ଆସିଲା VIDEO: ‘ତେଜସ୍’ କ୍ରାସ୍ ହେବା ପୂର୍ବରୁ ସୁରକ୍ଷିତ ଡେଇଁ ପଡ଼ିଥିଲେ IAF ପାଇଲଟ୍
କ୍ରାସ୍ ହେବା ପୂର୍ବରୁ ହିଁ ପାଇଲଟ୍ ଠିକ୍ ସମୟରେ ଇଜେକ୍ଟ ହୋଇ ନିଜ ଜୀବନ ରକ୍ଷା କରିଥିଲେ । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି ।
ରାଜସ୍ଥାନର ପୋଖରନରେ ମଙ୍ଗଳବାର ଭାରତୀୟ ବାୟୁସେନାର ଏକ ତେଜସ୍ ଲଢ଼ୁଆ ଜେଟ୍ ଟ୍ରେନିଂ ସମୟରେ କ୍ରାସ୍ ହୋଇଥିଲା । ଏହି ଦୁର୍ଘଟଣା ମଙ୍ଗଳବାର ଦ୍ୱିପ୍ରହର ପ୍ରାୟ ୨ଟାରେ ଘଟିଥିଲା । ଜେଟ୍ କ୍ରାସ୍ ହୋଇ ଜୈସଲମେର୍ ସହରଠୁ ୨ କିମି ଦୂର ଜବାହର ନଗରସ୍ଥିତ ଏକ ହଷ୍ଟେଲ୍ ନିକଟରେ ଖସି ପଡ଼ିଥିଲା ।
ତେବେ କ୍ରାସ୍ ହେବା ପୂର୍ବରୁ ହିଁ ପାଇଲଟ୍ ଠିକ୍ ସମୟରେ ଇଜେକ୍ଟ ହୋଇ ନିଜ ଜୀବନ ରକ୍ଷା କରିଥିଲେ । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି । ଏଥିରେ ଦେଖାଯାଉଛି, ପାଇଲଟ୍ ଜଣକ ଜେଟ୍ରୁ ଇଜେକ୍ଟ ହୋଇ ବାହାରୁଛନ୍ତି ଏବଂ ଜେଟ୍ କମ୍ ଉଚ୍ଚତାରୁ ତଳକୁ ଖସୁଛି ।
କ୍ୟାମେରା ଫ୍ରେମ୍ରେ ତେଜସ୍ ଲଢ଼ୁଆ ଜେଟ୍ ଡାହାଣରୁ ବାମ ଗ୍ଲାଇଡ୍ କରୁଥିବା ଦେଖାଯାଉଛି । ଏହାରି ଭିତରେ ପାଇଲଟ୍ ପାରାଚୁଟ୍ ଖୋଲୁଛନ୍ତି ଏବଂ ତଳକୁ ଓହ୍ଲାଉଛନ୍ତି । ବାୟୁସେନା ଅଧିକାରୀମାନେ କହିଛନ୍ତି ଯେ ଇଣ୍ଡିଆନ ଏୟାରଫୋର୍ସର ଫାଇଟର ବିମାନରେ ଜଣେ ହିଁ ପାଇଲଟ୍ ଥିଲେ । ଜେଟ୍ କ୍ରାସ୍ ହେବା ପୂର୍ବରୁ ସେ ଇଜେକ୍ଟ ହୋଇଯାଇଥିଲେ । ତାଙ୍କୁ ସେନା ହସ୍ପିଟାଲ ପଠାଯାଇଛି ।
ସେପଟେ ଯେଉଁ ହଷ୍ଟେଲ ନିକଟରେ ଜେଟ୍ଟି କ୍ରାସ୍ ହୋଇଥିଲା, ସେହି ସମୟରେ ହଷ୍ଟେଲ ଖାଲି ଥିବା କୁହାଯାଉଛି । ଦୁର୍ଘଟଣା ପରେ ସେନା ଏହି ମାମଲାରେ କୋର୍ଟ ଅଫ୍ ଇନ୍କ୍ୱିରୀର ଅର୍ଡର ଦେଇଛି ।
जैसलमेर में सेना का फाइटर प्लेन क्रैश: घर की दीवार से टकराया विमान, भारत शक्ति अभ्यास में जा रहा था |#Rajasthan #Jaisalmer #fighterplanecrash #jaisalmer pic.twitter.com/X58wLsmx6y
— Kishore Singh Rathore (@Fortkotra) March 12, 2024