Below header

ପ୍ରକାଶ ପାଇଲା ଓଟିଇଟି ରେଜଲ୍ଟ, ୱେବସାଇଟରେ ଉପଲବ୍ଧ ହେଉଛି ଫଳ

କଟକ(କେନ୍ୟୁଜ୍):  ଓଡିଶା ଟିଚର ଇଲିଜିବିଲିଟି ଟେଷ୍ଟ-ଓଟିଇଟି ପରୀକ୍ଷା ଫଳ ପ୍ରକାଶିତ। ମାଧ୍ୟମିକ ଶିକ୍ଷା ପରିଷଦ ୱେବସାଇଟରେ ଉପଲବ୍ଧ ହେଉଛି ଫଳ। www.bseodisha.ac.in ୱେବସାଇଟରେ ରେଜଲ୍ଟ ଉପଲବ୍ଧ। ପରୀକ୍ଷାର୍ଥୀ ମାନେ ନିଜର ରୋଲ ନମ୍ବର ଓ ମୋବାଇଲ ନମ୍ବର ଦେଇ ରେଜଲ୍ଟ ଦେଖି ପାରିବେ।…

୩୦ ଟି ଜିଲ୍ଲା ଗସ୍ତ ଶେଷ କରିବାକୁ ଯାଉଛନ୍ତି ଫାଇଭ ଟି ସଚିବ, ଯାଜପୁର ଜିଲ୍ଲା ସରିଲେ ଶେଷ ହେବ କାର୍ଯ୍ୟକ୍ରମ

ଯାଜପୁର(କେନ୍ୟୁଜ୍): ଯାଜପୁର ଜିଲ୍ଲା ଗସ୍ତ ସହିତ ଓଡ଼ିଶାର ୩୦ ଟି ଜିଲ୍ଲା ଗସ୍ତ ଶେଷ କରିବାକୁ ଯାଉଛନ୍ତି ଫାଇଭ ଟି ସଚିବ ଭି କେ ପାଣ୍ଡିଆନ। ଯାଜପୁର ଜିଲ୍ଲା ଗସ୍ତର ଦ୍ୱିତୀୟ ଦିନରେ ବଡ଼ଚଣା ନିର୍ବାଚନ ମଣ୍ଡଳୀର ଚଣ୍ଡିଖୋଲ ବି ବି କଲେଜ ପଡ଼ିଆରେ ପହଁଚି ସାଧାରଣ ଲୋକଙ୍କ ଅଭିଯୋଗ ଗ୍ରହଣ…

ଲିଫ୍ଟ ଦେବା ବାହାନାରେ ଦୁଷ୍କର୍ମ ଉଦ୍ୟମ, କୌଶଳ କ୍ରମେ ଅଟୋରୁ ଖସିଆସିଲେ ଯୁବତୀ

କଟକ(କେନ୍ୟୁଜ୍): ଲିଫ୍ଟ ଦେବା ବାହାନାରେ ଦୁଷ୍କର୍ମ ଉଦ୍ୟମ। ବିରୋଧ କରିବାରୁ ଗାଡ଼ିରୁ ଠେଲି ହତ୍ୟା ଉଦ୍ୟମ ଅଭିଯୋଗ। ଘଟଣା ଘଟିଛି କଟକ ଚୌଦ୍ବାର ଥାନା ଅଞ୍ଚଳରେ। ଯୁବତୀ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କଟକ ଏସସିବିରେ ଭର୍ତ୍ତି କରାଯାଇଛି। ତାଙ୍କ ଶରୀରରେ ଗଭୀର ଆଘାତ ଲାଗିଛି।…

ଭୁବନେଶ୍ବର: ନିବାରଣ ପାଣିଙ୍କ ଘରକୁ ଲୁଟ୍ ହୋଇଥିବା ୨ କୋଟି ଟଙ୍କା କୁଆଡୁ ଆସିଥିଲା ? ତଦନ୍ତ ଭିତରେ ପ୍ରଶ୍ନବାଚୀ ଉପରୁ…

କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ବର ନନ୍ଦନବିହାରରେ ନିବାରଣ ପାଣିଙ୍କ ଘରକୁ ଲୁଟ୍ ହୋଇଥିବା ୨ କୋଟି ଟଙ୍କା କୁଆଡୁ ଆସିଥିଲା ? କାହିଁକି ଏତେ ଟଙ୍କା ଘରେ ରଖିଥିଲେ । ତଦନ୍ତ ଭିତରେ ପ୍ରଶ୍ନବାଚୀ ଉପରୁ ଧୀରେ ଧୀରେ ପରଦା ହଟୁଛି । ନିବାରଣ ପାଣି ଜଣେ ଅବସରପ୍ରାପ୍ତ ଅଧିକାରୀ । ତାଙ୍କ ସମ୍ପର୍କୀୟ…

ଗୋଟିଏ କିଲୋ ମାଛର ଦାମ୍ ୩୧ ହଜାର ଟଙ୍କା, କେଉଁଠି ଜାଣିଛନ୍ତି

ଜଳେଶ୍ବର(କେନ୍ୟୁଜ୍):  ଦାମିକିଆ ମାଛ । ଗୋଟିଏ କିଲୋ ମାଛର ଦାମ୍ ୩୧ ହଜାର ଟଙ୍କା । ପ୍ରାୟ ୫୫ଲକ୍ଷରୁ ଅଧିକ ଟଙ୍କାରେ ବିକ୍ରି ହେଲା ୯ଟି ମାଛ । ଓଡିଶା-ପଶ୍ଚିମବଙ୍ଗ ସୀମାନ୍ତବର୍ତ୍ତୀ ଦୀଘା ଅଞ୍ଚଳ ସମୁଦ୍ରରୁ ଧରାପଡିଥିବା ତେଲିଆ ମାଛ ଲକ୍ଷାଧିକ ଟଙ୍କାରେ ବିକ୍ରି ହୋଇଛି । ଧାମରା ଅଞ୍ଚଳର…

ଫୁଲବାଣୀ: ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରା ଦଣ୍ଡାଦେଶ

ଫୁଲବାଣୀ(କେନ୍ୟୁଜ୍): ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରା ଦଣ୍ଡାଦେଶ । ଦଣ୍ଡାଦେଶ ଶୁଣାଇଲେ ଫୁଲବାଣୀ ପକ୍ ସୋ କୋର୍ଟ । ଅଭିଯୁକ୍ତ ଗଣେଶ ପ୍ରଧାନକୁ ୨୦ ବର୍ଷ ସ ଜେଲ୍ ସହ ୨୨ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟରେ ଆଉ ୬ ମାସ ଅଧିକ ଜେଲ…

ପୁରୀ ଜଟିଆ ବାବାଜୀ ଛକରେ ନିର୍ମମ ହତ୍ୟାକାଣ୍ଡ, ଯୁବକଙ୍କୁ ପିଟି ପିଟି ମାରିଦେଲେ

ପୁରୀ(କେନ୍ୟୁଜ୍): ପୁରୀ ଜଟିଆବାବାଜୀ ଛକରେ ନିର୍ମମ ହତ୍ୟାକାଣ୍ଡ । ଯୁବକଙ୍କୁ ହତ୍ୟା। ମୃତ ଯୁବକ ନରେନ୍ଦ୍ର କୋଣ ଗୋପବନ୍ଧୁ କଲୋନୀର ଲଡୁ ନାୟକ ।ଘଟଣାସ୍ଥଳରେ କୁମ୍ଭାରପଡ଼ା ଥାନା ପୋଲିସ।ଯୁବକଙ୍କ ମୁଣ୍ଡକୁ ଆଘାତ କରାଯାଇଛି। ଦୁଇଜଣ ଦୁର୍ବୃତ୍ତ ପାଇପରେ ମୁଣ୍ଡକୁ ଆକ୍ରମଣ କରିଥିବା ଅଭିଯୋଗ…

ନାମ ଅସଲି ଜିନିଷ ନକଲି: ବଲାଙ୍ଗିରରୁ ନାମିଦାମୀ କମ୍ପାନୀର ନକଲି ପୋଷାକ ଜବତ

ବଲାଙ୍ଗିର(କେନ୍ୟୁଜ୍): ବଲାଙ୍ଗିର ସହରରେ ପୋଲିସ ଲଖାନୀ କପଡା ଦୋକାନ ଓ ଗୋଦାମରେ ଚଡାଉ କରି ବିଭିନ୍ନ ନାମିଦାମୀ କମ୍ପାନୀର ପୋଷାକ ଜବତ କରିଛି। ଏହାର ଆନୁ ମାନିକ ମୁଲ୍ୟ ପ୍ରୁା ୪୫ ଲକ୍ଷ ଟଙ୍କା ହେେବ ବୋଲି ଜଣା ପଡିଛି। ବିଭିନ୍ନ ନାମିଦାମୀ କମ୍ପାନୀ ର ଲଗୋ ବ୍ୟବହାର କରି କମ ମୁଲ୍ୟ ର…

