ଟ୍ରେନ ଟିକେଟ କ୍ୟାନସଲ ପରେ ଜିଏସଟି ଆଡ୍‌ କରି କଟିବ ଏତିକି ଟଙ୍କା, ଜାଣନ୍ତୁ ନୂଆ ନିୟମ

ଆଜି କାଲିର ସମୟରେ ଦୂର ସ୍ଥାନକୁ ଯାତ୍ରା କରିବା ପାଇଁ ପ୍ଲାନ କରୁଥିଲେ ପ୍ରଥମେ ମନରେ ଟ୍ରେନ କଥା ଧ୍ୟାନକୁ ଆସେ। କିନ୍ତୁ ଏବେର ସମୟରେ ମଧ୍ୟ ଟ୍ରେନ ଟିକଟ ପାଇବା ବଡ଼ କଷ୍ଟ। ଡିଜିଟାଲ ଯୁଗରେ ହୁଏତ ଟିକେଟ ବୁକ୍‌ କରିବା ସହଜ ହୋଇଯାଇଛି। ଘରେ ବସି ଆରାମରେ ଅନଲାଇନରେ ଟିକେଟ ବୁକ୍‌ ମଧ୍ୟ ହୋଇଯାଉଛି ସତ କିନ୍ତୁ ସମସ୍ୟା ସେତେବେଳେ ସାମ୍ନାକୁ ଆସୁଛି ଯେତେବେଳେ କୌଣସି କାରଣ ବଶତଃ ଟିକେଟ କ୍ୟାନସଲ କରୁଛେ। ତେବେ ଟିକେଟ କ୍ୟାନସଲ କରିବା ପାଇଁ ରେଲେଓ୍ଵ ଡିପାର୍ଟମେଣ୍ଟ ତରଫରୁ ସ୍ପେଶିଫିକ ଚାର୍ଜ ନିଆଯାଉଛି। ଯାହା ବିଭିନ୍ନ କ୍ଲାସର ଟିକେଟ ପାଇଁ ଭିନ୍ନ ଭିନ୍ନ ରହିଥାଏ।

ଏସି ଫାର୍ଷ୍ଟ କ୍ଲାସ, ଏସି ଟୁ-ଟିୟର, ଥ୍ରୀ –ଟିୟର, ସ୍ଲିପର ଓ ସେକେଣ୍ଡ କ୍ଲାସ ପାଇଁ ଟିକେଟ କ୍ୟାନସଲ କଲେ ଏଥିପାଇଁ ଆପଣଙ୍କୁ ଭିନ୍ନ ଭିନ୍ନ ଚାର୍ଜ ଦେବାକୁ ପଡିବ। ଅନେକ ଲୋକଙ୍କୁ ଏହା ସମ୍ପର୍କରେ ଜଣା ନଥାଏ। ଆଜିର ଆମର ଏହି ଭିଡ଼ିଓ ଖାସ୍‌ ସେହି ସମ୍ପର୍କରେ, ଯାହାଦ୍ୱାରା ଆପଣ ଜାଣିପାରିବେ ଟିକେଟ କ୍ୟାନସଲ ହେବା ପରେ କେତେ ଟଙ୍କା ରିଫଣ୍ଡ ମିଳିବ ବା ମୂଳ ଡିପୋଜିଟରୁ କେତେ କଟିବ?

