Maruti Gypsy ର ଇଲେକଟ୍ରିକ ଅବତାର ହେଲା ଲଞ୍ଚ୍‌, ଖାସ କରି ଇଣ୍ଡିଆନ୍‌ ଆର୍ମିଙ୍କ ପାଇଁ ରେଟ୍ରୋଫିଟ ହେଲା SUV

ବର୍ଷ ବର୍ଷ ଧରି ଭାରତୀୟ ରାସ୍ତାରେ ଧୂମ ମଚାଇଥିବା ମାରୁତି ଜିପସୀ ଆସୁଛି ଏକଦମ୍‌ ନୂଆ ଅବତାରରେ । ନୂଆ ଇଲେକଟ୍ରିକ ଅବତାରରେ ଲଞ୍ଚ୍‌ ହୋଇଛି ମାରୁତି ଜିପସୀ । ଆଉ ଏହି ଜିପ୍ସୀକୁ ଖାସ କରି ଇଣ୍ଡିଆନ୍‌ ଆର୍ମିଙ୍ଗ ପାଇଁ ପ୍ରସ୍ତୁତ କରାଯାଇଛି ।

ବର୍ଷ ବର୍ଷ ଧରି ଭାରତୀୟ ରାସ୍ତାରେ ଧୂମ ମଚାଇଥିବା ମାରୁତି ଜିପସୀ ଆସୁଛି ଏକଦମ୍‌ ନୂଆ ଅବତାରରେ । ନୂଆ ଇଲେକଟ୍ରିକ ଅବତାରରେ ଲଞ୍ଚ୍‌ ହୋଇଛି ମାରୁତି ଜିପସୀ । ଆଉ ଏହି ଜିପ୍ସୀକୁ ଖାସ କରି ଇଣ୍ଡିଆନ୍‌ ଆର୍ମିଙ୍ଗ ପାଇଁ ପ୍ରସ୍ତୁତ କରାଯାଇଛି । ଏହାକୁ ଇଣ୍ଡିଆନ୍‌ ଆର୍ମି, ଆଇଆଇଟି ଦିଲ୍ଲୀ ଏବଂ ଟ୍ୟାଡପୋଲ ପ୍ରୋଜେକ୍ଟସ ନାମକ ଷ୍ଟାଟଅର୍ପ ମିଶି ରେଟ୍ରୋଫିଟ୍‌ କରିଛନ୍ତି । ଏହି ମାରୁତି ଜିପସୀ ଇଲେକଟ୍ରିକକୁ ଆର୍ମି କର୍ମାଣ୍ଡର୍ସ କନଫ୍ରେନ୍ସ (ଏସିସି) ରେ ଗତ ଶୁକ୍ରବାର ଦିନ ପ୍ରଦର୍ଶନ କରାଯାଇଥିଲା । ଏସିସି ଏକ ଦ୍ୱିବାର୍ଷିକ କାର୍ଯ୍ୟକ୍ରମ ଏବଂ ଭାରତୀୟ ସେନାର ସବୁୁଠାରୁ ବଡ ସମ୍ମିଳନୀ ମଧ୍ୟରୁ ଗୋଟିଏ ।

ଏହି ଅପରେସନ ପଛରେ ଟ୍ୟାଡପୋଲ ପ୍ରୋଜେକ୍ଟସ ଷ୍ଟାଟଅର୍ପ କାମ କରୁଛି । ଏହି ଷ୍ଟାଟଅପକୁ ଆଇଆଇଟି ଦିଲ୍ଲୀ ପକ୍ଷରୁ ଇନକ୍ୱବେଟ କରାଯାଇଛି । ଏହି ଷ୍ଟାର୍ଟଅପର ଅଫିସିଆଲ େଓ୍ଵବସାଇଟ ଅନୁସାରେ ଟ୍ୟାଡପୋଲ ପ୍ରୋଜେକ୍ଟସ ମୁଖ୍ୟ ରୂପରେ ଭିନଟେଜ୍‌ କାର ଏବଂ ଜିପ୍ସୀ ସହିତ କାମ କରିଥାଏ । ଏହି ଷ୍ଟାର୍ଟଅପ୍‌ ପୁରୁଣା ଭିନଟେଜ୍‌ କାରକୁ ମଧ୍ୟ ରେଟ୍ରୋଫିଟ କରିଥାଏ । ଯିଏ ପୁରୁଣା କାରକୁ ନୂଆ ତରିକାରେ ମୋଡିଫାଏ କରି ତାକୁ ପ୍ରସ୍ତୁତ କରିଥାଏ ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ଇଲେକଟ୍ରିକ ଜିପ୍ସୀର ମୂଳ ଡିଜାଇନରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଯଦିଓ ଏସୟୁଭିର ବଡିରେ ‘ଇଭି’ ବେଜିଙ୍ଗ ଏବଂ ଇଣ୍ଡିଆନ୍‌ ଆର୍ମିର ଲୋଗୋ ନିଶ୍ଚୟ ଦିଆଯାଇଛି । କୁହାଯାଉଛି ଯେ ଏହି ମାରୁତି ଜିପ୍ସୀକୁ ଇଲେକଟ୍ରିକ ଅବତାରରେ କରିବା ପାଇଁ ଏଥିରେ ୩୦କିଲୋଓ୍ଵାଟ କ୍ଷମତାର କିଟ୍‌ ବ୍ୟବହାର କରାଯାଇଛି । ଯାହା ସିଙ୍ଗଲ ଚାର୍ଜରେ ୧୨୦ କିଲୋମିଟର ପର୍ଯ୍ୟନ୍ତ ଡ୍ରାଇଭିଙ୍ଗ ରେଞ୍ଜ ଦେଇଥାଏ ।

ମାରୁତି ଜିପ୍ସୀ ଏବଂ ଇଣ୍ଡିଆନ୍‌ ଆର୍ମିର ସମ୍ପର୍କ ବହୁତ ପୁରୁଣା । ବହୁତ ଦିନ ଧରି ଏହି ଏସୟୁଭି ଆର୍ମିର ସର୍ଭିସରେ ରହିଆସିଛି । କମ୍ପାନୀ ମାରୁତି ଜିପ୍ସୀକୁ ଡିସେମ୍ବର ୧୯୮୫ରେ ପ୍ରଥମ ଥର ପାଇଁ ଲଞ୍ଚ୍‌ କରିଥିଲା । ସେହି ସମୟରେ ଏହି ଏସୟୁଭିକୁ ୯୭୦ ସିସି ଏଫ୧୦ଏ ସୁଜୁକି ଇଞ୍ଜିନ୍‌ ସହିତ ଭାରତୀୟ ବଜାରରେ ଲଞ୍ଚ୍‌ କରାଯାଇଛି । ଆରମ୍ଭରେ ଏହା କେବଳ ସଫ୍ଟ-ଟପ୍‌ ରୂପରେ ଉପଲବ୍ଧ ଥିଲା । କିନ୍ତୁ ଆଫଟରମାର୍କେଟ ହାର୍ଡଟପ୍ସର ଲୋକପ୍ରିୟ ହେବା ପରେ ହାର୍ଡଟପ ସହିତ ଲଞ୍ଚ୍‌ କରାଯାଇଛି । କମ୍ପାନୀ ୨୦୧୮ରେ ଏହାର ପ୍ରଡକସନ ଅଫିସିଆଲ ଭାବେ ବନ୍ଦ କରିଦେଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.