ଦୀର୍ଘ ୧୫ ଦିନ ପରେ ଫେରିଲା ଲୋକପ୍ରିୟ କମେଡିଆନ୍ ରାଜୁ ଶ୍ରୀବାସ୍ତବଙ୍କ ଚେତା। ହସ୍ପିଟାଲରେ ଦୀର୍ଘ ଦିନ ହେଲା ମୃତ୍ୟୁ ସହ ସଂଘର୍ଷ କରୁଥିବା ରାଜୁ ଏବେ ହୋସ୍କୁ ଆସିଛନ୍ତି। ତାଙ୍କ ପର୍ସନାଲ ସେକ୍ରେଟାରୀ ଗର୍ବିତ ନାରଙ୍ଗ ଏହି ସୂଚନା ଦେଇଛନ୍ତି। ଗର୍ବିତଙ୍କ କହିବାନୁସାରେ, ରାଜୁ ଶ୍ରୀବାସ୍ତବଙ୍କର ଆଜି ସକାଳ ୮.୧୦ରେ ହୋସ୍ ଆସିଛି। ଏହା ପରେ ୯ଟା ବେଳେ ଡାକ୍ତରଙ୍କ ଟିମ୍ ରାଜୁଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ଯାଞ୍ଚ କରିଥିଲେ।
ସୂଚନା ମୁତାବକ, ରାଜୁ ଶ୍ରୀବାସ୍ତବଙ୍କୁ ଚିକିତ୍ସା ପାଇଁ ଡାକ୍ତର ନ୍ୟୁରୋଫିଜିୟୋଥେରାପିର ସାହାଯ୍ୟ ନେଇଛନ୍ତି। ଡାକ୍ତରଙ୍କ କହିବାନୁସାରେ, ରାଜୁଙ୍କ ବ୍ରେନ୍ର ୩ଟି ଶିରାରୁ ଗୋଟିଏ ଶିରା ଏବେ ବି ବ୍ଲକ୍ ଅଛି ଓ ଏବେ ଏହାର ଚିକିତ୍ସା ଚାଲିଛି।
Raju Srivastava gained consciousness today after 15 days, he’s being monitored by doctors at AIIMS Delhi. His health condition is improving: Garvit Narang, his Personal Secy
He was admitted here on Aug 10 after experiencing chest pain & collapsing while working out at the gym. pic.twitter.com/kmPfqRey1a
— ANI (@ANI) August 25, 2022
ପ୍ରକାଶ ଯେ ରାଜୁଙ୍କ ଚେତା ଫେରାଇ ଆଣିବା ପାଇଁ ତାଙ୍କୁ କିଛି ଦିନ ହେବ ବିଗ ବି ଅମିତାଭ ବଚ୍ଚନଙ୍କ କଣ୍ଠସ୍ୱର ଶୁଣା ଯାଉଥିଲା। ଏହି ମେସେଜ ନିଜେ ଅମିତାଭ ହିଁ ପଠାଇଥିଲେ। ଏଥିରେ ଅମିତାଭ କହୁଥିଲେ, ‘ରାଜୁ ଉଠିଯାଅ, ବହୁତ ହେଇଗଲା, ଏବେ ଅନେକ କାମ କରିବାକୁ ହେବ। ଉଠ ରାଜୁ ଉଠ।’ ଗତ ୨ ଦିନ ହେଲା ଏହି କଣ୍ଠ ସ୍ୱରକୁ ଅଧିକ ଥର ରାଜୁଙ୍କୁ ଶୁଣାଇବା ପରେ ଆଜି ତାଙ୍କ ହୋସ ଫେରିଥିବା କୁହାଯାଉଛି।
ଅନ୍ୟପଟେ କିଛି ଦିନ ତଳେ କୁହାଯାଉଥିଲା ଯେ ରାଜୁଙ୍କୁ ଖୁବ୍ ଶୀଘ୍ର ଭେଣ୍ଟିଲେଟରରୁ ବାହାର କରାଯିବ। କିନ୍ତୁ ଏହା ପରେ ରାଜୁ ଶ୍ରୀବାସ୍ତବଙ୍କ ଭାଇ ପ୍ରତିକ୍ରିୟା ଦେଇ କହିଥିଲେ, ଏହା ଏକ ଗୁଜବ। ରାଜୁଙ୍କୁ ଭେଣ୍ଟିଲେଟରରୁ ଏବେ ହଟାଯିବ ନାହିଁ।
ପ୍ରକାଶ ଯେ ଅଗଷ୍ଟ ୧୦ ତାରିଖରେ ରାଜୁ ଶ୍ରୀବାସ୍ତବ ଜିମ୍ରେ ଏକ୍ସରସାଇଜ୍ କରିବା ବେଳେ ହଠାତ୍ ବେହୋସ୍ ହୋଇଯାଇଥିଲେ। ତାଙ୍କୁ ହାର୍ଟ ଆଟାକ୍ ଆସିଥିଲା। ଏହା ପରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେବେ ଠାରୁ ତାଙ୍କ ଚେତା ଫେରିନଥିଲା। ଆଜି ୧୫ ଦିନ ପରେ ତାଙ୍କ ହୋସ୍ ଆସିଛି।
Also Read: +୨ ପାସ୍ ଛାତ୍ରଛାତ୍ରୀଙ୍କ ପାଇଁ ମୋଟାଅଙ୍କର ସ୍କଲାରସିପ୍ ଘୋଷଣା, ମିଳିବ ୪.୨୦ ଲକ୍ଷ ଟଙ୍କା