ବିଦେଶ ଗସ୍ତରେ ମୋଦୀ, ପାପୁଆ ନ୍ୟୁଗିନି ପ୍ରଧାନମନ୍ତ୍ରୀ ସ୍ୱାଗତ ବେଳେ ମୋଦୀଙ୍କ ପାଦ ଛୁଇଁଲେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାପୁଆ ନ୍ୟୁଗିନି ରେ ପହଞ୍ଚିବା ପରେ ତାଙ୍କୁ ଦେଶର ପ୍ରଧାନମନ୍ତୀ ଭବ୍ୟ ସ୍ୱାଗତ କରିଛନ୍ତି । ପ୍ରଥମେ ମୋଦୀ ତାଙ୍କୁ ଆଲିଂଗନ କରିବା ପରେ ପାପୁଆ ନ୍ୟୁଗିନିର ପ୍ରଧାନମନ୍ତ୍ରୀ ଜେମସ୍‌ ମାରପେ ମୋଦୀଙ୍କ ପାଦ ଛୁଇଁ ଆଶିର୍ବାଦ ନେବା ଦେଖାଯାଇଥିଲା ।

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାପୁଆ ନ୍ୟୁଗିନି ରେ ପହଞ୍ଚିବା ପରେ ତାଙ୍କୁ ଦେଶର ପ୍ରଧାନମନ୍ତୀ ଭବ୍ୟ ସ୍ୱାଗତ କରିଛନ୍ତି । ପ୍ରଥମେ ମୋଦୀ ତାଙ୍କୁ ଆଲିଂଗନ କରିବା ପରେ ପାପୁଆ ନ୍ୟୁଗିନିର ପ୍ରଧାନମନ୍ତ୍ରୀ ଜେମସ୍‌ ମାରପେ ମୋଦୀଙ୍କ ପାଦ ଛୁଇଁ ଆଶିର୍ବାଦ ନେବା ଦେଖାଯାଇଥିଲା ।

ମୋଦୀ ଇଣ୍ଡିଆ-ପାସିଫିକ ଆଇଲାଣ୍ଡ କୋପରେସନ (FIPIC) ସମ୍ମିଳନୀରେ ଯୋଗ ଦେବା ପାଇଁ ପାପୁଆ ନ୍ୟୁଗିନିରେ ପହଞ୍ଚିଛନ୍ତି । ପାସିଫିକ ଆଇଲାଣ୍ଡ ରାଷ୍ଟ୍ରକୁ ଯିବାରେ ମୋଦୀ ହେଉଛନ୍ତି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ।

ଦେଶର ନିୟମ ଅନୁଯାୟୀ ସୂର୍ଯ୍ୟାସ୍ତ ପରେ କୌଣସି ବ୍ୟକ୍ତିଙ୍କ ସ୍ୱାଗତ ଉତ୍ସବ କରାଯାଇ ନଥାଏ । ହେଲେ ପ୍ରଥମ ଥର ପାଇଁ ମୋଦୀ ରାତି ୧୦ ଟା ପରେ ପହଞ୍ଚିବା ପରେ ତାଙ୍କର ସ୍ୱାଗତ ସତ୍କାର କରାଯାଇଥିଲା ।

ପାପୁଆ ନ୍ୟୁଗିନିରେ ପହଞ୍ଚିବା ପରେ ମୋଦୀ କହିଥିଲେ ‘ମୁଁ ଜେମସ ମାରପେଙ୍କ ପାଖରେ କୃତଜ୍ଞ ଯେ ସେ ଏୟାରପୋର୍ଟ ଆସି ମୋତେ ସ୍ୱତନ୍ତ୍ର ସମ୍ମାନରେ ସ୍ୱାଗତ କରିଥିଲେ । ଏହି ଦେଶ ସହ ଭଲ ସମ୍ପର୍କ ବଜାଇ ରହିବ ବୋଲି ମୋଦି ତାଙ୍କ ଟ୍ଵିଟରେ କହିଛନ୍ତି ।

ଜାପାନରେ ଜି୭ ସମ୍ମିଳନୀରେ ଯୋଗଦେବାପରେ ସେଠାରୁ ମୋଦୀ ପାପୁଆ ନ୍ୟୁଗିନି ଗସ୍ତରେ ଯାଇଥିଲେ । ସୋମବାର ମୋଦୀ ଓ ଜେମସ ମାରପେ FIPIC ର ସମ୍ମିଳନୀରେ ଅତିଥି ହେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.