୨ତାରିଖରୁ ରାଜ୍ୟର କିଛି ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା, ୪ ତାରିଖରେ ବଢିବ ବର୍ଷାର ବିସ୍ତୃତି

କେନ୍ୟୁଜ୍(ବ୍ୟୁରୋ): ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ। ଉତ୍ତର-ପୂର୍ବ ପାର୍ଶ୍ବବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ର ପତ୍ତନ ଠାରୁ ବାୟୁମଣ୍ଡଳର ୫.୮ କିମି ଉଚ୍ଚତା ଯାଏ ବ୍ୟାପିଛି। ଏହାର ପ୍ରଭାବରେ ୧ ତାରିଖରୁ ଦୁଇ ଚାରି ଦିନ…

ହୋଟେଲକୁ ଖାଇବାକୁ ଆସି ଟଳି ପଡିଲେ ବୃଦ୍ଧ, ସମୁଦ୍ର କୂଳରେ ବସି ଜୋତା ସିଲାଇ କରି ପେଟ ପୋଷୁଥିଲେ

ପୁରୀ(କେନ୍ୟୁଜ୍): ଏମିତିବି ମୃତ୍ୟୁ ଆସେ। ଯାହା ସମସ୍ତଙ୍କୁ  ସ୍ତମ୍ଭିଭୂତ କରିଛି। ଏହା ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ଗତକାଲି ସନ୍ଧ୍ୟା ସମୟରେ ପୁରୀ ବେଳାଭୂମି ରେଣୁକା ଗଳିରେ ଥିବା ଏକ ପେଟପୂଜା ନାମକ ହୋଟେଲରେ ଘଟିଛି ଏଭଳି ଅଭାବନୀୟ ଘଟଣା।ହୋଟେଲକୁ ଖାଇବାକୁ ଆସି ଆଉ ଫେରିଲା ନାହିଁ ଜଣେ…

ନିମ୍ନମାନର କାମ କରି ୩୪ ଲକ୍ଷ ୧୪ ହଜାର ଟଙ୍କା ହଡପ: ରାଉରକେଲାରୁ ବନ୍ଧା ହେଲେ ଠିକାଦାର ବାପପୁଅ,

କେନ୍ୟୁଜ୍(ବ୍ୟୁରୋ):  ବାହାର ଚକାଚକ । ଭିତରେ ଫାଟ । ନିମ୍ନମାନର ଛାତ, କାନ୍ଥ ଓ ଫ୍ଲୋରିଂରେ ଫାଟ । ଡ୍ରେନେଜ୍, ସାନିଟାରୀ ଏବଂ ଇଲେଟ୍ରିକ କାମ ବି ଅତି ନିମ୍ନମାନର । ରାଉରକେଲାରୁ ବନ୍ଧା ହେଲେ ଠିକାଦାର ବାପପୁଅ । ସ୍ପେଶାଲ କ୍ଲାସ ଠିକାଦାର ବିଜୟ କୁମାର ଅଗ୍ରୱାଲ ଓ ତାଙ୍କ ଠାରୁ ପାୱାର…

ମହିଳା ସହକାରୀ ପ୍ରଫେସରଙ୍କୁ ନିର୍ଯାତନା ଅଭିଯୋଗ ଘଟଣା: ଆଭ୍ୟନ୍ତରୀଣ ବୈଠକରେ ଉଭୟ ପକ୍ଷକୁ ଜେରା

ସମ୍ବଲପୁର(କେନ୍ୟୁଜ୍): ମହିଳା ସହକାରୀ ପ୍ରଫେସରଙ୍କୁ ନିର୍ଯାତନା ଅଭିଯୋଗରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ବୈଠକ। ସମ୍ବଲପୁର ବିଶ୍ବବିଦ୍ୟାଳୟର ମହିଳା ସହକାରୀ ପ୍ରଫେସର ରୋଶନୀ କୁଜୁରଙ୍କୁ ସହକାରୀ ପ୍ରଫେସର ରଜତ କୁଜୁର ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ଏନେଇ ଆଜି…