କନ୍ୟା ସହ ଗୀତରେ ଏମିତି ନାଚିଲା କୁକୁର କି ଭାଇରାଲ ହୋଇଗଲା ଭିଡିଓ

ସୋସିଆଲ ମିଡିଆରେ ଏବେ ଏକ କୁକୁରର ବିବାହ କରିବାକୁ ଯାଉଥିବା ମହିଳାଙ୍କ ସହ ନାଚୁଥିବାର ଏକ ଭିଡିଓ ଖୁବ ଭାଇରାଲ ହେଉଛି।ଭିଡିଓରେ ଦୁହେଁ ପରସ୍ପର ସହ ଖୁବ ମଜାରେ ନାଚୁଥିବାର ନଜର ଆସିଛି। ଖାଲି ସେତିକି ନୁହଁ ଦୁହେଁ ନାଚୁଥିବା ବେଳେ ପରସ୍ପରର ସାଥ୍ ମଧ୍ୟ ଦେଉଛନ୍ତି। ଭିଡିଓ ଦେଖି ଏପରି ଲାଗୁଛି ଯେପରି ଡିଜେ ବାଲା ବାବୁ କୁକୁରର ମନପସନ୍ଦ ଗୀତ ବଜାଇ ଦେଇଛନ୍ତି ଯାହାଫଳରେ ସେ ନିଜ ଗୋଡକୁ ଅଟକାଇ ପାରିନାହାନ୍ତି।

ଟେଲିଭିଜନ୍ ଅଭିନେତା ରଘୁ ରାମ୍ ଦ୍ବାରା ଏହି ଭିଡିଓ ଟ୍ବିଟରରେ ଶେୟାର କରାଯାଇଥିଲା। ଯାହାକୁ ବର୍ତ୍ତମାନ ପର‌୍ୟ୍ୟନ୍ତ ବହୁସଂଖ୍ୟାକ ଶେୟାର କରାଯାଇଥିବା ବେଳେ ତାହା ଭାଇରାଲ ହୋଇଛି। ଭିଡିଓରେ ବିବାହ ମାହୋଲରେ ଡିଜେ ଦ୍ବାରା ବଜା ଯାଇଥିବା ଗୀତରେ ବିବାହିତ କନ୍ୟା ପୋଷାକରେ ଥିବ ମହିଳା ଏବଂ ତାଙ୍କ ସହିତ ଏକ କୁକୁର ନାଚୁଥିବାର ଦେଖାଯାଇଛି। ନାଚୁଥିବା ସମୟରେ କୁକୁରଟି ନିଜର ଦୁଇ ଗୋଡରେ ଠିଆ ହୋଇଥିବା ଦେଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.