ଦ୍ୱିତୀୟ ପତ୍ନୀଙ୍କ ବାପଘର ଦୂଆରେ ପ୍ରଥମ ପତ୍ନୀଙ୍କ ଧାରଣା, ସ୍ବାମୀକୁ ଫେରାଇବାକୁ କଲେ ଦାବି

ବେଗୁନିଆ (କେନ୍ୟୁଜ୍): ଦ୍ଵିତୀୟ ପତ୍ନୀଙ୍କ ବାପଘର ଦୂଆରେ ଦୁଇ ପିଲାମାନଙ୍କୁ ଧରି ଧାରଣାରେ ବସିଲେ ପ୍ରଥମ ପତ୍ନୀ ।ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଗୁନିଆ ପୋଡାଡିହ ଗାଁରେ । ବୋଲଗଡ ବ୍ଲକ ଚୂଡା ଗାଁର ବସନ୍ତ ରାଉତ ନୟାଗଡ ଜିଲ୍ଲା ପଣ୍ଡୁସର ଗାଁର ମଞ୍ଜୁବାଳାଙ୍କୁ ୨୦୦୮ମସିହାରେ ବିବାହ କରି ନିଜ ଗାଁ ଚୂଡାରେ ରହୁ ଥିବାବେଳେ ତାଙ୍କର ଦୁଇପିଲା ଅଛନ୍ତି । ହେଲେ ବସନ୍ତ ଦୀର୍ଘ ଦିନ ହେବ ମଞ୍ଜୁବାଳାଙ୍କୁ ଯୌତୁକ ଜନିତ ନିର୍ଯ୍ୟାତନା ଦେଇ ଆସୁଥିଲେ। ମଞୁବାଳା ଏ ନେଇ ବୋଲଗଡ ଥାନାରେ ଅଭିଯୋଗ କରି ବସନ୍ତ ଗିରଫ ହୋଇ ପରବର୍ତ୍ତି ସମୟରେ ଆପୋଷ ବୁଝାବଣା ଭିତ୍ତିରେ ଜାମିନ ପାଇଥିଲେ ।
ଏହା ମଧ୍ୟରେ ବସନ୍ତ ଚୂଡା ଗାଁରେ ଥିବା ତାଙ୍କର ଏକ ଜମି ସ୍ତ୍ରୀ ମଞୁବାଳାଙ୍କୁ ନଜଣାଇ ବିକ୍ରି କରି ଆସି  ବେଗୁନିଆ ବ୍ଲକ ବାଘମାରୀ ଥାନାର ପୋଡାଡିହ ଗାଁର ରବିନ୍ଦ୍ର ପ୍ରଧାନଙ୍କ ଝିଅ ମମତା ପ୍ରଧାନଙ୍କୁ ବିବାହ କରିଛନ୍ତି । ତେବେ ମଞ୍ଚୁବାଳା ଏସବୁ ଜାଣି ତାଙ୍କ ନଣନ୍ଦ ଏବଂ ନଣଦେଇ ସହଯୋଗରେ ସ୍ବାମୀଙ୍କୁ ଲୁଚାଇ ରଖିଥିବା ଏବଂ ଫେରାଇବା ଦାବିରେ ଦ୍ଵିତୀୟ ସ୍ତ୍ରୀ ମମତାଙ୍କ ବାପଘର ଦୂଆର ଆଗରେ ଧାରଣା ଦେଇଛନ୍ତି ।ଅନ୍ୟପଟରେ ଦ୍ଵୀତୀୟ ପତ୍ନୀଙ୍କ ପରିବାର ଲୋକ ମଞ୍ଜୁବାଳାଙ୍କୁ ମାରଧର ସହିତ ଗାଳିଗୁଲଜ କରିଥିବା ଏକ ଅଭିଯୋଗ ବାଘମାରୀ ଥାନାରେ କରିଛନ୍ତି ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.