ପୁଣିଥରେ ତାରକ ମେହେତା କା ଉଲ୍‌ଟା ଚଷମାକୁ ଫେରୁଛନ୍ତି ଦୟାବେନ୍‌, ସ୍ପଷ୍ଟ କଲେ ନିର୍ମାତା

ତାରକ ମେହେତା କା ଉଲ୍‌ଟା ଚଷମାର ଦର୍ଶକଙ୍କ ପାଇଁ ଖୁସି ଖବର। ଫେରୁଛନ୍ତି ଶୋ’ର ସବୁଠୁ ଲୋକପ୍ରିୟ କଳାକାର ଦୟା। ଏ ନେଇ ଶୋ’ ନିର୍ମାତାଙ୍କ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇଛି। ଟିଭି ଇଣ୍ଡଷ୍ଟ୍ରୀର ସବୁଠୁ ଲୋକପ୍ରିୟ ଶୋ’ ହେଉଛି ତାରକ ମେହେତା କା ଉଲ୍‌ଟା ଚଷମା। ପିଲାଠୁ ବୟସ୍କଙ୍କ ପର୍ଯ୍ୟନ୍ତ, ସମସ୍ତେ ଏହି ସିରିୟଲକୁ ଖୁବ୍‌ ପସନ୍ଦ କରିଥାନ୍ତି। ବିଗତ ୧୩ ବର୍ଷ ଧରି ଏହି ଶୋ’ ଦର୍ଶକଙ୍କୁ ହସାଇବା ସହ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଜେଠାଲାଲ୍‌, ବାପୁଜୀ, ତାରକ ମେହେତା ପ୍ରମୁଖ କଳାକାରଙ୍କ ମଧ୍ୟରେ ଜଣେ ଏମିତି ବି ଭୂମିକା ଅଛି, ଯିଏ ଗତ ୪ ବର୍ଷ ହେଲାଣି ଶୋ’ରୁ ଗାଏବ ଥିଲେ ମଧ୍ୟ ଦର୍ଶକ ଏବେ ବି ତାଙ୍କୁ ମନେ ରଖିଛନ୍ତି। ସେ ହେଉଛନ୍ତି ଦୟାବେନ୍‌। ଏହି ଭୂମିକାରେ ଦିଶା ବକାନୀ ଅଭିନୟ କରୁଥିଲେ। କିନ୍ତୁ ଗତ ୪ ବର୍ଷ ହେଲାଣି ସେ ଆଉ ନଜର ଆସୁ ନାହାନ୍ତି।

୨୦୧୫ ମସିହାରେ ଦିଶା ବକାନୀ ବିବାହ କରିଥିଲେ। ବିବାହ ପରେ ୨୦୧୭ ମସିହାରେ ସେ ଏକ ଝିଅ ଜନ୍ମ ଦେଇଥିଲେ। ଏହା ପରଠାରୁ ହିଁ ସେ ଶୋ’ରୁ ଦୂରେଇ ରହିଛନ୍ତି। ତେବେ ବର୍ତ୍ତମାନ ଖବର ଆସିଛି ଯେ ପୁଣିଥରେ ତାରକ ମେହେତା କା ଉଲ୍‌ଟା ଚଷମାକୁ ଫେରୁଛନ୍ତି ଦିଶା ବକାନୀ ଓରଫ୍‌ ଦୟା। ଏ ନେଇ ଶୋ’ର ନିର୍ମାତା ଅସିତ ମୋଦି ସୂଚନା ଦେଇଛନ୍ତି।

ଅସିତ୍‌ ମୋଦି କହିଛନ୍ତି- ଦୟାବେନ୍‌ ଭୂମିକାକୁ ପୁଣି ଥରେ ନ ଫେରାଇ ଆଣିବାକୁ ଆମ ପାଖରେ କିଛି କାରଣ ନାହିଁ। ୨୦୨୦ ଓ ୨୦୨୧ ଆମ ସମସ୍ତଙ୍କ ପାଇଁ ଏକ କଷ୍ଟଦାୟକ ମୁହୂର୍ତ୍ତ ଥିଲା। କିନ୍ତୁ ଏବେ ସବୁ ଜିନିଷ ଧୀରେ ଧୀରେ ବଦଳୁଛି। ଭଲ ଆଡ଼କୁ ଆମେ ଗତି କରୁଛେ। ୨୦୨୨ ମସିହାର କୌଣସି ଏକ ଭଲ ସମୟରେ ଆମେ ଦୟାବେନ୍‌ ଭୂମିକାକୁ ପୁଣି ଥରେ ଶୋ’କୁ ଆଣିବୁ। ଦର୍ଶକେ ପୁଣିଥରେ ଜେଠାଲାଲ ଓ ଦୟାବେନ୍‌ଙ୍କ ଯୋଡ଼ିକୁ ପରଦାରେ ଦେଖିପାରିବେ।

ତେବେ ଦୟା ବେନ୍‌ ପୁଣି ଥରେ କେବେ ଶୋ’କୁ ଫେରୁଛନ୍ତି ସେ ନେଇ ନିର୍ମାତା କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି। କିନ୍ତୁ ତାଙ୍କ କହିବାନୁସାରେ, ଖୁବ୍‌ ଶୀଘ୍ର ଦିଶା ତାରକ ମେହେତା କା ଉଲ୍‌ଟା ଚଷମା ସିରିୟଲକୁ ଫେରୁଛନ୍ତି। ସେ ଫେରିବା ପରେ ମନୋରଞ୍ଜନ ଆହୁରି ବଢ଼ିବ ବୋଲି ଆଶା ରଖିଛନ୍ତି ନିର୍ମାତା।

Also Read: ‘ମୁଁ ହିନ୍ଦୁ, ମୋ ଇଚ୍ଛା ହେଲେ ଗୋମାଂସ ଖାଇପାରିବି, ମୋତେ କହିବାକୁ ତମେ କିଏ’: ବିବାଦୀୟ ବୟାନ ଦେଲେ କର୍ଣ୍ଣାଟକ ପୂର୍ବ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.