କରୋନା ଯୋଗୁ ଆଉ ହେଉନି ଲିଖିତ ପରୀକ୍ଷା କେବଳ ଇଣ୍ଟରଭ୍ୟୁ ମାଧ୍ୟମରେ ରେଲୱେ, IOCL ଓ ଡାକ୍ତରଙ୍କୁ ମିଳୁଛି ନିଯୁକ୍ତି

ସାରା ଦୁନିଆରେ ୨୦୦ରୁ ଊର୍ଦ୍ଧ୍ଵ ଦେଶ କରୋନା ଭାଇରସ ସହ ଲଢ଼ୁଛନ୍ତି। ଭାରତ ମଧ୍ୟ ଏହି ଯୁଦ୍ଧରେ ସାମିଲ ଅଛି। ମହାମାରୀ ସହ ଲଢ଼ିବା ପାଇଁ କେତେକ ହସ୍ପିଟାଲରେ ଡାକ୍ତରଙ୍କୁ ଇଣ୍ଟରଭ୍ୟୁ ଆଧାରରେ ଚାକିରି ଦିଆଯାଉଛି। ଏହି ଅନୁସାରେ ଔରଙ୍ଗାବାଦ ଜିଲ୍ଲା ପରିଷଦରେ ୫୦୦ ପଦବୀ ପାଇଁ ଚାକିରି ବାହାରିଛି।
ସେହିପରି ଉତ୍ତର ରେଳବାଇ ଓ ପଶ୍ଚିମ ରେଳବାଇରେ ମଧ୍ୟ ପ୍ରାୟ ୧୦୦ ପଦରେ କେବଳ ଇଣ୍ଟରଭ୍ୟୁ ମାଧ୍ୟମରେ ନିଯୁକ୍ତି ପାଇଁ ନୋଟିଫିକେସନ ଜାରି କରାଯାଇଛି। ରେଲୱେର ଅଫିସିଆଲ ୱେବସାଇଟକୁ ଯାଇ ଆପଣ ଆବେଦନ କରିପାରିବେ।
ଅନ୍ୟପଟେ ଇଣ୍ଡିଆନ ଅଏଲ କର୍ପୋରେସନ ମଧ୍ୟ ଶତାଧିକ ପଦ ପାଇଁ ଆବେଦନ ଚାହୁଁଛି। ଇଚ୍ଛୁକ ପ୍ରାର୍ଥୀ ଏପ୍ରିଲ ୧୦ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଏହି ପଦବୀ ୫ ଟି ରାଜ୍ୟ ପାଇଁ ବୋଲି ଜଣାଯାଇଛି। ଏହି ରାଜ୍ୟମାନଙ୍କ ମଧ୍ୟରେ ପଶ୍ଚିମବଙ୍ଗ, ବିହାର, ଓଡ଼ିଶା, ଝାଡ଼ଖଣ୍ଡ ଓ ଆସାମ ରହିଛି। ଇଚ୍ଛୁକ ପ୍ରାର୍ଥୀ IOCL ର ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ।