ଡ୍ୟୁଟି ସମୟରେ ‘ହିରୋ ତୁ ମେରା ହିରୋ ହୈ’…ଗୀତରେ ମହିଳା କନଷ୍ଟେବଳଙ୍କ ସହିତ ନାଚିଲେ ଦୁଇ ପୁରୁଷ ବନ୍ଧୁ, ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଏକ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ଜଣେ ମହିଳା କନଷ୍ଟେବଲ ନିଜର ଦୁଇ ସାଥିଙ୍କ ସହ ଫିଲ୍ମ ହିରୋ ନଂ ୱାନ ଗୀତ ହିରୋ ତୁ ମେରା ହିରୋ ହୈ …ରେ ଭିଡ଼ିଓ ସୁଟ୍‌ କରୁଥିଲେ। ଯେତେବେଳେ ଲେଡି କନଷ୍ଟେବଳ ଡ୍ୟୁଟିରେ ଥିଲେ ଏହି ରିଲ୍ ତିଆରି କରାଯାଇଥିଲା । ମହିଳା କନଷ୍ଟେବଳ ଜଣକ ଭିଡିଓ କରିଥିବାବେଳେ ଏଥିରେ ଦୁଇଜଣ ପୁରୁଷ କନଷ୍ଟେବଳ ମଧ୍ୟ ନଜର ଆସିଛନ୍ତି। ଭିଡିଓ ଭାଇରାଲ ହେବା ପରେ ପୁଲିସ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତିନି ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛି ।

ଏହି ମାମଲା ଉତ୍ତରପ୍ରଦେଶର ହାରଦୋଇ ଜିଲ୍ଲାର ଶାହାବାଦ ଅଞ୍ଚଳର ବୋଲି ଜଣାପଡିଛି । ପୋଷ୍ଟ ହୋଇଥିବା ମହିଳା କନଷ୍ଟେବଳଙ୍କ ନାମ ହେଉଛି ଭାସୁ ମିଶ୍ର । ସୋସିଆଲ ମିଡିଆରେ କନଷ୍ଟେବଳଙ୍କ ରିଲ ଭିଡିଓ ଆସିବା ପରେ ଏହା ସାମ୍ନାକୁ ଆସିଥିଲା। ଲୋକମାନେ ହ୍ୱାଟ୍ସଆପ୍‌ ଏବଂ ଫେସବୁକ୍ ଷ୍ଟେଟରେ ପୋଲିସ୍ ୟୁନିଫର୍ମରେ ଥାଇ ଫିଲ୍ମ ଗୀତରେ ନିର୍ମିତ ରିଲ୍ ଲଗାଉଛନ୍ତି ବୋଲି କହିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା।

ପ୍ରଥମ ଭିଡିଓରେ ‘ହିରୋ ତୁ ମେରା ହିରୋ ହେ’ ଗୀତରେ ରିଲ କରିଥିବାବେଳେ ଦ୍ୱିତୀୟ ଭିଡିଓରେ ସେ ପୁଲିସ୍ ଜିପ୍ ରେ ବସି ରାଜ ଫିଲ୍ମର ଗୀତରେ ଏକ ରିଲ୍ ତିଆରି କରିଥିଲେ । ଯାହା ଜୋର ସୋର ଭାଇରାଲ ହେଉଛି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏସପି ମହିଳା କନଷ୍ଟେବଳ ଭାସୁ ମିଶ୍ର ଏବଂ ଯୋଗେଶ କୁମାର ଏବଂ ଧର୍ମେଶ ମିଶ୍ରଙ୍କୁ ନିଲମ୍ବିତ କରିଛନ୍ତି।ଏସପି ରାଜେଶ ଦ୍ୱିବେଦୀ କହିଛନ୍ତି ଯେ ଯଦିଓ ଭିଡିଓଗୁଡିକ ପୁରୁଣା ଯାହା ଡିଲିଟ ହୋଇଛି, ତଥାପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.