ମାଷ୍ଟର ବ୍ଲାଷ୍ଟରଙ୍କ ଏହି ମଜାଦାର ଭିଡିଓ ହେଉଛି ଭାଇରାଲ, ଆଇସିସି କଲା ଟ୍ବିଟ୍

‘କ୍ରୀକେଟର ଭଗବାନ’ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଯେଉଁଥିରେ ସେ ବ୍ୟାଟିଂ ଏବଂ ବଲିଂରେ ନିଜର ଜଲ୍ବା ଦେଖଉଥିବାର ନଜର ଆସୁଛନ୍ତି। ସଚିନଙ୍କର ଏହି ଭିଡିଓକୁ ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ ଅର୍ଥାତ୍ ଆଇସିସି ବହୁତ ମଜା ନେଉଛନ୍ତି। ଭିଡିଓଟି ମୁମ୍ବାଇର ଏକ କ୍ରିକେଟ କ୍ଲବର ଅଟେ।

ସଚିନ ନିଜର ପିଲାଦିନର ବନ୍ଧୁ ବିନୋଦ କାମ୍ବଲୀଙ୍କ ସହିତ ଖେଳୁଥିବାର ନଜର ଆସୁଛନ୍ତି। ଯେଉଁଥିରେ ସଚିନ ବଲିଂ କରୁଛନ୍ତି ଏବଂ ବିନୋଦ ବ୍ୟାଟିଂ କରୁଛନ୍ତି। ସେ ବଲିଂ କରୁଥିବାବେଳେ ସଚିନଙ୍କ ଗୋଡ ବଲିଂ ଲାଇନର ଆଗକୁ ଚାଲିଯାଇଛି। ସେଥିପାଇଁ ଆଇସିସି ଏହାକୁ ମଜାଳିଆ ଢ଼ଙ୍ଗରେ ନିଜର ଅଫିସିଆଲ ଟ୍ବିଟର ଆକାଉଣ୍ଟରେ ଏହାର ଏକ ଫଟୋ ପୋଷ୍ଟ କରିଛନ୍ତି ଏବଂ ଲେଖିଛନ୍ତି,‘ସଚିନ ତୁମ ପାଦ ଦେଖ।’

ସଚିନ ମଧ୍ୟ ନିଜର ଟ୍ବିଟର ଆକାଉଣ୍ଟରେ ଏହି ଭିଡିଓକୁ ପୋଷ୍ଟ କରି ଲେଖିଛନ୍ତି,‘ବିନୋଦ କାମ୍ବଲୀଙ୍କ ସହିତ ପୁଣି ଥରେ ନେଟ ପ୍ରାକ୍ଟିସ କରି ବହୁତ ଭଲ ଲାଗିଲା। ଶିବାଜୀ ପାର୍କରେ ପିଲାଦିନ କଥା ମନେ ପଡିଗଲା। ବହୁତ କମ୍ ଲୋକ ଜାଣନ୍ତି ବିନୋଦ ଏବଂ ମୁଁ ସବୁବେଳେ ଗୋଟିଏ ଟିମରେ ରହି ଆସିଛୁ। କେବେବି ଜଣେ ଜଣଙ୍କ ବିରୁଦ୍ଧରେ ଖେଳି ନାହୁଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.