ମିଳିଲା ନିଖୋଜ AN-32 ବିମାନର ଭଗ୍ନାବଶେଷ, ଅରୁଣାଚଳ ପ୍ରଦେଶର ଲିପୋରେ ହେଲା ଠାବ

ନିଖୋଜର ୯ଦିନ ପରେ ମିଳିଲା ଭାରତୀୟ ବାୟୁସେନା AN-32 ବିମାନର ଭଗ୍ନାବଶେଷ । ଅରୁଣାଚଳ ପ୍ରଦେଶର ଲିପୋରୁ ୧୬ କିଲୋମିଟୋର ଉତ୍ତରରେ ବିମାନର କିଛି ଅଂଶକୁ ଠାବ କରାଯାଇଛି । ବିମାନର ବାକି ଅଂଶକୁ ଠାବ କରିବାକୁ ବାୟୁସେନା ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି ରହିଛି । ଏନେଇ ଭାରତୀୟ ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି ।

ଜୁନ୍ ୩ ତାରିଖରେ ଆସାମର ଜୋରହାଟରୁ ଅରୁଣାଚଳ ପ୍ରଦେଶର ମେଚୁକ ଅଭିମୁଖେ ଉଡ଼ାଣ ଭରିଥିବା ବେଳେ ନିଖୋଜ ହୋଇଯାଇଥିଲା । ଏଥିରେ ୮ ବିମାନ କର୍ମଚାରୀଙ୍କ ସମେତ ୧୩ ଜଣ ଥିଲେ । ସେମାନଙ୍କ ମଧ୍ୟରେ ଥିଲେ ଜଣେ ଓଡ଼ିଆ ପାଇଲଟ୍ ସୁନୀତ ମହାନ୍ତି । ତାଙ୍କ ଘର ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକର ବଳିଆପଲ୍ଲୀ ଗାଁରେ । ୨୦୧୨ ମସିହାରେ ଭାରତୀୟ ବାୟୁସେନାରେ ଯୋଗ ଦେଇଥିଲେ ସୁନୀତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.