ବିଶ୍ୱରେ ପ୍ଲାଷ୍ଟିକ ଠାରୁ ଏବେ ଚିନ୍ତାଜନକ ଖାଦ୍ୟସଙ୍କଟ,ଜାଣନ୍ତୁ କେତେ ଦେଶ ଖାଦ୍ୟାଭାବ ସହ ଜୁଝିହେଉଛନ୍ତି

ମଣିଷ ବଞ୍ଚିରହିବା ପାଇଁ ଖାଦ୍ୟ ବସ୍ତ୍ର ବାସଗୃହର ଆବଶ୍ୟକ । ଆଉ ଏହା ଭିତରେ ସବୁଠୁ ବେଶୀ ଗୁରୁତ୍ୱପୂର୍ଣ୍ଣ ହେଉଛି ଖାଦ୍ୟ । ଯାହା ପ୍ରତିଦିନ ଜରୁରି । ଏଥିପାଇଁ ସମସ୍ତଙ୍କୁ ସଂଘର୍ଷ କରିବାକୁ ପଡୁଛି । କାରଣ ଖାଦ୍ୟ ନମିଳିଲେ ମଣିଷଟେ ବ଼ଞ୍ଚିରହିବା ମୁସ୍କିଲ । ହେଲେ ବର୍ତ୍ତମାନ ସମୟରେ ଖାଦ୍ୟ ସଙ୍କଟ ହେଉଛି ସବୁଠୁ ବଡ ସଙ୍କଟ । ଦୁନିଆରେ ବଢୁଥିବା ଖାଦ୍ୟ ସଙ୍କଟ ମଧ୍ୟରେ ବୈଜ୍ଞାନିକମାନେ ଏହାକୁ ରୋକିବାକୁ ଚଳାଇଛନ୍ତି ପ୍ରୟାସ କି କିପରି ଖାଦ୍ୟ ନଷ୍ଟ ହେବାରୁ ରୋକାଯାଇପାରିବ ।

ବର୍ତ୍ତମାନ ସମୟରେ ସମସ୍ତ ଖାଦ୍ୟ ସାମଗ୍ରୀର ମୂଲ୍ୟ ବଢିବାରେ ଲାଗିଛି । ବର୍ଷ ୨୦୦୦ ତୁଳନାରେ ୨୦୨୧ରେ ୧୦୦ରୁ ଅଧିକ ଦେଶ ଏଭଳକି ଯେଉଁଠାରେ ବଡ ଜନସଂଖ୍ୟା ରହିଛି ସେଠାରେ ଖାଦ୍ୟର ଅଭାବ ସହ ଜୁଝି ହେଉଛନ୍ତି ଲୋକେ । ଏହା ଛଡା ସଂଯୁକ୍ତ ରାଷ୍ଟ୍ର ଓ କୃଷି ସଂଗଠନର ଅନୁମାନ ଚିନ୍ତା ବଢାଉଛି । ଏକ ରିପୋର୍ଟ ହିସାବରେ ଅନୁମାନ ଲଗାଯାଇଛି କି ପାଖାପାଖି ୩୦ ପ୍ରତିଶତ ଉତ୍ପାଦନ ଖାଦ୍ୟ ଭାବେ ପ୍ଲେଟ ଯାଏଁ ବି ପହଞ୍ଚାପାରୁନି । ତେଣୁ ଏଥିରେ ବ୍ୟବହାର ହୋଇଥିବା ପାଣି, ଜମି, ଖଣିଜ ପଦାର୍ଥ ଭଳି ସଂସାଧନ ବର୍ବାଦ ହେଉଛି । ଯେଉଁଠାରୁ ଖାଦ୍ୟ ପାଇଁ ପ୍ରସ୍ତୁତି ହେଉଛି ସେଠାରୁ ଖାଦ୍ୟ ଖାଇବା ପର୍ଯ୍ୟନ୍ତ ପହଞ୍ଚିବା ସହଜ ହୋଇପାରୁନି ।

