ସେଭିଂ ବ୍ଯାଙ୍କ ଆକାଉଣ୍ଟ ଖୋଲିବାକୁ ଯାଉଛନ୍ତି କି, ଜାଣିରଖନ୍ତୁ ଏହି ଜିନିଷ, ପାଇପାରିବେ ଅଧିକ ଲାଭ

ନୂଆଦିଲ୍ଲୀ : ବ୍ଯାଙ୍କର ସେଭିଂ ଆକାଉଣ୍ଟ ସବୁଠାରୁ ଲୋକପ୍ରିୟ ବ୍ଯାଙ୍କ ଟ୍ରାଞ୍ଜକସନ ପଦ୍ଧତି ଭାବେ ପରିଚିତ। ଏହା ସିଧାସଳଖ ଭାବେ ସମସ୍ତ ବ୍ଯକ୍ତିଙ୍କୁ ବ୍ଯାଙ୍କ ସହ ଜଡ଼ିତ ରଖିବାରେ ସାହାଯ୍ଯ କରିଥାଏ। ଏଥିପାଇଁ ଲୋକ ବହୁତ  ସହଜ ଉପାୟରେ ଟଙ୍କାକୁ ସୁରକ୍ଷିତ ଭାବେ ସେଭିଂ କରିପାରନ୍ତି। ଏଥିରେ ଆପଣ ଯେତେବେଳେ ଚାହିଁବେ ଟଙ୍କା ରଖିପାରିବେ ଏବଂ ଉଠାଇପାରିବେ। ସେଭିଂ ଆକାଉଣ୍ଟରେ ଆପଣଙ୍କୁ ଜମା ରାଶି ଉପରେ ସାଧାରଣତଃ ୩.୫ ରୁ ୬ ପ୍ରତିଶତ ପର୍ଯ୍ଯନ୍ତ ସୁଧ ମିଳିଥାଏ।

ତେବେ ସେଭିଂ ଆକାଉଣ୍ଟ ଖୋଲିବା ପୂର୍ବରୁ ଆପଣ କିଛିଟା ସଚେତନ ହେଲେ ଆପଣଙ୍କୁ ଅଧିକ ଲାଭ ପାଇପାରିବ। ଯଦି ଆପଣ ଦେଶର କୌଣସି ବ୍ଯାଙ୍କରେ ମଧ୍ୟ ସେଭିଂ ଆକାଉଣ୍ଟ ଖୋଲିବା  ପାଇଁ ଯାଉଛନ୍ତି ତେବେ ଏହି ଖବରଟି ଖାସ ଆପଣଙ୍କ ପାଇଁ।

savings-account

କେତେ ଶୁକ୍ଳ ନେଇଥାନ୍ତି ବ୍ଯାଙ୍କ ?

ବ୍ଯାଙ୍କ ନିଜ ତରଫରୁ ଦେଇଥିବା ସୁବିଧା ଯେପରିକି ଅନଲାଇନ୍ ପେମେଣ୍ଟ, ଟ୍ରାନ୍ସଫର, ଚେକ୍ ବୁକର ସୁବିଧା, ଟଙ୍କା ଡ଼ିପୋଜିଟ, ଡ଼େବିଟ୍ ଏବଂ କ୍ରେଡ଼ିଟ୍ କାର୍ଡ଼ ଆଦି ପାଇଁ ଭିନ୍ନ ଭିନ୍ନ ପ୍ରକାରର ଶୁଳ୍କ ଆଦାୟ କରାଯାଇଥାଏ। ଯଦି ଏହି ସମୟରେ ଆପଣ ସାଧାରଣ ବ୍ଯବହାର ପାଇଁ ସେଭିଂ ଆକାଉଣ୍ଟ ଖୋଲିବା ପାଇଁ ଚାହୁଁଛନ୍ତି ତେବେ ରେଗୁରାଲ ସେଭିଂ ଆକାଉଣ୍ଟ  ଖୋଲିପାରିବେ। ଏଥିରେ କମ ଶୁଳ୍କ ଆଦାୟ ହୋଇଥାଏ । ସେହିଭଳି ଯଦି ବ୍ଯାଙ୍କର ସମସ୍ତ ସୁବିଧା ସହ ଅଧିକ ଟଙ୍କାର ନେଣଦେଣ କରିବାର ରହିଛି ତେବେ ପ୍ରୀମିୟମ୍ ସେଭିଂ ଆକାଉଣ୍ଟ ଆପଣଙ୍କ ପାଇଁ ବହୁତ ଭଲ ରହିବ।

saving

କେଉଁ ବ୍ଯାଙ୍କାରେ ମିଳୁଛି ଅଧିକ ଫାଇଦା

ଦେଶର ସାର୍ବଜନୀକ ସ୍ଥରରେ ବିଭିନ୍ନ ପ୍ରକାରର ବ୍ଯାଙ୍କ ରହିଛି। ଏଣୁ ସମସ୍ତ ବ୍ଯଙ୍କର ତୁଳନା  କରନ୍ତୁ। ଦେଖନ୍ତୁ କେଉଁ ବ୍ଯଙ୍କରେ ଆପଣଙ୍କୁ ୨୦-୩୦ ପ୍ରତିଶତ ରିହାତି ଏବଂ ତେବେ ମାତ୍ରାର ଶୁଳ୍କ ସହିତ କଣ ସୁବିଧା ମିଳୁଛି। କେଉଁ ବ୍ଯଙ୍କରେ ବିନା କୌଣସି ଶୁକ୍ଳରେ କ୍ରେଡ଼ିଟ କାର୍ଡ଼ ଏବଂ ଡ଼େବିଟ୍ କାର୍ଡ଼ ମିଳୁଛି ତାହାର ତୁଳନା କରନ୍ତୁ। ଏହାପରେ ନିଜ ସୁବିଧା ହିସାବରେ ସେଭିଂ ଆକାଉଣ୍ଟଟି ଖୋଲନ୍ତୁ।

କେତେ ମିଳିବ ସୁଧ ?

ଦେଶରେ ବିଭିନ୍ନ ବ୍ଯାଙ୍କରେ ଭିନ୍ନ ଭିନ୍ନ ପ୍ରକାର ସୁଧର ସୁବିଧା ରହିