ରାଜଧାନୀରେ ଆଉ ଗଡ଼ିବନି କାଗଜ ପତ୍ର ନଥିବା ଅଟୋ, ଚେକିଂକୁ ଜୋରଦାର କରିଛି କମିଶନରେଟ ପୋଲିସ

ଭୁବନେଶ୍ବର(କେନ୍ୟୁଜ୍): ରାଜଧାନୀରେ ଅଟୋ ଚାଳକ ସାବଧାନ । ବିନା କାଗଜ ପତ୍ରରେ ରାସ୍ତାରେ ଅଟୋ ଚଲାଇଲେ ଗାଡିକୁ ଅଟକ ରଖିବ ପୋଲିସ । ୨୮ ଟି ଅଟୋକୁ ଅଟକ ରଖିଲା ଟ୍ରାଫିକ ଥାନା ପୋଲିସ । ଦୁଇ ଦିନ ମଧ୍ୟରେ ଏହିସବୁ ଗାଡିକୁ ଜବତ କରିଛି ଟ୍ରାଫିକ ଥାନା ପୋଲିସ । ଅଟୋର ଫିଟନେସ ,ଇନ୍ସୁରାନ୍ସ, ଡ୍ରାଇଭିଂ ଲାଇସେନ୍ସ ନଥବାରୁ ଗାଡିକୁ ଅଟକ ରଖିଲା ପୋଲିସ । ରାଜଧାନୀର ୧୦ ଟି ଅଞ୍ଚଳରୁ ଅଟକ ରଖିଛି ପୋଲିସ ।
ସମସ୍ତ ଅଟୋର କାଗଜ ପତ୍ର ଯାଞ୍ଚ ଚାଲିଛି। ଆଗକୁ ଏହି ଚେକିଂ ଆହୁରି ଜୋର ଦାର ହେବ ବୋଲି ସୂଚନା ମିଳିଛି । ଅଟକ ରହିଥିବା ଗାଡି ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସମସ୍ତ କାଗଜପତ୍ର ଦେଖାଇ ଅଟୋ ଗୁଡିକୁ ନେଇ ପାରିବେ ମାଲିକ । ନହେଲେ ଆଇନ ଅନୁଯାୟୀ ଗାଡି ଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.