କେନ୍ଦୁଝର : ଆଜିଠୁ ଆରମ୍ଭ ମା’ ତାରିଣୀଙ୍କ ଚଇତି ପର୍ବ

କେନ୍ଦୁଝର : ଆଜିଠୁ ଆରମ୍ଭ ହୋଇଛି ଘଟଗାଁର ଅଧିଷ୍ଠାତ୍ରୀ ଦେବୀ ମାଆ ତାରିଣୀଙ୍କ ଚଇତି ପର୍ବ । ଏହି ସମୟରେ ସୁନାବେଶରେ ଦର୍ଶନ ଦିଅନ୍ତି ମାଆ। ଏହି ଦୁର୍ଲଭ ବେଶ ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ଭିଡ଼ ଜମିଥାଏ। ଆଜି ସକାଳେ ମାଆଙ୍କ ସ୍ନାନ ପରେ ସୁନାବେଶ କରାଯାଇ ମଙ୍ଗଳ ଆଳତୀ କରାଯାଇଥିଲା। ବିଶ୍ୱାସ ରହିଛି, ଚଇତି ପର୍ବରେ ମାଆଙ୍କ ସୁନାବେଶ ଦର୍ଶନ କଲେ ମନସ୍କାମନା ପୂରଣ ହୁଏ। ଏପ୍ରିଲ ୯ରୁ ୧୫ ପର‌୍ୟ୍ୟନ୍ତ ମାଆଙ୍କ ଏହି ପର୍ବ ପାଳିତ ହେବ। ଶୃଙ୍କଳିତ ଦର୍ଶନ ପାଇଁ ବ୍ୟାରିକେଡ୍‌ ବ୍ୟବସ୍ଥା କରାଯିବା ସହ ପୋଲିସ ମୁତୟନ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.