ଓଡ଼ିଶା ଫେରିଲେ ଦୌଡ଼ରାଣୀ, ବିମାନବନ୍ଦରରେ ଦୂତୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଏସିଆନ ଆଥଲେଟିକ୍‌ ଚାମ୍ପିଅନସିପ୍‌ର ମହିଳା ୨ଶହ ମିଟର ଦୌଡ଼ରେ ବ୍ରୋଞ୍ଜ ପଦକ ବିଜୟିନୀ ଦୂତୀ ଚାନ୍ଦ ଓଡ଼ିଶା ଫେରିଛନ୍ତି । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଦୋହା ଏସିଆନ୍‌ ଆଥଲେଟିକ୍ସ ଚାମ୍ପିଅନସିପ୍‌ ୨ଶହ ମିଟର ରେସରେ ଦୂତୀ ଜିତିଥିଲେ ବ୍ରୋଞ୍ଜ ପଦକ। ୨୩.୨୪ ସେକେଣ୍ଡରେ ସେ ଅତିକ୍ରମ କରିଥିଲେ ୨୦୦ ମିଟର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.