୮୦ ବର୍ଷ ପରେ ଚନ୍ଦ୍ରଗ୍ରହଣ ଦିନ ପଡୁଛି ଏଭଳି ସଂଯୋଗ, ଏହି ରାଶିର ବ୍ୟକ୍ତି ବିଶେଷ ରୁହନ୍ତୁ ସାବଧାନ

ଚଳିତବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଆଜି ହେଉଛି। ଚନ୍ଦ୍ରଗ୍ରହଣ ବୈଶାଖ ମାସ ପୂର୍ଣ୍ଣିମା ତିଥି ବିଶାଖା ନକ୍ଷତ୍ର ଏବଂ ବୃଷ ରାଶିରେ ମଧ୍ୟ ଲାଗିବ। ଚଳିତବର୍ଷ ବୁଦ୍ଧ ପୂର୍ଣ୍ଣିମା ଦିନ ଚନ୍ଦ୍ର ଗ୍ରହଣ ଲାଗୁଛି। କୁହାଯାଉଛି ଗ୍ରହ ଓ ନକ୍ଷତ୍ର ମଧ୍ୟରେ ୮୦ ବର୍ଷ ପର ଏପରି ସଂଯୋଗ ହେଉଛି। ଯାହାଦ୍ୱାରା ଅନେକ ରାଶି ଉପରେ ବିଶେଷ ପ୍ରଭାବ ମିଳିବ। ଚଳିତବର୍ଷ ଚନ୍ଦ୍ରଗ୍ରହଣ ସୋମାବାର ପଡୁଥିବାରୁଏହି ଦିନ ଭଗବାନ ଶିବଙ୍କୁ ପୂଜା କରି ଧଳା ଜିନିଷ ଦାନ କରିବା ଦ୍ବାରା ଚନ୍ଦ୍ରଗ୍ରହଣର ଖରାପ ପ୍ରଭାବରୁ ବର୍ତ୍ତି ପାରିବେ ।

ଚନ୍ଦ୍ରଗ୍ରହଣ ସମୟରେ ଚନ୍ଦ୍ର ପୀଡିତ ହୋଇଯାଇଥାନ୍ତି । ଚନ୍ଦ୍ରଗ୍ରହଣର ପ୍ରଭାବ ମନୁଷ୍ୟ ଉପରେ ଅଧିକ ପଡିଥାଏ । ତେଣୁ ଚନ୍ଦ୍ରଗ୍ରହଣ ସମୟରେ କେଉଁ କେଉଁ ରାଶି ଉପରେ ପ୍ରଭାବ ପଡିବ ଆପଣ ନିଶ୍ଚିତ ଜାଣିବା ଉଚିତ।

ବୃଷ : ଚନ୍ଦ୍ରଗ୍ରହଣ ପରେ ଆପଣଙ୍କ ଜୀବନରେ କିଛି ସମୟ ଯାଏଁ ହଲଚଲ ସ୍ଥିତି ହୋଇପାରେ । ଚାକିରି, ବ୍ୟବସାୟ ଏବଂ କ୍ୟାରିୟର କ୍ଷେତ୍ରରେ କିଛି ବାଧାବିଘ୍ନ ଅନୁଭବ କରିପାରନ୍ତି । ଧନ ସମ୍ବନ୍ଧୀୟ ମାମଲାରେ ମନ ମୁତାବକ ଲାଭ ପ୍ରାପ୍ତ କରିବାର ସମ୍ଭାବନା କମ୍ ରହିବ । ଚିକିତ୍ସାରେ କୌଣସି ପ୍ରକାରର ଅବହେଳା କରନ୍ତୁନାହିଁ ।

କର୍କଟ : ବର୍ଷର ପ୍ରଥମ କର୍କଟ ରାଶି ଜାତକ ବ୍ୟକ୍ତିଙ୍କ ଉପରେ ବେଶ ପ୍ରଭାବ ପକାଇବ। ଏହି ରାଶିର ବ୍ୟକ୍ତି ସନ୍ତାନଙ୍କ ସହିତ ଜଡିତ ସମସ୍ୟାର ସାମ୍ନା କରିବାକୁ ପଡିପାରେ। ଏହି ଗ୍ରହଣ ପିଲାର କ୍ୟାରିଅର ଏବଂ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ମଧ୍ୟ ପକାଇବ।

zodiac sign
Image Credit: The Daily California

କନ୍ୟା  : ଘନିଷ୍ଠ ସଂପର୍କରେ କିଛି ସମସ୍ୟାର ସାମ୍ନା କରିବାକୁ ପଡିପାରେ । ବଡ ଭାଇଭଉଣୀଙ୍କ ସହ ସମ୍ପର୍କ ଭଲ ରଖିବାକୁ ଚେଷ୍ଟା କରନ୍ତୁ । ଅର୍ଥ ସଞ୍ଚୟ ପାଇଁ କରାଯାଇଥିବା ସମସ୍ତ ପ୍ରୟାସରେ ନକାରାତ୍ମକ ପରିଣାମ ଦେଖିବାକୁ ମିଳିପାରେ । ଏହି ସ୍ଥିତି ଆପଣଙ୍କ ବୈବାହିକ ଜୀବନକୁ ପ୍ରଭାବିତ କରିପାରେ । ମାନସିକ ଚାପ ଏବଂ ଅଜ୍ଞାତ ଭୟ ଯୋଗୁଁ ଆତ୍ମବିଶ୍ବାସ ମଧ୍ୟ ହ୍ରାସ ପାଇପାରେ ।

ତୁଳା : ଏହି ଚନ୍ଦ୍ରଗ୍ରହଣ ତୁଳା ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ମଧ୍ୟ ପ୍ରଭାବ ପକାଇବ। ଯଦି କୌଣସି କାମ ପାଇଁ ଅଧିକ ଉତ୍ସାହିତ ରହିଛନ୍ତି, ତେବେ ଆଖି ବୁଜି କାହାକୁ ବିଶ୍ୱାସ ନ କରିବା ଭଲ। ନିଜ କଥାବାର୍ତ୍ତା ଉପରେ ସଂଯମତା ରକ୍ଷା କରନ୍ତୁ।

ବିଛା : ଗ୍ରହଣ ସମୟରେ ସବୁଠୁ ଅଧିକ ପ୍ରଭାବ ବିଛା ରାଶି ଉପରେ ପଡିବାକୁ ଯାଉଛି । ଏହି ସମୟରେ କିଛି କଷ୍ଟର ସାମ୍ନା କରିବାକୁ ପଡିପାରେ । ପ୍ରତିଦ୍ୱନ୍ଦୀମାନେ ଆପଣଙ୍କୁ ସମସ୍ୟାରେ ପକାଇପାରନ୍ତି । ଆପଣଙ୍କ ଲାଭକୁ ମଧ୍ୟ ପ୍ରଭାବିତ କରିପାରନ୍ତି । ଏଥିପାଇଁ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲଭାବେ ପରଖିନିଅନ୍ତୁ । ଜୀବନସାଥୀଙ୍କ ପରାମର୍ଶ କାମରେ ଆସିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.