ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ବିଜେଡି ପ୍ରାର୍ଥି ବର୍ଷା ସିଂ ବରିହା: ବାପାଙ୍କ ପାଇଁ କାନ୍ଦିଲେ, ମା’ଙ୍କୁ ମୁଣ୍ଡିଆ ମାରି ନେଲେ ଆଶୀର୍ବାଦ

ପଦ୍ମପୁର(କେନ୍ୟୁଜ): ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ଦିନରେ ପ୍ରାର୍ଥିପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥି ବର୍ଷା ସିଂ ବରିହା। ଘରୁ ନିଜ ବାପାଙ୍କ ଫଟୋରେ ମାଲ୍ୟାର୍ପଣ କରି ମାଆଙ୍କୁ ମୁଣ୍ଡିଆ ମାରି ନାମାଙ୍କନ ପାଇଁ ବାହାରିଥିଲେ। ଦଳୀୟ ନେତାଙ୍କ ଗହଣରେ ଶୋଭାଯାତ୍ରାରେ ଯାଇ ପଦ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଭରିଛନ୍ତି। ଏଇଠି ରହି ବାପାଙ୍କ ସ୍ୱପ୍ନକୁ ପୂରଣ କରିବେ ବୋଲି ସେ କହିଛନ୍ତି।

ଏହା ପୂର୍ବରୁ ଆଜି ସକାଳେ ବର୍ଷା ମାଣ୍ଡୋସିଲ ସ୍ଥିତ ବୁଢାରାଜା ମନ୍ଦିରରେ ପୂଜାର୍ଚ୍ଚନା ପରେ ପାଇକମାଲ ନୃସିଂହନାଥ ଠାରେ ବିନ୍ଧ୍ୟାବାସୀନି ଠାକୁରାଣୀଙ୍କ ଦର୍ଶନ କରିଥିଲେ। ସେପଟେ ନୋମିନେସନ ଦାଖଲର ଶେଷ ଦିନରେ ବିଜେପି ପ୍ରାର୍ଥୀ ଓ କଂଗ୍ରେସ ପ୍ରାର୍ଥୀ ମଧ୍ୟ ନାମାଙ୍କନ ଦାଖଲ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.