ଭାରତରେ ଲଞ୍ଚ ହୋଇସାରିଛି ସ୍କୋଡା କୁଶାକ୍, ଜାଣନ୍ତୁ କେତେ ରହିଛି ଏହାର ଦାମ୍

ଭାରତୀୟ ବଜାରରେ ପ୍ରବେଶ କରିସାରିଛି ସ୍କୋଡାର ନୂତନ କାର୍ କୁଶାକ୍ । ସ୍କୋଡା ଅଟୋ ପକ୍ଷରୁ ଗତକାଲି ଭାରତରେ ଏହି କାର୍ ଲଞ୍ଚ ହୋଇଛି । ଏହି କାରଟିର ସର୍ବନିମ୍ନ ମୂଲ୍ୟ ୧୦.୫୦ ଲକ୍ଷ ଟଙ୍କା ରହିଥିବା ବେଳେ ଏହାର ସର୍ବାଧିକ ମୂଲ୍ୟ ୧୭.୬୦ ଲକ୍ଷ ଟଙ୍କା ରହିଛି । ଫୋକ୍ସୱାଗନ୍ ଗ୍ରୁପ୍ର ଇଣ୍ଡିଆ ୨.୦ ପ୍ରକଳ୍ପରେ ଚଳିତ ବର୍ଷର ଏହା ହେଉଛି ପ୍ରଥମ କାର୍ । ଏହି କାରର ଲଞ୍ଚ ସହିତ ଦେଶର ୮୫ ସହରର ୧୦୦ଟି ସେଲ୍ ଟଚ୍ ପଏଣ୍ଟସରେ ଏହି କାରର ଅଗ୍ରୀମ ବୁକିଂ ଆରମ୍ଭ ହୋଇସାରିଛି । ଅଫିସିଆଲ୍ ୱେବ୍ସାଇଟରେ ବୁକିଂ ଆରମ୍ଭ ହୋଇଥିବା ବେଳେ ଆସନ୍ତା ଜୁଲାଇ ୧୨ ତାରିଖରୁ ଏହି ମିଡ୍ ସାଇଜ୍ ଏସୟୁଭିର ବୁକିଂ ଆରମ୍ଭ ହେବ ।

Skoda-Vision

କେବଳ ଭାରତ ପାଇଁ ନିର୍ମିତ ଏମକ୍ୟୁବି ଏଓ ଇନ୍ ଭାରିଆଣ୍ଟର ଏହି କାରରେ ଏଲଇଡି ହେଡଲ୍ୟାମ୍ପ, ଏଲଇଡି ଡିଆରଏଲ, ଫଗ୍ ଲାଇଟ, ସିଲଭର ରୁଫ୍ ରେଲ୍,ସାର୍କ ଫିନ୍ ଆଣ୍ଟେନା ଏବଂ ଇଲେକ୍ଟ୍ରିକ ସନରୁଫ୍ ରହିଛି । ଏହା ବ୍ୟତିତ ସ୍କୋଡା ପ୍ଲେ ଆପ୍ ଏକ ୧୦ ଇଞ୍ଚ ଟଚସ୍କ୍ରିନ୍ ଇନଫୋଟେନ୍ମେଣ୍ଟ ସିଷ୍ଟମ ଓ ୱାୟାରଲେସ୍ ଚାର୍ଜିଂ ବ୍ୟବସ୍ଥା ମଧ୍ୟ ରହିଛି । ଏହା ସହିତ ଏହି କାର୍ ରେ ୬ଟି ଏୟାରବ୍ୟାଗ୍ ରହିଛି ଯାହା ଦୁର୍ଘଟଣାରୁ ସୁରକ୍ଷା ପ୍ରଦାନ କରିଥାଏ । ଫ୍ରଣ୍ଟ ରିଅର ପାର୍କିଂ ସେନସର ସହିତ ରିଅର ଭିଉ କ୍ୟାମେରାର ସୁବିଧା ମଧ୍ୟ ଏହି କାରରେ ମିଳୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.