Below header

‘ତାରକ ମେହେତା କା ଉଲ୍‌ଟା ଚଷମା’ ଛାଡ଼ିଲେ ବବିତାଜୀ ଓରଫ୍‌ ମୁନ୍‌ମୁନ୍‌ ଦତ୍ତା! ଏହି ରିଆଲିଟି ଶୋ’ରେ ଆସିବେ ନଜର

ଦୀର୍ଘ ବର୍ଷ ହେଲାଣି ଦର୍ଶକଙ୍କ ମନୋରଞ୍ଜନ କରି ଆସୁଥିବା ଶୋ’ ‘ତାରକ ମେହେତା କା ଉଲ୍‌ଟା ଚଷମା’କୁ ନେଇ ପ୍ରତିଦିନ କିଛି ନା କିଛି ଖବର ସାମ୍ନାକୁ ଆସୁଛି। ଏବେ ଶୁଣିବାକୁ ମିଳୁଛି ଯେ ବବିତାଜୀ ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ମୁନ୍‌ମୁନ୍‌ ଦତ୍ତା ଶୋ’ ଛାଡ଼ିବାକୁ ମନ ବଳାଇଛନ୍ତି। ‘ତାରକ ମେହେତା କା ଉଲ୍‌ଟା ଚଷମା’ରେ ମୁନ୍‌ମୁନ୍‌ ଦତ୍ତା ବବିତାଜୀ ଭୂମିକାରେ ଅଭିନୟ କରୁଛନ୍ତି। ଜେଠା ଲାଲ ଓ ବବିତା ଜୀଙ୍କ କେମେଷ୍ଟ୍ରି ଦର୍ଶକଙ୍କର ଖୁବ୍‌ ମନୋରଞ୍ଜନ କରିଥାଏ। ଦୀର୍ଘ ଦିନ ହେଲାଣି ବବିତା ଜୀ ଏହି ଶୋ’ ସହ ଜଡ଼ିତ ଅଛନ୍ତି।

ମୁନ୍‌ମୁନ୍‌ ଦତ୍ତା ଶୋ’ ଛାଡ଼ୁଥିବା ଖବର ତାଙ୍କ ଫ୍ୟାନ୍‌ଙ୍କ ମନ ଦୁଃଖ କରିପାରେ। କିନ୍ତୁ ଏହା ସତ। ଏହି ଶୋ’ରେ ଦର୍ଶକେ ତାଙ୍କୁ ନିହାତି ଭାବେ ଖୁବ୍‌ ମିସ୍‌ କରିବେ।

ମୁନ୍‌ମୁନ୍‌ ଦତ୍ତାଙ୍କ ଫ୍ୟାନ୍‌ ଫଲୋୟର୍ସଙ୍କ ସଂଖ୍ୟା ବହୁତ ଅଧିକ। ସୋସିଆଲ ମିଡିଆରେ ତାଙ୍କୁ ଚାହୁଁଥିବା ଲୋକଙ୍କ ତାଲିକା ବି ଖୁବ୍‌ ଲମ୍ବା। ମୁନ୍‌ମୁନ୍‌ ଦତ୍ତାଙ୍କର ଏହି ଲୋକପ୍ରିୟତାକୁ ଦେଖି ତାଙ୍କୁ ବିଗ୍‌ବସ୍‌ ଓଟିଟି ସିଜନ୍‌ ୨ର ଅଫର ମିଳିଛି। ଖବର ଆସୁଛି ଯେ ସେ ଏହି ରିଆଲିଟି ଶୋ’ ପାଇଁ ତାରକ ମେହେତା କା ଉଲ୍‌ଟା ଚଷମାକୁ ଛାଡ଼ିଛନ୍ତି। ତେବେ ଏ ନେଇ ମୁନ୍‌ମୁନ୍‌ ଦତ୍ତାଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।

ସୂଚନାଯୋଗ୍ୟ ଯେ ତାରକ ମେହେତା କା ଉଲ୍‌ଟା ଚଷମା ଶୋ’ର ଜବରଦସ୍ତ ଫ୍ୟାନ୍‌ ଫଲୋୟର୍ସ ଅଛନ୍ତି। ଏହି ଶୋ’ ସହ ଜଡ଼ିତ ସବୁ ଅପଡେଟ୍‌ ଫ୍ୟାନ୍‌ମାନେ ପାଇବାକୁ ଚାହାନ୍ତି। ପୂର୍ବରୁ ଶୋ’ରେ ତାରକ ମେହେତା ଭାବେ ଅଭିନୟ କରୁଥିବା ଶୈଳେଶ ଲୋଧା ସିରିୟଲକୁ ଅଲବିଦା କହୁଥିବା ଖବର ସାମ୍ନାକୁ ଆସିଥିଲା। ଶୋ’ର ଲିଡ୍‌ ଅଭିନେତା ଶୈଳେଶ ସୁଟିଂ ବି ଆସିବା ବନ୍ଦ କରି ଦେଇଥିଲେ। ସେ ଗତ ମାସରୁ ହିଁ ଆଉ ସୁଟିଂ ସେଟ୍‌କୁ ଆସୁ ନାହାନ୍ତି। ତାଙ୍କୁ କିଛି ଭଲ ଅଫର ମିଳିଥିବାରୁ ସେ ଏହି ସିରିୟଲକୁ ଛାଡ଼ୁଥିବା ଚର୍ଚ୍ଚା ହେଉଛି। ତାରକ ମେହେତାରେ କାମ କରିବା ବେଳେ ସେ ଅନ୍ୟ ପ୍ରୋଜେକ୍ଟରେ କାମ କରିପାରୁନଥିଲେ। ଏଥିପାଇଁ ସେ ଅନେକ ଭଲ ଭଲ ଶୋ’କୁ ଛାଡ଼ିଛନ୍ତି। କିନ୍ତୁ ଏବେ ଆଉ ସେ କୌଣସି ସୁଯୋଗକୁ ହାତ ଛଡ଼ା କରିବାକୁ ଚାହୁଁ ନାହାନ୍ତି। ଏଣୁ ତାରକ ମେହେତା କା ଉଲ୍‌ଟା ଚଷମା ଶୋ’ ଛାଡ଼ୁଥିବା ଜଣାଯାଇଛି।

Also Read: ପୁଣିଥରେ ତାରକ ମେହେତା କା ଉଲ୍‌ଟା ଚଷମାକୁ ଫେରୁଛନ୍ତି ଦୟାବେନ୍‌, ସ୍ପଷ୍ଟ କଲେ ନିର୍ମାତା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.