଲାଇନରେ ଏହାକୁ ୨୪୫ ଟଙ୍କାରେ କିଣିପାରିବେ।