ହୋଲିରେ ସରକାରଙ୍କ ବଡ଼ ଉପହାର! ୧.୬୫ କୋଟି ଲୋକ ମାଗଣାରେ ପାଇବେ LPG ସିଲିଣ୍ଡର

ୟୁପିରେ ଯୋଗୀ ସରକାର ଗଠନ ହେବାକୁ ଯାଉଛି। ଏଥି ସହିତ ସରକାରଙ୍କ ନିର୍ବାଚନ ପ୍ରତିଶ୍ରୁତିକୁ ବି ପୂରା କରିବାର ସମୟ ଆସି ଯାଇଛି। ସରକାରଙ୍କ ସାମ୍ନାରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି, ଉଜ୍ଜ୍ୱଳା ଯୋଜନା ଅଧୀନରେ ମାଗଣା ଗ୍ୟାସ୍‌ ସିଲିଣ୍ଡର ବିତରଣ କରିବା। ୟୁପି ସରକାରଙ୍କ ଏହି ଯୋଜନା ଅଧୀନରେ ରାଜ୍ୟବାସୀଙ୍କୁ ହୋଲି ଅବସରରେ ବଡ଼ ଉପହାର ମିଳିବାକୁ ଯାଉଛି। ସରକାର ହୋଲିରେ ମାଗଣା ଗ୍ୟାସ୍‌ ସିଲିଣ୍ଡର ଦେବା ପ୍ରସ୍ତୁତିରେ ଅଛନ୍ତି। ଏଥିପାଇଁ ଫୁଡ୍‌ ଆଣ୍ଡ ଲଜିଷ୍ଟିକ୍‌ ଡିପାର୍ଟମେଣ୍ଟ ସରକାରଙ୍କ ପାଖକୁ ଏକ ପ୍ରସ୍ତାବ ପଠାଇଛି।

କହି ରଖୁଛୁ, ଏହି ସମୟରେ ରାଜ୍ୟରେ ଉଜ୍ଜ୍ୱଳା ଯୋଜନାର ୧.୬୫ କୋଟି ଉପଭୋକ୍ତା ଅଛନ୍ତି। ଏହି ଦୃଷ୍ଟିରୁ ନିର୍ବାଚନ ପ୍ରତିଶ୍ରୁତିକୁ ପୂରା କରିବା ପାଇଁ ସରକାରଙ୍କ ଉପରେ ୩୦୦୦ କୋଟିର ଭାର ଆସିବ। ସୂଚନାଥାଉ କି, ବିଜେପି ବିଧାନସଭା ନିର୍ବାଚନରେ ନିଜ ସଂକଳ୍ପ ପତ୍ରରେ ଉଜ୍ଜ୍ୱଳା ଯୋଜନା ଲାଭାର୍ଥୀଙ୍କୁ ହୋଲି ଏବଂ ଦୀପାବଳିରେ ମାଗଣା ସିଲିଣ୍ଡର ଦେବାକୁ ଘୋଷଣା କରିଥିଲା। ନିର୍ବାଚନରେ ବହୁମତ ହାସଲ କରିଥିବା ଦଳ ପ୍ରଥମେ ହୋଲିରେ ହିଁ ଏହାକୁ ଦେବା ପାଇଁ ପ୍ରସ୍ତୁତି ଚଳାଇଛି। ଫୁଡ୍‌ ଆଣ୍ଡ ଲଜିଷ୍ଟିକ୍‌ ଡିପାର୍ଟମେଣ୍ଟ ସୋମବାର ନିଜ ପ୍ରସ୍ତାବ ସରକାରଙ୍କୁ ପଠାଇଛି। ଏହା ଉପରେ ମୋହର ଲାଗିବା ପରେ ବିତ୍ତ ବିଭାଗ ପକ୍ଷରୁ ବଜେଟ୍‌ ଜାରି କରାଯିବ ଏବଂ ଜିଲାଗୁଡ଼ିକରେ ମାଗଣା ସିଲିଣ୍ଡର ବିତରଣ କରାଯିବ।

ମାଗଣା ରାଶନ ଯୋଜନା ମଧ୍ୟ ବଢ଼ାଯିବ

ଏଥି ସହିତ ରାଜ୍ୟ ସରକାର ମାଗଣା ରାଶନ ଯୋଜନାକୁ ବି ବଢ଼ାଇବାକୁ ଯାଉଛନ୍ତି। ଏଥିପାଇଁ ସରକାର ଫୁଡ୍‌ ଆଣ୍ଡ ଲଜିଷ୍ଟିକ୍‌ ଡିପାର୍ଟମେଣ୍ଟଠୁ ପ୍ରସ୍ତାବ ମାଗିଛନ୍ତି। ସରକାର ଡିସେମ୍ବରରୁ ହିଁ ମାଗଣା ରାଶନ ଦେଉଛନ୍ତି। ମାର୍ଚ୍ଚ ମାସରେ ଏହାର ସମୟ ସୀମା ଶେଷ ହେବାକୁ ଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.