ପୋଷ୍ଟ ଅଫିସରେ ନିବେଶ କରୁଥିବା ଲୋକଙ୍କ ପାଇଁ ଖୁସି ଖବର, ୧ ଅକ୍ଟୋବରରୁ ଏହି ସବୁ ସ୍କିମରେ ବଢ଼ିଲା ସୁଧଦର, ଶୀଘ୍ର ଉଠାନ୍ତୁ ଫାଇଦା

ସାଧାରଣତଃ ମିଡ଼ିଲ କ୍ଲାସ ଫ୍ୟାମିଲିରେ ପୋଷ୍ଟ ଅଫିସ ସ୍କିମକୁ ବେଶି ପସନ୍ଦ କରାଯାଏ। ଏହା ପଛରେ ଏକ ଭ୍ୟାଲିଡ କାରଣ ମଧ୍ୟ ରହିଛି। ପୋଷ୍ଟ ଅଫିସ ସ୍କିମରେ ହାଇ ରିଟର୍ଣ୍ଣ ସହିତ ଟଙ୍କାର ସେଫ୍ଟିକୁ ମଧ୍ୟ ଧ୍ୟାନ ଦିଆଯାଏ। ତେଣୁ ଅଧିକାଂଶ ଲୋକ ଏହା ଉପରେ ଭରସା କରି ଟଙ୍କା ରଖିଥାନ୍ତି। ଏମିତିରେ ପିପିଏଫ ବା ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ ମଧ୍ୟ ପୋଷ୍ଟ ଅଫିସର ଏକ ସ୍କିମ। ଯାହାର ଫାଇଦା ସମ୍ପର୍କରେ ସମସ୍ତଙ୍କୁ ଜଣା। ପୋଷ୍ଟ ଅଫିସରେ ଲୋକମାନଙ୍କ ଟଙ୍କା ସମ୍ପୂର୍ଣ୍ଣ ରୂପେ ସେଫ ରହିଥାଏ। ତେଣୁ ଏହା ଉପରେ ଲକ୍ଷାଧିକ ଲୋକ ଭରସା କରନ୍ତି।

ଆପଣ ବି ସ୍ମଲ ସେଭିଙ୍ଗସ୍‌ ସ୍କିମରେ ଟଙ୍କା ଲଗାଉଛନ୍ତି ଯଦି ତେବେ ଆପଣଙ୍କ ପାଇଁ ଖୁସି ଖବର। ବିତ୍ତମନ୍ତ୍ରାଳୟ ପକ୍ଷରୁ ଏନେଇ ନୋଟିଫିକେସନ ଜାରି ଜରାଯାଇଛି। ଜାଣନ୍ତୁ ଏହା ସମ୍ପର୍କରେ ..

ପୋଷ୍ଟ ଅଫିସରେ ଟଙ୍କା ଲଗାଉଥିବା ବ୍ୟକ୍ତିଙ୍କ ପାଇଁ ଆସିଲା ଖୁସି ଖବର। ଆପଣଙ୍କର ଯଦି ପୋଷ୍ଟ ଅଫିସ ରେ ଆକାଉଣ୍ଟ ରହିଛି କିମ୍ବା ସ୍ମଲ ସେଭିଙ୍ଗସ୍‌ ସ୍କିମରେ ଟଙ୍କା ଲଗାଉଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର। କେନ୍ଦ୍ର ସରକାର ଆସନ୍ତା ୩ ମାସରେ ସୁଧ ଦର ବଢ଼ାଇବାର ନିଷ୍ପତ୍ତି ନେଇଛନ୍ତି। ତେଣୁ ଆପଣ ଟଙ୍କା ଲଗାଇବା ପୂର୍ବରୁ ପ୍ରଥମେ ଚେକ୍‌ କରିନିଅନ୍ତୁ। ଏମିତିରେ ଆପଣ ଜାଣିପାରିବେ କେଉଁ ସରକାରୀ ସ୍କିମରେ ଆପଣ କେତେ ଅଧିକ ଫାଇଦା ପାଇବେ।

ଗତ ୧ ଅକ୍ଟୋବର ୨୦୨୨ ରୁ ସୁଧ ଦରରେ ବୃଦ୍ଧି କରାଯାଇଛି ସତ କିନ୍ତୁ କେଉଁ ସ୍କିମରେ କେତେ ବଢ଼ିଛି ସେ ନେଇ କିଛି ସୂଚନା ଯଦି ଜାଣ ିନାହାନ୍ତି ତେବେ ଆଜି ଏହି ଭିଡ଼ିଓରୁ ଜାଣି ନିଅନ୍ତୁ। ସରରକାରଙ୍କ ଏପରି କିଛି ଖାସ ସ୍କିମ ରହିଛି ଯେଉଁଥିରେ ଆପଣଙ୍କୁ ବଢ଼ିଆର ଦରରେ ସୁଧ ମିଳିବ। ଏବେ ଠୁ ।ଜଣିନିଅନ୍ତୁ ଆପଣ କେଉଁ ସ୍କିମରା ଫାଇଦା ଉଠାଇବେ।

ବିତ୍ତ ମନ୍ତ୍ରାଳୟର ନୋଟିଫିକେସନ ଅନୁଯାୟୀ ବରିଷ୍ଠ ନାଗରିକ ବଚତ ଯୋଜନା ମାନେ Senior Citizen Savings Scheme ରେ ଲୋକଙ୍କୁ ଅକ୍ଟୋବର ଡିସେମ୍ବର ସମୟ ମଦ୍ୟରେ ୭.୪% ବଦଳରେ ୨୦ ଆଧାର ଅଙ୍କ ବଢ଼ାଇ ୭.୬% ସୁଧ ମିଳିବ। ସେମିତି କିସାନ ବିକାଶ ପତ୍ରରେ ରେ ଲୋକ ୬.୯% ବଦଳରେ ୭% ସୁଧ ମିଳିବ।

Small Savings Scheme :
ସେଭିଙ୍ଗସ୍‌ ଡିପୋଜିଟ-୪%
୧ବର୍ଷ ର ଟାଇମ ଡିପୋଜିଟ-୫.୫%
୨ ବର୍ଷ ର ଟାଇମ ଡିପୋଜିଟ-୫.୭%
୩ ବର୍ଷ ପାଇଁ ଟାଇମ ଡିପୋଜିଟ- ୫.୮%
୫ ବର୍ଷ ର ଟାଇମ ଡିପୋଜିଟ – ୬.୭%
୫ ବର୍ଷର ରିକରିଂ ଡିପୋଜିଟ –୫.୮%
ସିନିଅର ସିଟିଜେନ ସେଭିଙ୍ଗସ୍‌ ସ୍କିମ: ୭.୬%
ମନ୍ଥଲି ଇନକମ ଆକାଉଣ୍ଟ ସ୍କିମ: ୬.୭%
ନ୍ୟାସନାଲ ସେଭିଙ୍ଗସ୍‌ ସାର୍ଟିଫିକେଟ: ୬.୮%
ପିପିଏଫ –୭.୧%
କିସାନ ବିକାଶ ପତ୍ର: ୭%
ସୁକନ୍ୟା ସମୃଦ୍ଧି ସ୍କିମ: ୭.୬%

ଯଦି ଆପଣ ବି ଏହି ସ୍କିମର ଫାଇଦା ଉଠାଇବାକୁ ଚାହୁଁଛନ୍ତି ତେବେ ଶୀଘ୍ର ଏହି ସ୍କିମରେ ଟଙ୍କା ନିବେଶ କରନ୍ତୁ ଆଉ ମନ ପସନ୍ଦ ସୁଧ ଦରରେ ରିଟର୍ଣ୍ଣ ରାଶି ପାଆନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.