ସମ୍ମାନଜନକ ଅର୍ଜ୍ଜୁନ ପୁରସ୍କାର ପାଇଁ ୨୫ ନାମ ସୁପାରିଶ, ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର ପାଇଁ ଟେବଲ ଟେନିସ ଷ୍ଟାର କମାଲ

ନୂଆଦିଲ୍ଲୀ : ସମ୍ମାନଜନକ ଅର୍ଜ୍ଜୁନ ପୁରସ୍କାର ପାଇଁ ୨୫ ଜଣ ଖେଳାଳୀଙ୍କ ନାମ ସୁପାରିଶ କରାଯାଇଛି । ଏଥିସହ ସମ୍ମାନଜନକ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର ପାଇଁ ଟେବଲ ଟେନିସ ଷ୍ଟାର ଅଚାନ୍ତ ସାର୍ଥ କମାଲଙ୍କ ନାମ ସୁପାରିଶ କରାଯାଇଛି । ବ୍ରିମିଙ୍ଗହାମ ଠାରେ ହୋଇଥିବା କମନ େଓ୍ଵଲ୍‌ଥ ଗେମସରୁ କମାଲ ୩ଟି ଗୋଲ୍ଡ ଓ ଗୋଟିଏ ସିଲଭର ନେଇ ଫେରିଥିଲେ ।

ସାଧାରଣତଃ ସ୍ପୋର୍ଟସ ପୁରସ୍କାର ନେସନାଲ ସ୍ପୋର୍ଟସ ଡେ ଅଗଷ୍ଟ ୨୯ ତାରିଖରେ ରାଷ୍ଟ୍ରପତି ଦେଇଥାନ୍ତି । ହେଲେ ଅଲମ୍ପିକସ, କମନେଓ୍ଵଲ୍‌ଥ ଗେମ୍‌ ଓ ଏସିଆନ ଗେମସ ପାଇଁ ଏଥର ବ୍ୟତିକ୍ରମ ଦେଖାଯାଇଛି । ଶେଷଥର ପାଇଁ ବୃଦ୍ଧି ପରେ ଖେଳ ରତ୍ନ ପୁରସ୍କାର ପାଇଁ ୨୫ ଲକ୍ଷ ଟଙ୍କା, ଅର୍ଜ୍ଜୁନ ଆଓ୍ଵାଡ ପାଇଁ ୧୫ ଲକ୍ଷ,ଦ୍ରୋଣାଚାର୍ଯ୍ୟ ପୁରସ୍କାର ୧୦ ଲକ୍ଷ ଟଙ୍କା ଓ ଲାଇଫ ଟାଇମ ଆଚିଭମେଣ୍ଟ ପାଇଁ ୧୫ ଲକ୍ଷ ଟଙ୍କା ରଖାଯାଇଛି ।

ମେଜର ଧ୍ୟାନ ଚାନ୍ଦ୍‌ ଖେଳ ରତ୍ନ ପୁରସ୍କାର ପାଇଁ ନାମ ସୁପାରିଶ – ଅଚାନ୍ତ ସାର୍ଥ କମାଲ

ଅର୍ଜ୍ଜୁନ ପୁରସ୍କାର ପାଇଁ ନାମ ସୁପାରିଶ – ସୀମା ପୁନିଆ (ଆଥଲେଟିକ୍ସ), ଏଲଦୋସ ପଲ୍‌(ଆଥଲେଟିକ୍ସ), ଅବିନାଶ ସାବଲେ(ଆଥଲେଟିକ୍ସ), ଲକ୍ଷ ସେନ୍‌ (ବ୍ୟାଡମିଣ୍ଟନ), ଏଚ ଏସ ପ୍ରଣୟ (ବ୍ୟାଡମିଣ୍ଟନ), ଅମିତ ପଙ୍ଗାଲ(ବକ୍ସିଂ), ନିଖତ ଜରିନ(ବକ୍ସିଂ ) ,ଭକ୍ତି କୁଲକାର୍ଣ୍ଣୀ (ଚେସ), ଆର ପ୍ରଗନାନନ୍ଦ(ଚେସ), ଦୀପ ଗ୍ରେସ ଏକ୍କା(ହକି), ଶୁଶିଳା ଦେବୀ(ଜୁଡୋ), ସାଖି କୁମାରୀ(କବାଡି), ନୟନ ମଣି ସଇକାଇ(ଲନ ବୋଲ୍ସ),ଶାଗର ଓଭାଲକର(ମାଲଖମ୍ବା), ଇଲାଭେନିଲ ଭଲାରିଭାନ(ଶୁଟିଂ), ଓମ ପ୍ରକାଶ ମିଥାରଭାଲ(ସୁଟିଂ), ଶ୍ରୀଜା ଅକୁଲା(ଟେବଲ ଟେନିସ), ବିକାଶ ଠାକୁର(େଓ୍ଵଟ ଲିଫଟିଂ), ଅଂଶୁ ମଲିକ(ରେସଲିଂ), ସରିତା ମୋର(ରେସଲିଂ), ପ୍ରଭିନ(ଉଷୁ), ମାନସୀ ଜୋଶୀ(ପାରା ବ୍ୟାଡମିଣ୍ଟନ), ତରୁଣ ଧିଲନ(ପାରା ବ୍ୟାଡମିଣ୍ଟନ), ସ୍ୱାପ୍ନିଲ ପାଟିଲ(ପାରା ସୁଇମିଂ), ଜର୍ଲିନ ଆନିକା ଜେ(ଡିଫ୍‌ ବ୍ୟାଡମିଣ୍ଟନ)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.