Below header

ବିକିନୀ ବିବାଦରେ ବଢ଼ିଲା ଦୀପିକା ପାଦୁକୋନଙ୍କ ସମସ୍ୟା; ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟରେ ଅଭିଯୋଗ

ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ୍‌’କୁ ନେଇ ବର୍ତ୍ତମାନ ବିବାଦ ଉଠିଛି। ଏହାରି ଭିତରେ ଖବର ଆସୁଛି କି, ଫିଲ୍ମର ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ବିରୋଧରେ ଅଭିଯୋଗ ହୋଇଛି। ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟରେ ଦୀପିକା ପାଦୁକୋନଙ୍କ ଗେରୁଆ ବିକିନୀକୁ ନେଇ ଏତଲା ଦିଆଯାଇଛି। ଫିଲ୍ମର ଗୀତ ‘ବେସରମ୍‌ ରଙ୍ଗ୍‌’ରେ ଗେରୁଆ ରଙ୍ଗର ବିକିନୀକୁ ନେଇ ମାମଲା ବଢ଼ିବାରେ ଲାଗିଛି। ବିଜେପି ନେତାମାନଙ୍କ ବିରୋଧ ପରେ ଏବେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟରେ ଅଭିଯୋଗ ଦାଖଲ ହୋଇଛି, ଯାହା ପରେ ମାମଲା ଆହୁରି ପାଦେ ଆଗକୁ ବଢ଼ିଛି।

ଦୀପିକା ପାଦୁକୋନ ଓ ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ୍‌’ର ଗୀତ ବେସରମ୍‌ ରଙ୍ଗ୍‌ ଯେବେଠାରୁ ରିଲିଜ୍‌ ହୋଇଛି, ସେବେଠାରୁ ଏହା ଫ୍ୟାନମାନଙ୍କ ମୁହଁରେ ରହିଛି। କିନ୍ତୁ ଏହି ଗୀତରେ ଦୀପିକାଙ୍କ ବିକିନୀ ରଙ୍ଗ ଗେରୁଆ ହେବା କାରଣରୁ ତାଙ୍କୁ ଜବରଦସ୍ତ ଭାବେ ଟ୍ରୋଲ କରାଯାଉଛି। ଦେଶର ବିଭିନ୍ନ ଜାଗାରେ ଏହି ଗୀତର ଖୁବ୍‌ ବିରୋଧ ହେଉଛି। ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ଦୀପିକା ପାଦୁକୋନଙ୍କ ଗେରୁଆ ରଙ୍ଗର ବିକିନୀ ଏବଂ ଶାହରୁଖ ଖାନଙ୍କ ସବୁଜ ରଙ୍ଗର ଶାର୍ଟ ଉପରେ ଆପତ୍ତି ଉଠାଇଛନ୍ତି।

ସେପଟେ ଅଯୋଧ୍ୟାର ମହନ୍ତ ରାଜୁ ଦାସ ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ୍‌’କୁ ବହିଷ୍କାର କରିବାକୁ ଅପିଲ୍‌ କରିଛନ୍ତି। ସେ କହିଛନ୍ତି, ଯେଉଁ ଥିଏଟରରେ ପଠାନ୍‌ ଫିଲ୍ମ ପଡ଼ିବ, ସେଠାରେ ନିଆଁ ଲଗାଇ ଦେବାକୁ ମୁଁ ଦର୍ଶକମାନଙ୍କୁ ଅପିଲ୍‌ କରୁଛି। ରାଜୁ ଦାସ ବଲିଉଡ୍‌ ଏବଂ ଶାହରୁଖ ଖାନଙ୍କ ଉପରେ କ୍ରମାଗତ ଭାବେ ସନାତନ ଧର୍ମକୁ ପରିହାସ କରୁଥିବା ନେଇ ଅଭିଯୋଗ ଲଗାଇଛନ୍ତି।

ଅଯୋଧ୍ୟା ମହନ୍ତ ରାଜୁ ଦାସଙ୍କ କହିବା ହେଲା, ‘କିଭଳି ଭାବେ ସନାତନ ଧର୍ମକୁ ପରିହାସ କରାଯିବ ଏବଂ କିଭଳି ଭାବେ ହିନ୍ଦୁ ଦେବୀ, ଦେବତାଙ୍କୁ ଅପମାନ କରାଯିବ, ବଲିଉଡ୍‌ ଲଗାତାର ଏହି ପ୍ରୟାସରେ ରହୁଛି। ପଠାନ୍‌ ଫିଲ୍ମରେ ଦୀପିକା ପାଦୁକୋନଙ୍କ ଦ୍ୱାରା ପିନ୍ଧା ଯାଇଥିବା ବିକିନୀ ସାଧୁସନ୍ଥ ଏବଂ ରାଷ୍ଟ୍ର ରଙ୍ଗ ଗେରୁଆକୁ ଠେସ୍‌ ପହଞ୍ଚାଇଛି। ଏହା ଦୁଃଖଦ କଥା’।

ଶାହରୁଖ ଖାନ ଓ ଦୀପିକା ପାଦୁକୋନଙ୍କ ଫିଲ୍ମ ‘ପଠାନ୍‌’ ୨୫ ଜାନୁୟାରୀରେ ରିଲିଜ୍‌ ହେବାର ଅଛି। କିନ୍ତୁ ଏହା ପୂର୍ବରୁ ଫିଲ୍ମ ବିବାଦ ଘେରକୁ ଚାଲି ଆସିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.