Below header

ଆଲିଆ ଭଟ୍ଟଙ୍କ ଅପକମିଂ ଫିଲ୍ମ ‘ଜିଗର’, ସାମ୍ନାକୁ ଆସିଲା ଫିଲ୍ମର ଫାର୍ଷ୍ଟ ଲୁକ୍‌

‘ରକି ଔର୍‌ ରାଣୀ କି ପ୍ରେମ କାହାଣୀ’ ହିଟ୍ ହେବା ପରେ ଏବେ ଆଲିଆ ଭଟ୍ଟ ନିଜର ଆଉ ଏକ ଅପକମିଂ ଫିଲ୍ମ ବିଷୟରେ ଘୋଷଣା କରିଛନ୍ତି । ଏହା ସହ ଫିଲ୍ମରୁ ତାଙ୍କ ଫାର୍ଷ୍ଟ ଲୁକ୍ ସାମ୍ନାକୁ ଆସିଛି, ଯାହା ଫ୍ୟାନ୍ସଙ୍କୁ ବହୁତ ପସନ୍ଦ ଆସୁଛି ।

ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ସବୁବେଳେ ନିଜ ଅଭିନୟ ଜରିଆରେ ଫ୍ୟାନ୍ସଙ୍କ ମନ ଜିତିଥାନ୍ତି । ‘ରକି ଔର୍‌ ରାଣୀ କି ପ୍ରେମ କାହାଣୀ’ ହିଟ୍ ହେବା ପରେ ଏବେ ଆଲିଆ ନିଜର ଆଉ ଏକ ଅପକମିଂ ଫିଲ୍ମ ବିଷୟରେ ଘୋଷଣା କରିଛନ୍ତି । ଏହା ସହ ଫିଲ୍ମରୁ ତାଙ୍କ ଫାର୍ଷ୍ଟ ଲୁକ୍ ସାମ୍ନାକୁ ଆସିଛି, ଯାହା ଫ୍ୟାନ୍ସଙ୍କୁ ବହୁତ ପସନ୍ଦ ଆସୁଛି । ଏହି ଫିଲ୍ମ ପାଇଁ ପୁଣିଥରେ କରନ ଜୋହର ଓ ଆଲିଆ ଭଟ୍ଟ ଏକାଠି କାମ କରିବାକୁ ଯାଉଛନ୍ତି । ଫିଲ୍ମଟିକୁ କରନ ଓ ଆଲିଆ ପ୍ରଯୋଜନା କରିବେ ଏବଂ ବସନ ବାଲା ଏହାର ନିର୍ଦ୍ଦେଶନା ଦେବେ ।

କରନ ଜୋହର ଓ ଆଲିଆ ଭଟ୍ଟ ଦୁଇ ଜଣ ସୋସିଆଲ ମିଡିଆରେ ଫିଲ୍ମକୁ ନେଇ ପୋଷ୍ଟ ସେୟାର କରିଛନ୍ତି । ଭିଡିଓରେ ଆଲିଆଙ୍କ ଫାର୍ଷ୍ଟ ଲୁକ୍ ସହ ଏକ ଭଏସ୍ ଓଭର ମଧ୍ୟ ଶୁଣିବାକୁ ମିଳୁଛି, ଯେଉଁଥିରେ ସେ ନିଜ ଛୋଟ ଭାଇ କିମ୍ବା ଭଉଣୀଙ୍କୁ କହୁଛନ୍ତି ଯେ ସେ ସେମାନଙ୍କୁ କିଛି ହେବାକୁ ଦେବେନି ।

ସେହିପରି କରନ ଜୋହର ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ ‘ମେରେ ଜିଗର କି ବାପ୍‌ସି’ । ଆଲିଆ ଭଟ୍ଟ ପୁଣିଥରେ ବସନ ବାଲାଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେଉଥିବା ଏକ ଅସାଧାରଣ କାହାଣୀକୁ ନେଇ ଆସୁଛନ୍ତି। ଅତୁଟ ପ୍ରେମ ଏବଂ ଅତୁଟ ସାହସର କାହାଣୀ । ଫିଲ୍ମ ‘ଜିଗର’ ୨୦୨୪ ସେପ୍ଟେମ୍ବର ୨୭ରେ ସିନେମା ହଲ୍‌ରେ ରିଲିଜ୍ ହେବ ।

ଫିଲ୍ମ ‘ଜିଗର’ରେ ଆଲିଆ ଭଟ୍ଟ ଅଭିନୟ କରିବା ସହ ଫିଲ୍ମକୁ ପ୍ରଡ୍ୟୁସ ମଧ୍ୟ କରୁଛନ୍ତି। ସେ କରନ ଜୋହରଙ୍କ ଧର୍ମା ପ୍ରଡକ୍ସନ ସହ ମିଶି ଏହି ଫିଲ୍ମକୁ ପ୍ରଯୋଜନା କରିବେ । ତେବେ ଆଲିଆଙ୍କ ପ୍ରଡକ୍ସନ ହାଉସ୍ ଏଟରନଲ ସନ୍‌ସାଇନ୍ସରେ ତାଙ୍କ ଫିଲ୍ମ ‘ଡାର୍ଲିଂସ୍‌’ ମଧ୍ୟ ହୋଇଥିଲା, ଯାହାକୁ ଓଟିଟି ପ୍ଲାଟଫର୍ମରେ ରିଲିଜ୍ କରାଯାଇଥିଲା । ଏହା ପୂର୍ବରୁ ଆଲିଆ ଭଟ୍ଟ ଫିଲ୍ମ ‘ରକି ଔର୍‌ ରାଣୀ କି ପ୍ରେମ କାହାଣୀ’ରେ ରଣବୀର ସିଂଙ୍କ ସହ ନଜର ଆସିଥିଲେ । ଏହି ଫିଲ୍ମକୁ କରନ ଜୋହର ନିର୍ଦ୍ଦେଶନା ଦେଇଥିଲେ । ଫିଲ୍ମଟି ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା ।

 

View this post on Instagram

 

A post shared by Karan Johar (@karanjohar)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.