୨୦ ଲକ୍ଷ କୋଟିରୁ ସରକାର ଖର୍ଚ୍ଚ କରିବେ ମାତ୍ର ୧.୫ ଲକ୍ଷ କୋଟି!

କରୋନା ମହାମାରୀ ସ୍ଥିତିରେ ଦେଶର ଅର୍ଥନୀତିକୁ ସୁଧାରିବା ତଥା ଲୋକଙ୍କୁ ଆଶ୍ୱସ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ୨୦ ଲକ୍ଷ ଟଙ୍କାର ପ୍ୟାକେଜ୍‌ ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ ୫ ଦିନ ଧରି ପ୍ରେସ୍‌ କନ୍‌ଫରେନ୍ସ କରି ଏହାଠୁ ବି ଅଧିକ ୨୧ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରିଛନ୍ତି। କିନ୍ତୁ ପ୍ରକୃତରେ ସରକାର ଏତେ ବଡ଼ ଅର୍ଥରୁ କେବଳ ୧.୫ ଲକ୍ଷ କୋଟି ଟଙ୍କା ହିଁ ଖର୍ଚ୍ଚ କରିବେ ବୋଲି ଜଣାଯାଇଛି।

FM Nirmala Sitharaman elaborates on Centre's Rs 20 lakh crore ...

ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ଆତ୍ମନିର୍ଭର ଭାରତ ପ୍ୟାକେଜ୍‌ରେ ଜିଡିପିର ପ୍ରାୟ ୧୦ ପ୍ରତିଶତ ପର୍ଯ୍ୟନ୍ତ ରିଲିଫ୍‌ ଦିଆଯିବ। କିନ୍ତୁ ଏକ ରିପୋର୍ଟ ମୁତାବକ ଏହି ପ୍ୟାକେଜ୍‌ରେ ସରକାରଙ୍କ ପକେଟ୍‌ରୁ ମାତ୍ର ୧.୫ ଲକ୍ଷ କୋଟି ହିଁ ଖର୍ଚ୍ଚ ହେବ, ଯାହା ଜିଡିପିର ପ୍ରାୟ ୦.୭୫ ପ୍ରତିଶତ।

Few welcome, some feel 'ignored' in Govt's Rs 20 lakh crore ...

ବ୍ରିଟିଶ ବ୍ରୋକରେଜ ଫର୍ମ ଓ୍ଵାର୍କଲେଜ୍‌ର ଏକ ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ବାକି ଟଙ୍କା ଅନ୍ୟ ସ୍ରୋତରୁ ଆସିବ। ଭାରତୀୟ ରିଜର୍ଭ ବ୍ୟାଙ୍କ ନିଜ ଆୟ ବଢ଼ାଇବା ପାଇଁ ପ୍ରାୟ ୮.୧ ଲକ୍ଷ କୋଟି ଟଙ୍କା ଏଥିରେ ଦେବ। ଏହା ବ୍ୟତୀତ ସରକାର ଅନ୍ୟାନ୍ୟ ସ୍ରୋତରୁ ଟଙ୍କା ଆଣିଥିବା ଜଣାଯାଇଛି। ତେବେ ପ୍ରକୃତ କେଉଁ କେଉଁ ସ୍ରୋତରୁ ଏତେ ବଡ଼ ଅର୍ଥ ଆସିବ ସେ ସମ୍ପର୍କରେ ଏଯାଏଁ କୌଣସି ଠୋସ୍‌ ସୂଚନା ମିଳିପାରିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.