ବିକଶିତ ବା ବିକାଶଶୀଳ ଦେଶମାନଙ୍କରେ ଖାଦ୍ୟ ପଦାର୍ଥର ଅଧିକ ନଷ୍ଟ ହେବା ଜମି ଓ ବିଶେଷକରି ବଜାର ମଧ୍ୟରେ ହୋଇଥାଏ । ଖାଦ୍ୟକୁ ଠିକ ଭାବରେ ନରଖିବା, ଖରାପ ପ୍ୟାକିଙ୍ଗ ଓ ଖାଦ୍ୟ ଶୃଙ୍ଖଳା ପାଇଁ ଏହା ନଷ୍ଟ ହୋଇଥାଏ । ଏମିତିକି ବିକଶିତ ଅର୍ଥବ୍ୟବସ୍ଥା ମଧ୍ୟରେ ଖାଦ୍ୟ ଜିନିଷର ନଷ୍ଟ, ବଜାର ଓ ଖାଦ୍ୟର ତିଆରି ଉପରେ ନିର୍ଭର କରେ । ଅନ୍ୟପଟେ ଲୋକେ ଅଧିକ ଖାଦ୍ୟ କିଣୁଥିବା ବେଳେ ତାକୁ ଠିକ ଭାବରେ ରଖନ୍ତି ନାହିଁ । ତେଣୁ ଖାଦ୍ୟ ସାମଗ୍ରୀକୁ ଭଲ ଭାବରେ ପ୍ୟାକ କରିବାର ଆବଶ୍ୟକତା ରହିଛି । ବର୍ତ୍ତମାନ ଖାଦ୍ୟକୁ ପ୍ଲାଷ୍ଟିକରେ ରଖାଯିବା ଫଳରେ ପ୍ଲାଷ୍ଟିକ ଅପେକ୍ଷା ଖାଦ୍ୟର ସ୍ଥିତି ଏବେ ଚିନ୍ତାଜନକ ।

କହିରଖୁଛୁ କିଛି ଦେଶ ଗୁଡିକ ବିଷୟରେ ଯେଉଁଠାରେ ଖାଦ୍ୟ ନଷ୍ଟ ଅତ୍ୟଧିକ ପରିମାଣରେ ହେବା ଚିନ୍ତା ବଢାଇଲାଣି । ତାମଧ୍ୟରେ ୟୁରୋପ ଓ ଉତ୍ତର ଆମେରିକାରେ ପ୍ରତ୍ୟେକ ବ୍ୟକ୍ତି ବର୍ଷରେ ୯୫ରୁ ୧୧୫କିଲୋ ଖାଦ୍ୟ ଜିନିଷକୁ ବର୍ବାଦ କରୁଥିବାର କୁହାଯାଉଛି । ଦକ୍ଷିଣ ଏସିଆ, ଦକ୍ଷିଣ ପୂର୍ବ ଏସିଆ ଓ ଆଫ୍ରିକାରେ ପ୍ରତ୍ୟେକ ବ୍ୟକ୍ତି ପ୍ରତି ବର୍ଷ ୬ରୁ ୧୧କିଲୋ ଖାଦ୍ୟ ଜିନିଷ ବର୍ବାଦ କରୁଛନ୍ତି । ଏହାଛଡା ଯଦି ଖାଦ୍ୟାଭାବ ଉପରେ ନଜର ରଖାଯାଏ ତେବେ ୨୦୦୭ତୁଳନାରେ ଆଗକୁ ୭୭ପ୍ରତିଶତ ବଢାଇବାର ଆବଶ୍ୟକତା ଅଧିକ ରହିବା ଉଚିତ ।

ଏହାକୁ ନେଇ ଯାହା ପୂର୍ବାନୁମାନ କରାଯାଉଛି କି ଦୁନିଆରେ ଜନସଂଖ୍ୟା ବଢି ସାତ ସହ କୋଟି ରୁ ୨୦୫୦ ଯାଏଁ ଏହା ୯ଶହ କୋଟିରେ ପହଞ୍ଚିବ । ଯାହା ଫଳରେ ଖାଦ୍ୟର ଅପୂର୍ତ୍ତିକୁ ବଢାଇବାକୁ ପଡିବ । ଅନ୍ୟପଟେ ଦେଖିବାକୁ ଗଲେ ଖାଦ୍ୟ ନଷ୍ଟ ହେବାର ଆଉ ଏକ କାରଣ ପ୍ଲାଷ୍ଟିକର ଉତ୍ପାଦନ୧୯୫୦ରୁ ୧୭ଲକ୍ଷ ଟନକୁ ବଢି ୨୦୧୭କୁ ପାଖାପାଖି ୩୪.୮କୋଟି ଟନ ହେଲାଣି ।

