୨୫ ମେ ରେ ଲାଗୁ ହେଲା ସରକାରଙ୍କ ନୂଆ ନିୟମ, ଏବେ ବିନା ପାନ୍‌ ଓ ଆଧାର କାର୍ଡରେ ଆପଣ ଟଙ୍କା ଜମା କରିପାରିବେ ନାହିଁ

ଦେଶରେ ଲାଗୁ ହେବାକୁ ଯାଉଛି ବ୍ୟାଙ୍କ ଓ ପୋଷ୍ଟ ଅଫିସକୁ ନେଇ ନୁଆ ନିୟମ। ଏବେ ଏହି ସବୁ ସେକ୍ଟରରେ ଅଧିକ ଟଙ୍କା ଜମା କଲେ ଆପଣଙ୍କ ପାନ ଓ ଆଧାର କାର୍ଡ ଦେଖାଇବା ବାଧ୍ୟତାମୂଳକ ହେବ।

ଚଳିତ ବର୍ଷ ଆର୍ଥିକ କାରବାରକୁ ନେଇ ଡିପାର୍ଟମେଣ୍ଟ ତରଫରୁ ନୂଆ ନିୟମ ଆରମ୍ଭ ହୋଇଛି। ଏହି ନିୟମ ଅନୁଯାୟୀ ଆପଣ ୨୦ ଲକ୍ଷ ଟଙ୍କା କିମ୍ବା ତାଠାରୁ ଅଧିକ ଟଙ୍କା ଜମା କଲେ ଆପଣଙ୍କୁ ଆଧାର ସହ ପାନ କାର୍ଡକୁ ଦେଖାଇବାକୁ ହେବ। ଏହି ନିୟମ ଗତ ବୁଧବାର ମାନେ ୨୫ ମେ ରେ ଲାଗୁ ହୋଇଛି। କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ CBDT ତରଫରୁ ଏହି ଅଧିସୂଚନା ଜାରି କରାଯାଇଛି। ଏମିତିରେ ବ୍ୟାଙ୍କ , ଡାକଘର କିମ୍ବା ସହକାରୀ ସୋସାଇଟି ରେ ଖୋଲାଯାଇଥିବା ଗୋଟିଏ କିମ୍ବା ତାଠରୁ ଅଧିକ ଆକାଉଣ୍ଟ ସବୁଥିରେ ଏହି ନିୟମ ଲାଗୁ ହେବ। ପ୍ରତ୍ୟେକ କଷ୍ଟମର୍ସ ଏହି ନିୟମର ପାଳନ କରିବାକୁ କୁହାଯାଇଛି।

କିନ୍ତୁ ଚଳିତ ବର୍ଷ ୨୬ ମେ ପୂର୍ବରୁ ହୋଇଥିବା ଲେଣ ଦେଣ ଉପରେ ଏହି ନିୟମ ଲାଗୁ ହେବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ତେବେ ବି ସମସ୍ତ ବ୍ୟାଙ୍କ କର୍ମଚାରୀ ପ୍ରତ୍ୟେକ ଗ୍ରାହକଙ୍କ ଆକାଉଣ୍ଟ କାମ କରିବା ସମୟରେ ପାନ କାର୍ଡ ଯାଞ୍ଚ କରିବା ନିହାତି ଜରୁରୀ।

ଏବେ ପର୍ଯ୍ୟନ୍ତ ଆକା ଉଣ୍ଟରେ କୌଣସି ରାଶି ଜମା କରିବାର ନିର୍ଦ୍ଦିଷ୍ଟ ସୀମା ନଥିଲା। ଯେଉଁଥିରେ କି ପାନ ଓ ଆଧାର କାର୍ଡ ଯାଞ୍ଚ କୁ ଜରୁରୀ କରାଯିବ । ଏମତିରେ ପୂର୍ବରୁ ଅନେକ ବଡ଼ ଆମାଉଣ୍ଟର ରାଶିକୁ ଟ୍ରାନ୍ସଫର କରାଯାଇଛି। କେବଳ ୫୦ ହଜାର ଟଙ୍କା ଡିପୋଜିଟ କିମ୍ବା Withdral ଉପରେ ନିୟମ ଲାଗୁ ଥିଲା।

ଏବେର ନୂଆ ନିୟମ ପଛରେ କାରଣ ମଧ୍ୟ ରହିଛି । ଏମିତିରେ ଟଙ୍କା ଲେଣ ଦେଣ କରିବାର ସବୁ ତଥ୍ୟ ସମ୍ପର୍କରେ ସମସ୍ତ ସୂଚନା ଷ୍ଟୋର ହୋଇ ରହିବ। ଏହି ନିୟମ ବ୍ୟାଙ୍କ, ଡାକଘର ସମେତ ସମସ୍ତ ସହକାରୀ ସୋସାଇଟିରେ ଲାଗୁ ହେବ। ଏହାସହ ଯଦି ଆପଣ ନୂା ଖାତା ଚାଲୁ କରୁଛନ୍ତି ତେବେ ପାନ କାର୍ଡ ଜରୁରୀ ହେବ।

ଏହି ବ୍ୟବସ୍ଥା ଅନୁଯାୟୀ ସରକାର ଅର୍ଥବ୍ୟବସ୍ଥା ଉପରେ କଡା ଦୃଷ୍ଟି ରଖିପାରିବେ ।ଅବୈଧ ରୂପେ ଟଙ୍କା ହେରାଫେରି କୁ ମଧ୍ୟ ରୋକିପାରିବେ। AIS ଓ TDS ଅନ୍ତର୍ଗତ ସେକ୍ସନ ୧୯୪ଏନ୍‌ ଜରିଆରେ ସରକାର ପୂର୍ବରୁ ହିଁ ଏସବୁ ଟ୍ରାକ କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଏବେର ନୂଆ ନିୟମ ପରେ ଏହା ଅତି ସହଜ ହୋଇଯିବ।

ସୂଚନା ଅନୁଯାୟୀ ବିମୁଦ୍ରୀକରଣ ବା ଡିମନିଟାଇଜେସନ୍‌ ପରେ ଛୋଟ ରାଶିରେ ଲେଣଦେଣ ପ୍ରକ୍ରିୟା ବୃଦ୍ଧି ପାଇଛି। ଆଉ ଏହାକୁ ଏକାଥରେ ଟ୍ରାକ କରିବା ସରାକରଙ୍କ ପକ୍ଷେ ସମ୍ଭବ ହେଉନାହିଁ । ତେଣୁ ଚୋରି ହେଉଥିବାର ସମସ୍ୟା ମଧ୍ୟ ଦେଖାଗଲା। ଏବେ କିନ୍ତୁ ନୂଆ ନିୟମରେ ଗୋଟିଏ ଗୋଟିଏ ଟଙ୍କାକୁ ଟ୍ରାକ କରାଯାଇପାରିବ। ଯାହାଦ୍ୱାରା ସରକାର ଟାକ୍ସ ଚୋରି କୁ ସହଜରେ ଧରି ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.