ଆମେରିକାରେ ସ୍ୱାଧୀନତା ଦିବସ ପରେଡ୍ ସମୟରେ ଗୁଳିକାଣ୍ଡ; ୬ ମୃତ, ୨୪ ଗୁରୁତର
ଚିକାଗୋ: ଆମେରିକାରେ ପୁଣି ବଡ଼ ଧରଣ ଗୁଳିକାଣ୍ଡରେ ୬ ମୃତ। ଏହି ଗୁଳିକାଣ୍ଡରେ ୩୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି। ଏଥିସହ ୨୪ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
अमेरिका की फ्रीडम डे परेड में फायरिंग: शिकागो में हमलावर ने बिल्डिंग की छत से अंधाधुंध गोलियां चलाईं; 6 की मौत, 31 घायल #America #Firinghttps://t.co/Eupha6r8kz pic.twitter.com/GbExfzCkVA
— Dainik Bhaskar (@DainikBhaskar) July 5, 2022
ସୂଚନା ମୁତାବକ, ସ୍ୱାଧୀନତା ଦିବସ ପରେଡ୍ ସମୟରେ ଚିକାଗୋ ସହରରେ ଏହି ଗୁଳିକାଣ୍ଡ ହୋଇଛି। ଇଲିନଏସ୍ ସ୍ଥିତ ହାଇଲାଣ୍ଡ ପାର୍କରେ ସ୍ୱାଧୀନତା ଦିବସ ପରେଡ୍ ହେଉଥିବା ସମୟରେ ଜଣେ ୨୨ ବର୍ଷୀୟ ଦୁର୍ବୃତ୍ତ ଗହଳି ଉପରକୁ ଆଖିବୁଜା ଗୁଳି ଚାଳନା କରିଥିଲା। ଏହି ଘଟଣା ପୂରା ଆମେରିକାକୁ ଦୋହଲାଇ ଦେଇଛି। ଆମେରିକାରେ ବନ୍ଧୁକ କିଣିବା ଉପରେ କଟକଣା ନାହିଁ। ଲୋକମାନେ ଯେକୌଣସି ଦୋକାନକୁ ବି ଯାଇ ବନ୍ଧୁକ କିଣିପାରିବେ। ଫଳରେ ଆମେରିକାରେ ଗୁଳିକାଣ୍ଡ ସଂଖ୍ୟା ବଢ଼ିବାରେ ଲାଗିଛି।
Also Read: ରାଜ୍ୟର ବିଭିନ୍ନ ସ୍ଥାନରେ ଲଘୁଚାପ ବର୍ଷା, ୧୧ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି