ଫିଫା ବିଶ୍ୱକପ୍ ଫାଇନାଲରେ ଆର୍ଜେଣ୍ଟିନା ପ୍ରଶଂସକ ଅତିକ୍ରମ କରିଦେଲେ ସବୁ ସୀମା, LIVE ମ୍ୟାଚ୍‌ରେ ଦେହରୁ ଖୋଲିଲେ ସବୁ କପଡ଼ା

ଫିଫା ବିଶ୍ୱକପ୍ ୨୦୨୨ର ଫାଇନାଲ ମ୍ୟାଚ୍ କତାରର ଲୁସେଲ୍ ଆଇକନିକ୍ ଷ୍ଟାଡିୟମରେ ଆର୍ଜେଣ୍ଟିନା ଏବଂ ଫ୍ରାନ୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ଆର୍ଜେଣ୍ଟିନା ପେନାଲ୍ଟି ସୁଟଆଉଟରେ ଫ୍ରାନ୍ସକୁ ୪-୨ରେ ପରାସ୍ତ କରି ଟାଇଟଲ ନିଜ ନାମରେ କରିଛି। ଏହି ବିଜୟ ପରଠାରୁ ହିଁ ପୂରା ଆର୍ଜେଣ୍ଟିନା ଉତ୍ସବର ଖୁସିରେ ବୁଡ଼ି ରହିଛି। ଆର୍ଜେଣ୍ଟିନା ଫ୍ୟାନ୍‌ମାନଙ୍କ ମଧ୍ୟରେ ଉତ୍ସବର ମାହୋଲ ରହିଛି, କିନ୍ତୁ ମ୍ୟାଚ୍ ସମୟରେ ଆର୍ଜେଣ୍ଟିନାର ଜଣେ ଫ୍ୟାନ୍‌ ଏମିତି କିଛି କରିଥିଲେ, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଏହି ଫାଇନାଲ ମ୍ୟାଚର ଫଳାଫଳ ପେନାଲ୍ଟି ସୁଟଆଉଟରୁ ତୟ ହୋଇଥିଲା। ପେନାଲ୍ଟି ସୁଟଆଉଟ୍ ସମୟରେ ଯେତେବେଳେ ଆର୍ଜେଣ୍ଟିନାର ଗୋଞ୍ଜାଲୋ ମୋଣ୍ଟିଲ୍ ଗୋଲ୍ ସ୍କୋର କରିଥିଲେ, ତ ପୂରା ଷ୍ଟାଡିୟମ୍ ଖୁସିରେ ଝୁମି ଉଠିଥିଲା। ଏହାରି ଭିତରେ ଷ୍ଟାଡିୟମ୍‌ରେ ଯେତେବେଳେ କ୍ୟାମେରା ଫ୍ୟାନ୍ସଙ୍କ ଆଡ଼କୁ ବୁଲିଥିଲା, ତ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବାସ୍ତବରେ, ଆର୍ଜେଣ୍ଟିନାର ଜଣେ ଫ୍ୟାନ୍‌ ଏହି ଗୋଲ୍ ପରେ ଟପ୍‌ଲେସ ହୋଇ ଯାଇଥିଲେ। ତାଙ୍କ ହାତରେ ଆର୍ଜେଣ୍ଟିନାର ଜର୍ସି ଦେଖିବାକୁ ମିଳିଥିଲା।

ଏହି ଦୃଶ୍ୟ ଦେଖି ଷ୍ଟାଡିୟମ ଏବଂ ବଡ଼ ପରଦାରେ ମ୍ୟାଚ୍ ଦେଖୁଥିବା ଫ୍ୟାନ୍‌ ଚକିତ ହୋଇଯାଇଥିଲେ। ଘଟଣାର ଭିଡିଓ ଏବଂ ଅନେକ ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଯଦିଓ ଏହି ଫ୍ୟାନ୍‌ଙ୍କୁ ଦେହରୁ କପଡ଼ା ଖୋଲି ବିଜୟ ଉତ୍ସବ ପାଳିବା ଆଗକୁ ମହଙ୍ଗା ପଡିପାରେ।

ଫିଫା ବିଶ୍ୱକପ ଇତିହାସରେ ପ୍ରଥମ ଥର ପାଇଁ ଆରବ ଦେଶରେ ଟୁର୍ନାମେଣ୍ଟର ଆୟୋଜନ ହୋଇଥିଲା। କତାର ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଏକ ବଡ଼ ନିୟମ କରିଥିଲା, ଯେଉଁଥିରେ କୁହାଯାଇଥିଲା କି, କତାରରେ ମହିଳାମାନେ ଶରୀରର ଅର୍ଦ୍ଧାଧିକ ଅଂଶ ଦେଖାଯାଉଥିବା ବା ଏକ୍ସପୋଜ୍‌ ହେଉଥିବା ଭଳି ପୋଷାକ ପିନ୍ଧି ପାରିବେ ନାହିଁ। ଏହି ପ୍ରକାରର ପୋଷାକ ପିନ୍ଧିବା ଦ୍ୱାରା ଜେଲ ଦଣ୍ଡ ହୋଇଥାଏ।

ପୁରୁଷଙ୍କୁ ନେଇ ମଧ୍ୟ ନିୟମାବଳୀ ପ୍ରସ୍ତୁତ କରାଯାଇଥିଲା। ପୁରୁଷମାନେ କତାରରେ ଆଣ୍ଠୁ ଉପରକୁ ଜିନ୍ସ ପିନ୍ଧି ବୁଲି ପାରିବେ ନାହିଁ। କିନ୍ତୁ ଆର୍ଜେଣ୍ଟିନାର ଏହି ଫ୍ୟାନ୍‌ ଜଣକ ନିୟମ ବିରୋଧରେ ସବୁ ସୀମା ପାର୍‌ କରିଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.