ଏହି ସ୍କିମରେ ମାତ୍ର ଥରେ କରିବାକୁ ହେବ ନିବେଶ, ପ୍ରତି ମାସ ଘରେ ବସି ପାଇବେ ୫୦୦୦ ଟଙ୍କା

ସରକାରୀ ସ୍କିମରେ ନିବେଶ କରିବା ସବୁବେଳେ ପାଇଁ ସୁରକ୍ଷିତ ରହିଥାଏ। ଏଥିରେ ଆପଣଙ୍କୁ ଟଙ୍କା ବୁଡିବାର ଭୟ ରହିଥାଏ ନା ଠକାମିର ଶିକାର ହେବାର। ଲୋକମାନଙ୍କ ପାଇଁ ଏକଦମ୍‌ ସେଫଟି, ପୋଷ୍ଟ ଅଫିସର ଏହି ସ୍କିମ୍‌। ପୋଷ୍ଟ ଅଫିସର ଏମିତି ଅନେକ ଯୋଜନା ରହିଛି ଯେଉଁଥିରେ ଆପଣଙ୍କୁ ସୁରକ୍ଷିତ ନିବେଶ ସହିତ ଅଧିକ ରିଟର୍ନ ମଧ୍ୟ ମିଳିଥାଏ। ଆଜି ଆମେ ଆପଣଙ୍କୁ ପୋଷ୍ଟ ଅଫିସର ଏମିତି ଏକ ଯୋଜନା ବିଷୟରେ କହିବୁ, ଯେଉଁଥିରେ ଆପଣ ଥରେ ନିବେଶ କରି ମାସ ସାରା ଟଙ୍କା ପାଇବେ। ପୋଷ୍ଟ ଅଫିସର ଏହି ସ୍କିମରେ ଆପଣଙ୍କୁ ଥରେ ମାତ୍ର ଟଙ୍କା ଜମା କରିବାକୁ ପଡିବ, ତାପରେ ପ୍ରତି ମାସ ପେନସନ୍‌ ରୂପରେ ଇଣ୍ଟରେଷ୍ଟ ଟଙ୍କା ଆପଣଙ୍କୁ ମିଳିବ।

ପୋଷ୍ଟ ଅଫିସର ଏହି ସ୍କିମକୁ ଉଭୟ ସ୍ୱାମୀ-ସ୍ତ୍ରୀ ମିଶି ମଧ୍ୟ ଖୋଲିପାରିବେ। ଆଉ ଯଦି ଆପଣ ଅବିବାହିତ ଅଛନ୍ତି ତାହେଲେ ଆପଣ ସିଙ୍ଗଲ ବିି ଏହି ସ୍କିମ ଖୋଲିପାରିବେ। ପୋଷ୍ଟ ଅଫିସର ଏହି ସ୍କିିମର ନାମ ‘ମନ୍ଥଲୀ ସେଭିଙ୍ଗ୍‌ ସ୍କିମ୍‌’। ସବୁଠୁ ବଢ଼ିଆ କଥା ହେଉଛି ଏଥିରେ ଥରେ ପ୍ରିମିୟମ୍‌ ଭରିବେ ଆଉ ମାସ ସାରା ପେନସନ୍‌ ପାଇବେ।

କେତେ ଟଙ୍କା କରିବେ ଇନଭେଷ୍ଟ୍‍

ଏଠାରେ ନିବେଶ କରିବା ଦ୍ୱାରା ଆପଣଙ୍କ ଟଙ୍କା ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରହିବ। ଏଥିରେ ମିଳୁଥିବା ରିଟର୍ନ କୌଣସି ବି ସେୟାର ବଜାର ଭଳି ବଢ଼ିବା କମିବା ଠାରୁ ପୂରା ଅଲଗା। ଏହି ଯୋଜନାରେ ଜଣେ ବ୍ୟକ୍ତି ମ୍ୟାକ୍ସିମମ୍‌ ସାଢ଼େ ୪ ଲକ୍ଷ ଟଙ୍କା ନିବେଶ କରିପାରିବେ। ଯଦି ସ୍ୱାମୀ–ସ୍ତ୍ରୀଙ୍କର ଜଏଣ୍ଟ ଆକାଉଣ୍ଟ ଥାଏ ତାହେଲେ ଏହି ରାଶି ବଢ଼ି ୯ ଲକ୍ଷ ଟଙ୍କା ହୋଇଯାଇଥାଏ।

