କ୍ଷେପଣାସ୍ତ୍ର ନୁହେଁ, ଏବେ ଡ୍ରୋନ୍ ସାହାଯ୍ୟରେ ୟୁକ୍ରେନ୍ ଉପରେ ଆକ୍ରମଣ କରୁଛି ରୁଷ
ନୂଆଦିଲ୍ଲୀ: ୟୁକ୍ରେନ ଏବଂ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଆଠ ମାସ ବିତିଲାଣି। କିନ୍ତୁ ଏହା ବନ୍ଦ ହେବା ପରିବର୍ତ୍ତେ ବୃଦ୍ଧି ପାଇବାରେ ଲାଗିଛି। ମାସ ମାସ ଧରି ଆର୍ଟିଲିରି ଏବଂ ଟ୍ୟାଙ୍କ ସାହାଯ୍ୟରେ ୟୁକ୍ରେନ ସହର ଉପରେ ଆକ୍ରମଣ କରୁଥିବା ରୁଷ ମଧ୍ୟ ବହୁ ବାଧାବିଘ୍ନର ସମ୍ମୁଖୀନ ହେଉଛି। ୟୁକ୍ରେନ ସୈନ୍ୟମାନେ ରୁଷ ସେନାକୁ ଅନେକ ସ୍ଥାନରେ ଘେରି ରହି ଫେରିଯିବାକୁ ବାଧ୍ୟ କରୁଛନ୍ତି।
ଏଥି ସହ ବର୍ତ୍ତମାନ ରୁଷ ଏକ ନୂଆ ରଣନୀତି ଆରମ୍ଭ କରିଛି ଯାହା ଦ୍ୱାରା କମ୍ ପରିଶ୍ରମରେ ଅଧିକ କ୍ଷତି କରୁଛି। ଡ୍ରୋନ୍ ମାଧ୍ୟମରେ ରୁଷ ୟୁକ୍ରେନ ଉପରେ ଆକ୍ରମଣ କରି ରାଜଧାନୀ କିଭ୍ରେ ହଇଚଇ ସୃଷ୍ଟି କରିଛି। ବଡ ଅଟ୍ଟାଳିକାଗୁଡ଼ିକ ଧ୍ୱସ୍ତବିଧ୍ୱସ୍ତ କରି ମାଟିରେ ମିଶାଉଛି। ଏହି କାରଣରୁ ୟୁକ୍ରେନ ଏକ ବଡ଼ ସଙ୍କଟର ସମ୍ମୁଖୀନ ହେଉଛି।
Russia is using ‘suicide drones’ to attack Ukrainian cities as the war between both nations continues unabated for several months now. Here’s how Russia got the Shahed or Kamikaze drones to attack Ukraine.https://t.co/WnPKKXEukm
— Economic Times (@EconomicTimes) October 19, 2022
ଇରାନରେ ନିର୍ମିତ ଏହି ‘କାମିକେଜେ ଡ୍ରୋନ୍’ ରୁଷ ପାଇଁ ଅତ୍ୟନ୍ତ ପ୍ରଭାବଶାଳୀ ପ୍ରମାଣିତ ହେଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ରୁଷ କେବଳ କ୍ଷେପଣାସ୍ତ୍ର ମାଧ୍ୟମରେ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା, ଯାହା ଏତେ ସଫଳ ହୋଇନଥିଲା। କିନ୍ତୁ ବର୍ତ୍ତମାନ ଡ୍ରୋନ୍ ମାଧ୍ୟମରେ ସେ ୟୁକ୍ରେନକୁ ଧ୍ୱଂସ କରୁଛନ୍ତି। ଏହି ଡ୍ରୋନକୁ ‘ସୁଇସାଇଡ୍ ଡ୍ରୋନ୍’ ମଧ୍ୟ କୁହାଯାଉଛି। ଏହି ଡ୍ରୋନ ବହୁ ପରିମାଣର ବିସ୍ଫୋରକ ସାମଗ୍ରୀ ନେଇ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପରେ ବଡ଼ ଧରଣର ବିସ୍ଫୋରଣ କରିଥାଏ। ଏହା ଶତ୍ରୁଙ୍କର ଅନେକ କ୍ଷତି କରିଥାଏ। ଏହା ମାଧ୍ୟମରେ ରୁଷ ବର୍ତ୍ତମାନ ୟୁକ୍ରେନର ସହରାଞ୍ଚଳ କେନ୍ଦ୍ର, ଭିତ୍ତିଭୂମି ଏବଂ ବିଦ୍ୟୁତ୍ କେନ୍ଦ୍ର ଉପରେ ଆକ୍ରମଣ କରିଛି। କୁହାଯାଉଛି ଯେ ମୂଲ୍ୟ ଦୃଷ୍ଟିରୁ ଏହି ଡ୍ରୋନ ବହୁତ ଶସ୍ତା। ଏହି ଡ୍ରୋନ୍ ଦୁଇ ହଜାର କିଲୋମିଟର ପର୍ଯ୍ୟନ୍ତ ଟାର୍ଗେଟ କରିଥାଏ।
Also Read: ‘ତମେ ମୋ ଝିଅକୁ ଏଠି ବର୍ବାଦ କରିସାରିଲଣି’, ବିଗ୍ ବସ୍ରେ ଶାଲିନଙ୍କୁ ପ୍ରବଳ ଗାଳି ଦେଲେ ସୁମ୍ବୁଲଙ୍କ ବାପା