ବର୍ଷା ପାଗରେ ବନାନ୍ତୁ ଟେଷ୍ଟି କଶ୍ମୀର ଲଙ୍କା ଚପ୍‌, ସନ୍ଧ୍ୟାରେ ଏକଦମ୍‌ ମଜା ଆସିଯିବ

ଆବଶ୍ୟକ ସାମଗ୍ରୀ

  • ୩ କପ୍‌ ଅଟା
  • ୭ଟି କଶ୍ମୀର ଲଙ୍କା
  • ୩ ବଡ ଚାମଚ୍‌ ଚାଉଳ ଗୁଣ୍ଡ
  • ୩ ବଡ ଚାମଚ୍‌ ତେଲ
  • ଆବଶ୍ୟକ ଅନୁସାରେ ପାଣି
  • ଏକ ଛୋଟ ଚାମଚ୍‌ ଜୁଆଣୀ
  • ୨ ଛୋଟ ଚାମଚ୍‌ ଲାଲ ଲଙ୍କା ପାଉଡର
  • ଆବଶ୍ୟକ ଅନୁସାରେ ଲୁଣ
  • ଆବଶ୍ୟକ ଅନୁସାରେ ହଳଦୀ
  • ଆବଶ୍ୟକ ଅନୁସାରେ ହେଙ୍ଗୁ

ପ୍ରସ୍ତୁତି ପ୍ରଣାଳୀ

  1. ସର୍ବପ୍ରଥମେ ଏକ ବଡ ପାତ୍ର ନିଅନ୍ତୁ। ଏବେ ଏଥିରେ ବେସନ, ଚାଉଳ ଗୁଣ୍ଡ, ହଳଦୀ, ଲାଲ ଲଙ୍କା ପାଉଡର, ହେଙ୍ଗୁ, ସ୍ୱାଦାନୁସାରେ ଲୁଣ ପକାନ୍ତୁ ଏବଂ ସବୁ ଜିନିଷକୁ ସବୁ ସାମଗ୍ରୀକୁ ଭଲଭାବେ ମିଶାନ୍ତୁ।
  2. ଏହି ମିଶ୍ରଣରେ ଅଧା ଚାମଚ ତେଲ ପକାନ୍ତୁ ଏବଂ ଏହାକୁ ଭଲଭାବେ ମିକ୍ସ କରିଦିଅନ୍ତୁ। ଏହାପରେ ଏଥିରେ ପାଣି ପକାନ୍ତୁ ଏବଂ ଏକ ଗାଢ଼ ପେଷ୍ଟ ବନାନ୍ତୁ।
  3. ଏହାପରେ କାଶ୍ମୀର ଲଙ୍କାକୁ ନେଇ ମଝିରୁ କାଟି ଦିଅନ୍ତୁ। ଆପଣ ଚାହିଁଲେ ଏହାକୁ ଅଧିକ ସ୍ପାଇସୀ କରିବା ପାଇଁ ଏହା ଉପରେ ଲାଲ ଲଙ୍କା ପାଉଡର ଲଗାଇ ପାରିବେ।
  4. ଏବେ ଏକ କଡାରେ ତେଲ ଗରମ କରନ୍ତୁ ଏବଂ ତେଲ ଗରମ ହୋଇଗଲେ ପ୍ରସ୍ତୁତ କରି ରଖିଥିବା ବେସନ ଘୋଳରେ ବୁଡାଇ ତେଲରେ ଫ୍ରାଏ କରନ୍ତୁ।
  5. ଏଥିରେ ସୁନେଲୀ ରଙ୍ଗ ଆସିବା ପର୍ଯ୍ୟନ୍ତ ଏହାକୁ ଛାଣନ୍ତୁ। ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର କାଶ୍ମୀର ଲଙ୍କା ଚପ୍‌।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.