ଆହୁରି ପଢ଼ନ୍ତୁ : ଘରେ ପିଲା ଜନ୍ମ କଲେ ମୋଦି ସରକାର ଦେବେ ଟଙ୍କା, ଜାଣନ୍ତୁ ଆପଣ କେମିତି ଉଠାଇବେ ଏହାର ଫାଇଦା

କେମିତି ମାସକୁ ମାସ ଟଙ୍କା ମିଳିବ ଜାଣନ୍ତୁ

ଏହି ସ୍କୀମରେ ୬.୬ ପ୍ରତିଶତ ବାର୍ଷିକ ସୁଧ ଧର ରହିଛି। ଅର୍ଥାତ୍‌ ଯଦି ଆପଣ ୯ ଲକ୍ଷ ଟଙ୍କା ଜମା କଲେ ତାହେଲେ ଆପଣଙ୍କର ପ୍ରତି ବର୍ଷର ସୁଧ ୫୯,୪୦୦ ଟଙ୍କା ହୋଇଯିବ। ଏହାକୁ ୧୨ ମାସରେ ଯଦି ଭାଗ କରିଦେବା ତାହେଲେ ପ୍ରତି ମାସରେ ଆପଣଙ୍କୁ ୪୯୫୦ ଟଙ୍କା ମିଳିବ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏଥିରେ କରାଯାଇଥିବା ନିବେଶ ୫ ବର୍ଷରେ ମ୍ୟାଚୋର ହୋଇଥାଏ। ଆପଣ ଚାହିଁଲେ ୫ ବର୍ଷ ପୂରା ହେବା ପରେ ଏହାକୁ ୫-୫ ବର୍ଷ ପାଇଁ ଦୁଇ ଥର ବଢ଼ାଇପାରିବେ।

ପ୍ରି-ମ୍ୟାଚ୍ୟୁର ଆକାଉଣ୍ଟରେ କେତେ ମିଳିବ ଟଙ୍କା?

ଯେମିତିକି ଆମେ ଆମେ ଆପଣଙ୍କୁ କହିସାରିଛୁ ଏହି ଆକାଉଣ୍ଟର ମ୍ୟାଚୋରିଟୀ ଟାଇମ୍‌ ୫ ବର୍ଷ। କିନ୍ତୁ, ଯଦି ଆପଣ ଏହି ଆକାଉଣ୍ଟକୁ ପ୍ରି-ମ୍ୟାଚ୍ୟୋର କରୁଛନ୍ତି ତାହେଲେ ୩ ବର୍ଷ ଭିତରେ ଡିପୋଜିଟ୍‌ ଆମାଉଣ୍ଟ ୨ ପ୍ରତିଶତ କଟ୍‌ କରି ଆପଣଙ୍କୁ ଟଙ୍କା ଫେରାଇ ଦିଆଯିବ। କିନ୍ତୁ ୩ ବର୍ଷ ପରେ ୧ ପ୍ରତିଶତ ରାଶି ଛାଡ କରି ଆପଣଙ୍କୁ ଟଙ୍କା ଫେରାଇ ଦିଆଯିବ।

ଏହାସହ ପଢ଼ନ୍ତୁ : ସରକାରଙ୍କ ନୂଆ ନିୟମ, ଏବେ ସିମ୍‌ କାର୍ଡ କିଣିବା ହେବ ମୁସକିଲ! ଦୋକାନ ଯିବା ପୂର୍ବରୁ ପଢ଼ିନିଅନ୍ତୁ ସବୁକିଛି