ମେହବୁବା ମୁଫ୍ତି ପୁଣି ଗୃହବନ୍ଦୀ! ଘର ବାହାରେ ସିଆର୍ପିଏଫ୍ ଗାଡ଼ି, ଗେଟ୍ରେ ଝୁଲୁଛି ତାଲା…ନିଜେ ସେୟାର କଲେ ଫଟୋ
ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କୁ ପୁଣି ଥରେ ଗୃହବନ୍ଦୀ କରାଯାଇଛି। ଏ ନେଇ ମୁଫତି ନିଜେ ଟ୍ଵିଟ୍ କରି ସୂଚନା ଦେଇଛନ୍ତି। ଏଥି ସହିତ ସେ କାଶ୍ମୀର ପଣ୍ଡିତମାନଙ୍କ ଅବସ୍ଥା ପାଇଁ କେନ୍ଦ୍ରର ମୋଦି ସରକାରଙ୍କୁ ପୁଣି ଥରେ ଟାର୍ଗେଟ କରିଛନ୍ତି।
ମେହବୁବା ମୁଫତି ଟ୍ଵିଟ୍ରେ ଲେଖିଛନ୍ତି, ‘ଭାରତ ସରକାର କାଶ୍ମୀର ପଣ୍ଡିତମାନଙ୍କ ଦୁର୍ଦ୍ଦଶାକୁ ଗାଲିଚା ତଳେ ଚାପି ଦେବାକୁ ଚାହୁଁଛନ୍ତି। ସରକାରଙ୍କ କଠୋର ନୀତି ଯୋଗୁ ଯେଉଁ କାଶ୍ମୀର ପଣ୍ଡିତମାନେ ପଳାୟନ କରିବାର ବିକଳ୍ପ ବାଛି ନ ଥିଲେ, ସେମାନଙ୍କୁ ଦୁର୍ଭାଗ୍ୟଜନକ ଭାବେ ଟାର୍ଗେଟ କିଲିଂ କରାଯାଇଛି। ସରକାର ଆମକୁ ଶତ୍ରୁ ରୂପେ ଦେଖୁଛନ୍ତି, ତେଣୁ ମୋତେ ଗୃହବନ୍ଦୀ କରି ରଖାଯାଇଛି’।
GOI wants to push the plight of Kashmiri pandits under the rug because its their callous policies that’ve led to unfortunate targeted killings of those who chose not to flee. Projecting us mainstream as their enemy is why Ive been placed under house arrest today. pic.twitter.com/GliRJaJX45
— Mehbooba Mufti (@MehboobaMufti) August 21, 2022
ଅନ୍ୟ ଏକ ଟ୍ଵିଟ୍ରେ ସେ ଲେଖିଛନ୍ତି ଯେ ‘ଆଜି ଚୋଟିଗ୍ରାମରେ ସୁନିଲ କୁମାରଙ୍କ ପରିବାରକୁ ଭେଟିବା ପାଇଁ ମୋର ଉଦ୍ୟମକୁ ପ୍ରଶାସନ ବିଫଳ କରିଛି। ପ୍ରଶାସନ କହିଛି କି, ମୋ ନିଜର ସୁରକ୍ଷା ପାଇଁ ମୋତେ ତାଲା ପକାଯାଇଛି। ଯେତେବେଳେ କି, ସେମାନେ ନିଜେ ଘାଟିର କୋଣ କୋଣକୁ ଯାଉଛନ୍ତି’। ଏହା ପୂର୍ବରୁ ମେହବୁବା ମୁଫତି କଂଗ୍ରେସକୁ ସମାଲୋଚନା କରିଥିଲେ।