ଇଣ୍ଡିଆନ ରେଲେଓ୍ଵ କାଟରିଙ୍ଗ ଆଣ୍ଡ ଟୁରିଜିମ୍‌ କର୍ପୋରେସନ୍‌ ବା ଆଇଆରସିଟିସିର ନୂଆ ନିୟମ ଅନୁଯାୟୀ, ଆପଣ କେତେ ସମୟ ପୂର୍ବରୁ ଟିକେଟ କ୍ୟାନସଲ କରିଛନ୍ତି ତାହା ଉପରେ ନିର୍ଭର କରେ ଟିକେଟ କ୍ୟାନସଲେସନ୍‌ ପ୍ରକି୍ରୟାରେ ଆପଣଙ୍କର କେତେ ଟଙ୍କା କଟିବ । ଟ୍ରେନ ଯିବା ସମୟର ୪୮ ଘଣ୍ଟା ସମୟ ପୂର୍ବରୁ ଯଦି ଆପଣ କନର୍ଫମ ଟିକେଟକୁ କ୍ୟାନସଲ କରୁଛନ୍ତି ତେବେ ଏସି ଫାଷ୍ଟ କ୍ଲାସ ପାଇଁ ୨୪୦ ଟଙ୍କା, ଏସି ଟୁ ଟିୟର ପାଇଁ ୨୦୦ ଟଙ୍କା, ଥ୍ରୀ ଟିିୟର ପାଇଁ ୧୮୦ ଟଙ୍କା, ସ୍ଲିପର କ୍ଲାସ ପାଇଁ ୧୨୦ ଟଙ୍କା ଏବଂ ସେକେଣ୍ଡ କ୍ଲାସ ପାଇଁ ୬୦ ଟଙ୍କା କଟିବ। ଯଦି ଆପଣ ୪୮ ଘଣ୍ଟାରୁ ୧୨ ଘଣ୍ଟା ମଧ୍ୟରେ ଟିକେଟ କ୍ୟାନସଲ କଲେ ତେବେ ବୁକିଂ ପ୍ରାଇଜ୍‌ ରୁ ୨୫% ଟଙ୍କା ସହ ଜିଏସଟି ମଧ୍ୟ କଟିବ। ତେବେ ଯଦି ଆପଣ ୧୨ ଘଣ୍ଟାରୁ ୪ ଘଣ୍ଟା ମଧ୍ୟରେ ଟିକେଟ କ୍ୟାନସଲ କରୁଛନ୍ତି ତାହେଲେ ୫୦% ଟଙ୍କା କଟିବା ସହ ଜିଏସଟିଲାଗୁ ହେବ। ଆଉ ଯଦି ଆପଣ କନଫର୍ମ ଟିକେଟକୁ ଟ୍ରେନ ଯିବାର ମାତ୍ର ୪ଘଣ୍ଟା ପୂର୍ବରୁ କ୍ୟାନସଲ କରନ୍ତି ଏବଂ ଅନଲାଇନ ଟିଡିଆର ନ ଭରନ୍ତି ତେବେ ଆପଣଙ୍କୁ କିଛି ରିଫଣ୍ଡ ମିଳିବନି। ଟିକେଟ ପଇସା ସମ୍ପୂର୍ଣ୍ଣ କଟିଯିବ।

ଯେଉଁମାନେ ଅନଲାଇନ ଟିକେଟ କରୁଛନ୍ତି ସେମାନଙ୍କ ପାଇଁ ଏକ ଅପସନ ମଧ୍ୟ ରହିିଛି।

-ଏଥିପାଇଁ ପ୍ରଥମେ ଟିକେଟ କ୍ୟାନସଲ କରିବା ପାଇଁ ଆଇଆରସିଟିସିର ଇ- ଟିକେଟିଂ େଓ୍ଵବସାଇଟକୁ ଯାଆନ୍ତୁ।
– User Name ସହ ପାସ ଓ୍ଵାର୍ଡ ଦେଇ ଲଗଇନ୍‌ କରନ୍ତୁ।
– ପରେ My Transactions କୁ ଯାଇ Booked Ticket History ଅପସନ୍‌କୁ କ୍ଳିକ କରନ୍ତୁ ।
-ଏଠାରେ ଆପଣ ବୁକ୍‌ କରିଥିବା ଟିକେଟର ଡିଟେଲ୍ସ ଆସିବ । ଟିକେଟ କ୍ୟାନସଲ କରିବା ପାଇଁ କ୍ୟାନସେଲସନ ଅପସନ ରେ କ୍ଳିକ କରନ୍ତୁ।
-ପରେ କନଫର୍ମ ଟିକେଟ କ୍ୟାନସଲ କୁ ଚୟନ କରନ୍ତୁ।
ଏହାପରେ ଆପଣଙ୍କ ଟିକେଟ କ୍ୟାସନଲ ହୋଇଯିବ ।ଏହାପରେ କିଛିଦିନ ମଧ୍ୟରେ ଆପଣଙ୍କ ଟଙ୍କା ଫେରିପାଇବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.