ବଜାରକୁ ଆସିଲା Nissanର ଏସୟୁଭି Magnite ୨୦୨୩ ମଡେଲ, ଏଥିରେ ମିଳୁଛି ଦରଦାର ରିହାତି

ସାମନାକୁ ଆସିଲା ନିସାନର 2023 ମଡେଲ । ଅନେକ ସେଫ୍ଟି ଫିଚର ସହ ଏହା ବଜାରରେ ଲଞ୍ଚ କରିଛି । ଏଥିରେ ଆପଣଙ୍କୁ ଟାୟାର ପ୍ରେସର ମନିଟର , ହିଲ ଷ୍ଟାର୍ଟ ଆସିଷ୍ଟ, ଟ୍ରାଫିକ କଣ୍ଟ୍ରୋଲ ସିଷ୍ଟମ, ହାଇଡ୍ରୋଲିକ ବ୍ରେକ ଆସିଷ୍ଟ ଭଳି ସୁବିଧା ରହିଛି । ଏହାସହ ୩୬୦ ଡିଗ୍ରୀ କ୍ୟାମେରା, ଆଣ୍ଟି ଥେଫ୍ଟ ଆଲାରାମ, ସ୍ପିଡ-ସେନସିଙ୍ଗ ଡୋର ଲକ୍‌, ଇମପାକ୍ଟ - ଡିକେକ୍ଟଟିଂ ଲକ୍ସ ସିଷ୍ଟମ ସହ ଆଉରି ଅନେକ ସେଫଟି ଫିଚର ରହିଛି ।

କେନ୍ୟୁଜ୍‌(ବ୍ୟୁରୋ): ଜାପାନିଜ ମଟରଯାନ ନିର୍ମାତା Nissanର ମଟର ଇଣ୍ଡିଆ ପକ୍ଷରୁ ଏହାର ଏସୟୁଭି Magnite ର ନୂଆ ଓ ୨୦୨୩ ମଡେଲକୁ ସାମନାକୁ ଅଣାଯାଇଛି । କମ୍ପାନୀ ଏଥିରେ ଅନେକ ସେଫ୍ଟି ଫିଚର ନେଇକି ଆସିଛି । ଫଳରେ ବଜାରରେ ଏହାର ଚାହିଦା ବଢିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଆସନ୍ତୁ ଜାଣିବା ଏଥିରେ କଣସବୁ ଫିଚର ରହିଛି ।

ସେଫ୍ଟି କଥା ଦେଖିଲେ ଏଥିରେ ଆପଣଙ୍କୁ ଟାୟାର ପ୍ରେସର ମନିଟର , ହିଲ ଷ୍ଟାର୍ଟ ଆସିଷ୍ଟ, ଟ୍ରାଫିକ କଣ୍ଟ୍ରୋଲ ସିଷ୍ଟମ, ହାଇଡ୍ରୋଲିକ ବ୍ରେକ ଆସିଷ୍ଟ ଓ ଭେକିଲ ଡାଇନାମିକ କଣ୍ଟ୍ରୋଲ ସୁବିଧା ରହିଛି । ସେହିପରି XV PRE ଭାରିଆଣ୍ଟରେ ଏହିସବୁ ସେଫଟି ଫିଚରକୁ କମ୍ପାନୀ ପକ୍ଷରୁ ଅଣାଯାଇଛି । ଏହାସହ ISOFIX ଚାଇଲ୍ଡ ସିଟ୍‌ ଏନକୋରେଜ୍‌, ୩୬୦ ଡିଗ୍ରୀ କ୍ୟାମେରା, ଆଣ୍ଟି ଥେଫ୍ଟ ଆଲାରାମ, ସ୍ପିଡ-ସେନସିଙ୍ଗ ଡୋର ଲକ୍‌, ଇମପାକ୍ଟ – ଡିକେକ୍ଟଟିଂ ଲକ୍ସ ସିଷ୍ଟମ ସହ ଆଉରି ଅନେକ ସେଫଟି ଫିଚର ରହିଛି ।

ଏବେ ଏହାର ସ୍ପେସିଫିକେନ ବାବଦରେ ନଜର ପକାଇବା । ଏଥିରେ ରହିଛି ୧ ଲିଟିର ବିଶିଷ୍ଟ ୩ଟି ସିଲିଣ୍ଡର, ଏହାସହ ରହିଛି ପେଟ୍ରୋଲ ଇଞ୍ଜିନ ଯାହା 72ps ଓ 96nm ର ପିକଅପ ଚର୍କ ଜେନେରେଟ କରିବ । ୨୦୨୩ ମଡେଲରେ କିନ୍ତୁ 100ps ଓ 160Nm ଟର୍କ ଜେନେରେଟ ହେବ । ଯାହା ଏକ ଭଲ ପିକ୍‌ଅପ ଦେବ ।

କମ୍ପାନୀ କିନ୍ତୁ ଏହାର ଦାମରେ ୨୦ ହଜାର ୫୦୦ ଟଙ୍କା ବୃଦ୍ଧି କରିଛି । ଏହାସହ ୨୦୨୨ ମଡେଲରେ ବି ଆକର୍ଷକ ରିହାତି ରହିଛି । ଏହି ମଡେଲରେ ଆପଣଙ୍କୁ ଚଳିତ ମାସ ୮୨ ହଜାର ୧୦୦ଟଙ୍କାର ବେନିଫିଟ ମିଳିବ । ଏଥିରେ ରହିଛି ପ୍ରି ମେନଟେନାନ୍ସ ପ୍ୟାକେଜ ଯାହାର ମୂଲ୍ୟ ୧୨ ହଜାର ୧୦୦ ଓ ଏହାର ଭାଲିଡିଟି ୩ ବର୍ଷ ପାଇଁ ରହିବ । ଏକ୍ସଚେଞ୍ଜ ବୋନସ ଆକାରରେ ୨୦ ହଜାର ରିହଛି , ସେହିପରି କ୍ୟାସ ଆକାରରେ ୧୨ ହଜାର ଡିସକାଉଣ୍ଟ ରିହଛି । କରପୋରେଟ ଡିସକାଉଣ୍ଟ ଆକାରରେ ୧୫ ହଜାର ମିଳିବ । ଏହାସହ ଲୋୟାଲଟ୍ରି ବୋନସ ଆକାରରେ ୧୦ ହଜାରର ଡିସକାଉଣ୍ଟ ମିଳିବ । ଏଥି ସହିତ ଆପଣ ଯଦି ଅନଲାଇନ ବୁକିଙ୍ଗ କରୁଛନ୍ତି ଆପଣଙ୍କୁ ୨ ହଜାର ଟଙ୍କାର ବୋନସ ମିଳିବ ।

ସେହିପରି ୨୦୨୩ ମଡେଲରେ ୭୧ ହଜାର ୯୫୦ ଟଙ୍କାର ରିହାତି ମିଳିବ । ଏହି ମଡେଲରେ କିନ୍ତୁ ପ୍ରି ମେନଟେନାନ୍ସ ଓ କରପୋରେଟ ଡିସକାଉଣ୍ଟ ରେ ହ୍ରାସ କରାଯାଇଛି । ଏଥିରେ ପ୍ରି ମେନଟେନାନ୍ସ ବାବଦରେ ୬ ହଜାର ୯୫୦ ଟଙ୍କାର ପ୍ୟାକେଜ ମିଳୁଥିବା ବେଳେ କରପୋରେଟ ଡିସକାଉଣ୍ଟ ବାବଦକୁ ମାତ୍ର ୧୦ ହଜାର ଟଙ୍କା ମିଳିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.