ମାର୍ଚ୍ଚ ଆରମ୍ଭରୁ ବଡ଼ ଝଟକା, ପୁଣି ଥରେ ବଢ଼ିଲା କମର୍ସିଆଲ୍ ଏଲପିଜି ସିଲିଣ୍ଡର ମୂଲ୍ୟ

ମାର୍ଚ୍ଚର ମାସର ପ୍ରଥମ ଦିନରୁ ସାଧାରଣ ଲୋକଙ୍କୁ ଲାଗିଲା ଝଟକା । ପୁଣି ଥରେ ବଢ଼ିଲା କମର୍ସିଆଲ୍ ଏଲପିଜି ସିଲିଣ୍ଡର ମୂଲ୍ୟ । ଆଜିଠାରୁ ଲାଗୁ ହୋଇଛି ନୂଆ ଦର ।

ନୂଆଦିଲ୍ଲୀ : ମାର୍ଚ୍ଚର ମାସର ପ୍ରଥମ ଦିନରୁ ସାଧାରଣ ଲୋକଙ୍କୁ ଲାଗିଲା ଝଟକା । ପୁଣି ଥରେ ବଢ଼ିଲା କମର୍ସିଆଲ୍ ଏଲପିଜି ସିଲିଣ୍ଡର ମୂଲ୍ୟ । ଆଜିଠାରୁ ଲାଗୁ ହୋଇଛି ନୂଆ ଦର । ନୂଆ ଦର ଅନୁଯାୟୀ, କମର୍ସିଆଲ୍ ଏଲପିଜି ସିଲିଣ୍ଡର ମୂଲ୍ୟ ରାଜଧାନୀ ଦିଲ୍ଲୀରେ ୨୫ ଟଙ୍କା, ମୁମ୍ବାଇରେ ୨୬ ଟଙ୍କା ବଢ଼ିଛି। କ୍ରମାଗତ ତୃତୀୟ ମାସ ପାଇଁ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇଛି । ଗତ ମାସ ବଜେଟ ଆଗତ ଦିନରେ କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ଦାମ ୧୪ ଟଙ୍କା ବଢ଼ିଥିବା ବେଳେ ଆଜି ବଢ଼ିଛି ୨୫ ଟଙ୍କା।

IOCL ୱେବସାଇଟରେ ନୂଆ ଦର ବିଷୟରେ ସୂଚନା ଦିଆଯାଇଛି। ନୂଆ ଦର ଅନୁଯାୟୀ, ଦିଲ୍ଲୀରେ କମର୍ସିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟ ଏବେ ୧୭୯୫ ଟଙ୍କାରେ ପହଞ୍ଚିଛି। କୋଲକତାରେ ଏହି ମୂଲ୍ୟ ୧୯୧୧ ଟଙ୍କା ହୋଇଥିବା ବେଳେ ମୁମ୍ବାଇରେ ୧୭୪୯ ଟଙ୍କା ଓ ଚେନ୍ନାଇରେ ଏହା ୧୯୬୦.୫୦ ଟଙ୍କାରେ ପହଞ୍ଚିଛି ।

ସୂଚନା ଯୋଗ୍ୟ ଫେବୃଆରୀ ମାସରେ ୧୯ କିଲୋଗ୍ରାମ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୪ ଟଙ୍କା ବୃଦ୍ଧି କରାଯାଇଥିଲା । ଏହାର ଏକ ମାସ ପୂର୍ବରୁ, ଜାନୁଆରୀ ମାସରେ ୧୯ କିଲୋଗ୍ରାମ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୧.୫୦ ଟଙ୍କା ବୃଦ୍ଧି କରାଯାଇଥିଲା । ବ୍ୟବସାୟିକ ଏଲପିଜି ସିଲିଣ୍ଡରର ନୂଆ ମୂଲ୍ୟ ଆଜିଠାରୁ ଲାଗୁ ହେବ । ଏହାର ଅର୍ଥ ହେଉଛି, ଆଜିଠାରୁ ବାଣିଜ୍ୟିକ ଏଲପିଜି ସିଲିଣ୍ଡର ୨୫.୫୦ ଟଙ୍କା ବ୍ୟୟବହୁଳ ହେବ ।

 

You might also like