ଏହି ପ୍ରସଙ୍ଗକୁ ନେଇ କାର୍ଲଷ୍ଟେଡ ବିଶ୍ୱବିଦ୍ୟାଳୟର ହେଲେନ ୱିଲିୟମ୍ସ କହିଛନ୍ତି କି ଖାଦ୍ୟ ନଷ୍ଟର ବିଶ୍ଲେଷଣ ନକରି ଖାଦ୍ୟର ପ୍ୟାକେଜିଙ୍ଗ କମ କରିବାକୁ ନେଇ ପରିବେଶରେ ସମସ୍ୟା ସୃଷ୍ଟି ହୋଇପାରେ । ଫଲରେ ଖାଦ୍ୟ ଓ ପ୍ୟାକେଜିଙ୍ଗକୁ ଧ୍ୟାନଦେବାର ଆବଶ୍ୟକତା ରହିଛି । ଆରଏମଆଇଟି ୟୁନିଭରସିଟି ସାଇମନ ଲାକରେ କହିଛନ୍ତି କି କେବଳ ପ୍ରଡକ୍ସନ ଓ ପ୍ୟାକେଜିଙ୍ଗ ଦ୍ୱାରା ସବୁ ଠିକ ହେବ ନାହିଁ । ବରଂ ଏହାର ଏକ୍ସପାୟରୀକୁ ନେଇ ବି ପ୍ରସ୍ତୁତି ଆବଶ୍ୟକ । ନାହିଁ ତ ପ୍ୟାକେଜିଙ୍ଗର ମୂଲ୍ୟ ରହିବ ନାହିଁ । ଏହାକୁ ନେଇ ସାଧାରଣ ନାଗରିକ ସଚେତନ ହେବା ସହ ଶିକ୍ଷିତ ହେବାର ଆବଶ୍ୟକତା ରହିଛି । ଯାହାଦ୍ୱାରା ଖାଦ୍ୟକୁ ରିସାଇକିଲିଙ୍ଗ ଅବା ପୁଣିଥରେ କିଭଳି ବ୍ୟବହାର କରାଯାଇପାରିବ ତାକୁ ନେଇ ଜ୍ଞାନ ବଢାଇବା ଆବଶ୍ୟକ ।

କିଛି ଏକ୍ସପର୍ଟଙ୍କର କହିବା କଥା କି ଇଣ୍ଡିକେଟର୍ସ ଓ ସେନ୍ସର୍ସ ଖାଦ୍ୟର ଅପଚୟକୁ କମ କରିପାରିବେ ଓ କଞ୍ଜ୍ୟୁମର ସେଫ୍ଟି ବଢାଇପାରିବେ । ସେମାନଙ୍କ ଇସାରା ଏଭଳି କି ପ୍ୟାକେଜରେ ଯାହା ବେଷ୍ଟ ବିଫୋର ଡେଟସ ରହିଥାଏ ତାକୁ କୌଣସି ବିଶେଷ କରିସ୍ଥିତିରେ ବଦଳାଯିବାର ବିକଳ୍ପ ଥିବାର ମଧ୍ୟ ଜରୁରି । ଯେମିତିକି ବ୍ରେଡ ବେଷ୍ଟ ବିଫୋର ୨ଦିନ ପାଇଁ ରହିଥାଏ କିନ୍ତୁ ଠିକରେ ରଖିବା ଦ୍ୱାରା ଏହା ୩ଦିନ ମଧ୍ୟ ଭଲ ରହିଥାଏ । କିଛି ଡାଏରୀ ପ୍ରଡକ୍ଟ ସହ ମଧ୍ୟ ଏହା ଲାଗୁ ହୋଇପାରିବ । ଅର୍ଥାତ ତାହାକୁ ଠିକରେ ରଖିବା ଦ୍ୱାରା ଏହା ସମ୍ଭବ । ଯାହାକୁ ଆମେ ଖାଦ୍ୟ ବଞ୍ଚାଇବାର ଚେଷ୍ଠା ମଧ୍ୟ କହିପାରିବା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.