ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ ପାଇଁ ପହଞ୍ଚିଲା ASIର ୧୩ ଜଣିଆ ଟିମ୍‌, କଳାହାଟ ଦ୍ୱାରର ରୁପା ଛାଉଣୀ କାର୍ଯ୍ୟ ଅନୁଧ୍ୟାନ କରିବେ

କେନ୍ୟୁଜ୍(ବ୍ୟୁରୋ):   ଶ୍ରୀମନ୍ଦିର ଯାଞ୍ଚ କରି ଫେରିଲେ ASI ଟିମ୍‌। ରୋଷଘର ଚଟାଣର ୧୦ ଦିନ ଭିତରେ ସରିବ ମରାମତି। ଗର୍ଭଗୃହ ଭିତରେ କରାଯିବ କ୍ଲିନିଂ। ଜଗମୋହନ ଓ ନାଟମଣ୍ଡପର ସ୍ଥିତି ସଠିକ୍‌ ରହିଛି। କଳାହାଟ ଦ୍ୱାରର ରୂପାଛାଉଣୀ ଶୀଘ୍ର ଶେଷ ହେବ। ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିରୁ ସଂସ୍ଥାପନ ନେଇ ASI ଡିଜିଙ୍କୁ ଚିଠି ଲେଖାଯାଇଛି। ଅନୁମତି ମିଳିବା ପରେ ଖୁବଶୀଘ୍ର ସିସିଟିଭି ଲଗାଯିବ ବୋଲି କହିଛନ୍ତି ASI ଓଡ଼ିଶା ମୁଖ୍ୟ ଅରୁଣ ମଲ୍ଲିକ। ପୁରୀ ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ କରିଛନ୍ତି ପହଞ୍ଚିଲା ASIର ୧୩ ଜଣିଆ ଟିମ୍‌ । ଏଥିରେ ଆଇଆଇଟି ଚେନ୍ନାଇ, ଶ୍ରୀମନ୍ଦିର ବୈଷୟିକ କମିଟି ସଦସ୍ୟ, ଆଇଆଇଟି ଚେନ୍ନାଇର ପ୍ରଫେସର ଅରୁଣ ମେନନ, ଦିଲ୍ଲୀର କଞ୍ଜରଭେସନ ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ଭିମା, ASI ଓଡ଼ିଶା ମୁଖ୍ୟ ଅରୁଣ ମଲ୍ଲିକଙ୍କ ସହ ଅନ୍ୟ ଅଧିକାରୀ ସାମିଲ ଥିଲେ। ରଥଯାତ୍ରା ସମୟରେ ପ୍ରତିବର୍ଷ ବୈଷୟିକ ଟିମ ଦ୍ୱାରା ଗର୍ଭଗୃହ ଯାଞ୍ଚ ଓ ଆବଶ୍ୟକୀୟ ମରାମତି କରାଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.