ଟ୍ରେନ ଟିକେଟ ହଜିଗଲେ ଚିନ୍ତା କରନ୍ତୁ ନାହିଁ, ଫଟାଫଟ୍‌ ବୁକ୍‌ କରନ୍ତୁ ନୂଆ ଟିକେଟ, ଜାଣନ୍ତୁ ଟ୍ରିକ

ଯଦି ଆପଣ କେବେ ଟ୍ରେନରେ ଯିବା ସମୟରେ ଟିକେଟ ହଜିଯାଏ ତେବେ ଚିନ୍ତା କରିବା ସାଧାରଣ କଥା। ସେପଟେ ପ୍ଲାଟଫର୍ମରେ ଟ୍ରେନ ଆସିଯାଇଥିବ ଆଉ ଏପଟେ ଆପଣଙ୍କ ପାଖେ ଟିକେଟ ନଥିବ। ଏମିତିରେ ଶେଷ ସମୟରେ ପୁଣି ଥରେ ଟିକେଟ କରିବା ବହୁତ କଷ୍ଟ। ତେବେ ଆଜି ଆମେ ଏହି ଭିଡ଼ିଓରେ ଆପଣଙ୍କୁ ଏକ ଟ୍ରିକ ସମ୍ପର୍କରେ କହିବୁ ଯାହା ଦ୍ୱାରା ଆପଣ ନିଜ ହଜିଯାଇଥିବା ଟ୍ରେନ ଟିକେଟକୁ ପୁଣି ଥରେ ପାଇପାରିବେ।

ଭାରତୀୟ ରେଳ ଦେଶର ଲାଇଫ ଲାଇନ ସଦୃଶ୍ୟ। ଦୁନିଆର ୪ର୍ଥ ସ୍ଥାନରେ ଥିବା ବେଳେ ଏହା ଏସିଆ ମହାଦେଶରେ ସବୁଠୁ ବଡ଼ ନେଟଓ୍ଵାର୍କ । ପ୍ରତିଦିନ ଏହି ଟ୍ରେନରେ ଅନେକ ଲୋକ ଯାତ୍ରା କରିଥାନ୍ତି। ଏମିତିରେ ଯଦି ଯାତ୍ରା ସମୟରେ ଆପଣଙ୍କ ଟିକେଟ କେଉଁଠି ହଜିଯାଏ ତେବେ କଣ ହେବ? ଆଜି ଆମେ ଏହାସହ ଜଡ଼ିତ କିଛି ରୁଲ ସମ୍ପର୍କରେ କହିବୁ । ଯାହାଦ୍ୱାରା ଆପଣ ଟିକେଟ ହଜିବା ପରେ ମଧ୍ୟ ଆରାମରେ ଯାତ୍ରା କରିପାରିବେ।

ଯଦି ଆପଣଙ୍କ ଟ୍ରେନ ଟିକେଟ ହଜିଯାଏ ଏବଂ ଫୋନରେ ଟିକେଟର କୌଣସି ଫଟୋ ନାହିଁ ତେବେ ଏହି ସମୟରେ ଚିନ୍ତା କରନ୍ତୁ ନାହିଁ। ଏହି ସମୟରେ ଆପଣ ଟ୍ରେନ ଚେକର ମାନେ ଟିଟିଇଙ୍କ ଦ୍ୱାରା ଡ୍ୟୁପ୍ଲିକେଟ ଟିକେଟ ତିଆରି କରିପାରିବେ। କିନ୍ତୁ ଏଥିପାଇଁ ଆପଣଙ୍କୁ କିଛି ଜରିମାନା ଦେବାକୁ ପଡ଼ିବ । ଯଦି ଆପଣ ଡ୍ୟୁପ୍ଲିକେଟ ଟିକେଟ କରିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ତୁରନ୍ତ ଟିକେଟ ଚେକରଙ୍କ ସହ ସମ୍ପର୍କ କରନ୍ତୁ। ପୁରା ଘଟଣା ଜାଣିବା ପରେ ଆପଣଙ୍କ ପାଇଁ ପୁଣି ଥରେ ନୂଆ ଟିକେଟ ଜାରି କରାଯାଇପାରିବ।

ଭାରତୀୟ ରେଳ ବିଭାଗର ଅଫିସିଆଲ େଓ୍ଵବସାଇଟ indianrail.gov.in ମୁତାବିକ ଯଦି ଆରକ୍ଷଣ ଚାର୍ଟ ବା ଟିକେଟ ଚାର୍ଟ ପ୍ରସ୍ତୁତି ହେବା ପୂର୍ବରୁ କନର୍ଫମ /RAC ଟିକେଟ ହଜିଯିବାର ସୂଚନା ଦିଅନ୍ତି ତେବେ ସେହି ସ୍ଥାନରେ ଡ୍ୟୁପ୍ଲିକେଟ ଟିକେଟ ଜାରି କରାଯାଏ। ରେଳ ବିଭାଗ ମୁତାବିକ ଏଥିପାଇଁ କିଛି ଚାର୍ଜ ଦେବାକୁ ପଡ଼ିବ। ସେକେଣ୍ଡ ଏବଂ ସ୍ଲିପର କ୍ଳାସ ପାଇଁ ଡ୍ୟପ୍ଲିକେଟ ଟିକେଟ ଜାରି କରାଯାଏ। ଏଥିପାଇଁ ୫୦ ଟଙ୍କା ଦେବାକୁ ପଡ଼େ। ବାକି ଅନ୍ୟ କ୍ଲାସ ପାଇଁ ୧୦୦ ଟଙ୍କା ଦେବାକୁ ପଡେ। ଆଉ ଯଦି ଟିକେଟ ଚାର୍ଟ ପ୍ରସ୍ତୁତି ପରେ କନଫର୍ମ ଟିକେଟ ହଜିଯାଏ ତେବେ ଭଡ଼ାର ୫୦% ଦେବା ପରେ ଡ୍ୟୁପ୍ଲିକେଟ ଟିକେଟ ଜାରି କରାଯାଏ।

ଏହାବ୍ୟତିତ ଯଦି ଆପଣଙ୍କୁ ପରେ ହଜିଯାଇଥିବା ଅରିଜିନାଲ ଟ୍ରେନ ଟିକେଟ ମିଳିଯାଏ ତେବେ ଆପଣ ଟିକେଟକୁ ଟ୍ରେନ ଛାଡ଼ିବା ପୂର୍ବରୁ ଦେଖାଇପାରିବେ। ଏହାପରେ ଆପଣ ଡ୍ୟୁପ୍ଲିକେଟ ପାଇଁ ଦେଇଥିବା ରାଶିକୁ ପୁନଃ ଫେରିପାଇବେ। କିନ୍ତୁ ଏଥିରେ ୫% ଆମାଉଣ୍ଟ କାଟିଦିଆଯିବ। ଯାହାକି ମିନିମମ୍‌ ୨୦ ଟଙ୍କା ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.