ଗାଡ଼ିର RC ଟ୍ରାନ୍ସଫର କରିବା ପାଇଁ ଫଲୋ କରନ୍ତୁ ଏହି ଷ୍ଟେପ

ଭାରତରେ ପ୍ରତିଦିନ ହଜାର ହଜାର Second hand cars ର କିଣା ବିକା ଚାଲିଛି। ଆଉ ଏମାନଙ୍କ ରେଜିଷ୍ଟ୍ରେସନ ସାର୍ଟିଫିକେଟ ମାନେ RC Transfer କରିବା ବହୁତ ଅଡ଼ୁ ଆ କାମ। କିନ୍ତୁ ଏବେ ଏହି କାମକୁ ନେଇ ଆଉ ଚିନ୍ତା କରନ୍ତୁ ନାହିଁ। ଏବେ ଆପଣ ଖୁବ ସହଜରେ ନିଜRC Transfer କରିପାରିବେ।

ଏବେ ଅନଲାଇନ ଯୁଗରେ ସବୁ ସମ୍ଭବ। ଘରେ ବସି ବହୁତ କାମ ଏବେ ଡିଜିଟାଲ ମାଧ୍ୟମରେ କରିହୋଇପାରୁଛି। ଏମିତିରେ ଏବେ ଆପଣ ଗାଡ଼ି ଆରସି ଟ୍ରାନ୍ସଫର କରିବା ମଧ୍ୟ ସହଜ ହୋଇ ଛି। ଯେପର୍ଯ୍ୟନ୍ତ ଗାଡ଼ି ଆରସି ଟ୍ରାନ୍ସଫର ହୋଇନାହିଁ ସେ ପର୍ଯ୍ୟନ୍ତ ଆପଣ ସେହି ଗାଡ଼ିର ମାଲିକ ହୋଇପାରିବେ ନାହିଁ। ତେବେ ଏହା କରିବା ବଡ଼ ମୁସ୍କିଲ ଥିଲେ ମଧ୍ୟ ଅନଲାଇନ ମାଧ୍ୟମରେ ଏହାକୁ ଖୁବ ସହଜରେ ଆପଣ କରିପାରିବେ।

କୌଣସି ବି ବିକ୍ରେତା ଗାଡ଼ି ବିକିବାର ୧୪ ଦିନ ମଧ୍ୟରେ ଆରସି ଟ୍ରାନ୍ସଫର କରିବା ଜରୁରୀ ହୋଇଥାଏ। ଏଥିପାଇଁ ଆପଣଙ୍କୁ ଆରଟିଓ ରେ ଆପ୍ଳାଏ କରିବାକୁ ହେବ। ଏମିିତିରେ ଅନେକ ଡକ୍ୟୁମେଣ୍ଟସ୍‌ ଆବଶ୍ୟକ ପଡ଼ିଥାଏ। ଆରସିର ଅରିଜିନାଲ କପି ଥିବା ଆବଶ୍ୟକ। ଏହାବ୍ୟତିତ ଆପଣଙ୍କୁ ଫର୍ମ ୨୯ ଭରିବାକୁ ହେବ। ଏହାସହ କିଣୁଥିବା ବ୍ୟକ୍ତିଙ୍କର ପାସପୋର୍ଟ ସାଇଜ ଫଟୋ ଓ ସାଇନ୍‌ ଦରକାର ହେବ।

ଏହି ଫର୍ମ ଆରଟିଓର ଅଫିସିଆଲ େଓ୍ଵବସାଇଟରେ ମିଳିଯିବ। ଯାହାକୁ ଆପଣ ଡାଉନଲୋଡ କରିପାରି ଆରଟିଓରେ ଜମା କରିପାରିବେ। ଏହାପରେ ୩୦ ଦିନ ମଧ୍ୟରେ ଆରସି ଟ୍ରାନ୍ସଫର ହୋଇ ଠିକଣା ସ୍ଥାନରେ ପହଞ୍ଚିଯିବ। ଯଦି ଗୋଟିଏ ରାଜ୍ୟରୁୁ ଅନ୍ୟ ଗୋଟିଏ ରାଜ୍ୟକୁ ବାହନ ଟ୍ରାନ୍ସଫର ହେଉଛି ତେବେ ଫର୍ମ ୨୮ ର ବ୍ୟବହାର କରାଯିବ। ଯେଉଁଥିରେ ୩୦ ଦିନରୁ ଅଧିକ ସମୟ ଲାଗିବ ।

 

ଏବେ ଜାଣନ୍ତୁ କେମିତି କରିବେ ଅନଲାଇନ ଆପ୍ଲାଏ:

-ପ୍ରଥମେ Ministry of transport highway ର ଅଫିସିଆଲ େଓ୍ଵବସାଇଟ https://parivahan.gov.in/parivahan/ କୁ ଯାଅନ୍ତ।ୁ

-ଏହାପରେ ନିଜ ନାମ, ମୋବାଇଲ ନମ୍ବର, ଇମେଲ ଆଡ୍ରେସ ସହ ଆକାଉଣ୍ଟ ନମ୍ବର ଦିଅନ୍ତୁ
-ଆକାଉଣ୍ଟ ହେବା ପରେ ଆପଣ ଅନଲାଇନ ସର୍ଭିସ ରେ କ୍ଳିକ କରନ୍ତୁ। ଏଠାରେ ଆପଣ Vehicle Related service ଅପସନକୁ ଚୁଜ କରନ୍ତୁ।
-ଏହାପରେ ଏକ ଫର୍ମ ଆସିବ , ଯେଉଁଠାରେ ନିଜ ଗାଡ଼ିର ରେଜିଷ୍ଟ୍ରସନ ନମ୍ବରକୁ ଏଣ୍ଟର କରାଇ ଓଟିପି ଦିଅନ୍ତୁ।
-ଏହାପରେ ଆପଣଙ୍କ ପାଖରେ ଏକ ନୁଆ ପେଜ ଓପନ ହେବ। ଏହାପରେ Transfer o f ownership ଅପସନ କୁ କ୍ଲିକ କରନ୍ତୁ। ଏହାପରେ ଫର୍ମ ସବମିଟ କରନ୍ତୁ।
-ଏହାପରେ ଆଉ ଏକ ଫର୍ମ ଆସିବ। ଏଥିରେ ଗାଡ଼ି ଓ ରେଜିଷ୍ଟ୍ରେସନ ସୂଚନା ଦିଅନ୍ତୁ।
-ଶେଷରେ ନିଜ ଇଚ୍ଛା ଅନୁସାରେ ଆରିଟିଓ ଅଫିସର ଆପଏଣ୍ଟମେଣ୍ଟ ତାରିଖକୁ ଚୁଜ କରନ୍ତୁ।
ଏହିପରି ଭାବେ ଆପଣ ନିଜ ଗାଡ଼ିର ଆରସି ଟ୍ରାନ୍ସଫର କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.