ବନ୍ୟା ପ୍ରଭାବିତ ଅଞ୍ଚଳ ଛାତରେ ଫସିଥିଲେ ୧୩ଜଣ ଲୋକ, ଦେବଦୂତ ହୋଇ ଆସିଲା ବାୟୁସେନାର ହେଲିକପ୍ଟର

ରାଜସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି। ବର୍ଷା ଯୋଗୁଁ ଅନେକ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ରାଜସ୍ଥାନର ୩ ଜିଲ୍ଲା ଝାଲାଓ୍ଵର, ଧୋଲପୁର, ବାରାନରେ ବନ୍ୟା ଯୋଗୁଁ ଅନେକ ଲୋକ ପ୍ରଭାବିତ ହୋଇଛନ୍ତି। ମୂଷଳଧାରାରେ ବର୍ଷା ଯୋଗୁଁ ହଠାତ୍‌ ବନ୍ୟା ଆସିଥିଲା। ତଳିଆ ଅଞ୍ଚଳରେ ଅନେକ ଲୋକ ଫସିଥିଲେ। ଯାହାକୁ ବଞ୍ଚାଇବା ପାଇଁ ରାଜ୍ୟ ସରକାର ଭାରତୀୟ ବାୟୁସେନାର ସହାୟତା ଲୋଡିଥିଲେ।

indian-air-force-rescued-13-people-trapped-on-roof-in-flood-affected-areas-of-rajasthan

ରାଜସ୍ଥାନର ବାରାନ ଏବଂ ଝାଲାଓ୍ଵର ଜିଲ୍ଲାରେ ପ୍ରବଳ ବର୍ଷା କାରଣରୁ ବନ୍ୟା ସ୍ଥିତି ଉପୁଜିଥିଲା। ବାୟୁସେନାର ହେଲିକପ୍ଟରକୁ ଲୋକଙ୍କୁ ଉଦ୍ଧାର କରିବା ପାଇଁ ନିୟୋଜିତ କରାଯାଇଥିଲା। ଖରାପ ପାଣିପାଗର ସାମ୍ନା କରି ବାରାନ ଜିଲ୍ଲାରେ ବାୟୁସେନାର ଏମଆଇ ୧୭ ହେଲିକପ୍ଟର ୧୩ ଲୋକଙ୍କୁ ଉଦ୍ଧାର କରିଥିଲେ।

ରାଜସ୍ଥାନ ସରକାରଙ୍କ ଅନୁରୋଧ କ୍ରମେ ଭାରତୀୟ ବାୟୁସେନାର ଏକ ସ୍ୱତନ୍ତ୍ର ଫୋର୍ସ ଯାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ବାରାନ ଜିଲ୍ଲାରେ ଖରାପ ପାଣିପାଗ ଥିବା ସତ୍ତ୍ୱେ ବାୟୁସେନାର ବିମାନ ଘରର ଛାତ ଉପରେ ଫସିଥିବା ୧୩ ଜଣ ଲୋକଙ୍କୁ ଉଦ୍ଧାର କରିଥିଲା। ଏହା ସତ୍ତ୍ୱେ ମଧ୍ୟ ରାଜସ୍ଥାନରେ ବାୟୁସେନାର ଉଦ୍ଧାର କାର୍ଯ୍ୟ ଜାରି ହୋଇଛି। ବାୟୁସେନା ଯବାନ ଏବଂ ବିମାନ ଅଲର୍ଟ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.