ବିଶ୍ବ କପରୁ ବାହାର ହେବା ପରେ ମିଳିଥିଲା ପାକ୍ କୋଚଙ୍କ ମୃତ ଦେହ, କଣ ହୋଇଥିଲା ସେହି ରାତିରେ ?

୧୮ ମାର୍ଚ୍ଚ ୨୦୦୭ । ଜମେକାର ପେଗାସୁସ୍ ହୋଟେଲ୍ ରୁମ୍ ନମ୍ବର ୩୭୪ରେ ମିଳିଥିଲା ଏକ ମୃତଦେହ । ଶରୀରରେ ନଥିଲା କୌଣସି ବସ୍ତ୍ର । ଓଲଟା ପଡିଥିଲା ଶବ ଆଉ ମୁହଁରୁ ବାହାରୁଥିଲା ରକ୍ତ । ଯାଂଚ ପରେ ଜଣା ପଡିଥିଲା ମୃତ ଦେହଟି ହେଉଛି ପାକିସ୍ତାନର ତତ୍କାଳୀନ କୋଚ୍ ବବ୍ ଉଲମରଙ୍କର । ୧୮ ମାର୍ଚ୍ଚ . . . ଏହା ଏକ ଏଭଳି ତାରିଖ ଥିଲା ଯାହାର ସମ୍ପର୍କ ଭାରତ, ପାକିସ୍ତାନ, ୱେଷ୍ଟଇଣ୍ଡିଜ୍, ଆୟାରଲାଣ୍ଡ ସମତେ ପୁରା କ୍ରିକେଟ୍ ଜଗତ ସହ ଥିଲା ।

ହେଲେ ଉଲମରଙ୍କର ମୃତ୍ୟୁ ପଛର କାରଣ କଣ ଥିଲା ତାହା କେହି ଜାଣି ନଥିଲେ । ସାମ୍ବାଦିକ ସମ୍ମିଳନୀରେ ନିଜ ଟିମ୍ ପାଇଁ ବିଶ୍ବ କପ୍ ଶେଷ କହି ଉଠିଯାଇଥିବା ଉଲମରଙ୍କୁ ଆଉ କେହି ଦେଖି ପାରିନଥିଲେ । ୧୭ ମାର୍ଚ୍ଚରେ ଆୟାରିଶ୍ ଟିମ୍ ପାକିସ୍ତାନକୁ ମାତ୍ର ୧୩୨ ରନରେ ଅଲ ଆଉଟ୍ କରିଥିଲା । ଆଉ ମ୍ୟାଚ୍ ହାରିବା ପରେ ବିଶ୍ବ କପ୍ ପାକିସ୍ତାନର ବିଶ୍ବ କପ୍ ଜିତିବା ସ୍ବପ୍ନ ସମାପ୍ତ ହୋଇଯାଇଥିଲା ।

ବିଶ୍ବକପ୍ ସମୟରେ ଏକ ନ୍ୟାସନାଲ୍ ଟିମର କୋଚଙ୍କ ମୃତ୍ୟୁ ହେବ କୌଣସି ସାଧାରଣ କଥା ନଥିଲା । ଯେଉଁ ରୁମରେ କୌଣସି ଝରକା ନଥିଲା, ସେହି ବନ୍ଦ ରୁମରେ କେହି ପହଂଚିଥିବା କଥା କାହାର ହଜମ ହୋଇନଥିଲା । ଯାଂଚ ପରେ ବି ପୋଲିସକୁ ସନ୍ଦେହ ଏବଂ ଅନୁମାନ ବ୍ୟତୀତ ଆଉ କିଛି ମିଳିନଥିଲା ।

bobଏହି ଘଟଣାରେ ସନ୍ଦେହର କଣ୍ଟା ଅନେକ ଦିଗ ଆଡକୁ ଯାଉଥିଲା । ସବୁଠାରୁ ଆଶ୍ଚର୍ଯ୍ୟ ଜନକ କଥା ହେଉଛି ଯେଉଁଦିନ ଜମେକାର କମିଶନର୍ ସାମ୍ବାଦିକ ସମ୍ମିଳନର ରଖିଥିଲେ ସେହିଦିନ ସେହି ସମୟରେ ପାକିସ୍ତାନୀ ଟିମ୍ ନିଜ ଦେଶକୁ ଫେରିବା ପାଇଁ ଫ୍ଲାଇଟ୍ ନେଇଥିଲା ।

ଲୁଚିଗଲା ମୃତ୍ୟୁର ରହସ୍ୟ :

ଉଲମରଙ୍କର ମୃତ୍ୟୁ ପଛର କାରଣ କଣ ଥିଲା ତାହା କେହି ଜାଣି ପାରିଲେ ନାହିଁ । ଏହା ଏକ ଅପମୃତ୍ୟୁ ଥିଲା ନା ଥିଲା ହତ୍ୟା ବା ଆତ୍ମହତ୍ୟା ? ରହିଗଲା ରହସ୍ୟ ମଧ୍ୟରେ । ବାସ୍ ମୃତ୍ୟୁର ସାତ ଘଂଟା ପୂର୍ବରୁ ବ୍ଲୁମର ନିଜ ପତ୍ନୀଙ୍କୁ କଲ୍ କରି ଟିମ୍ ହାରିଯିବାର ଦୁଃଖ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.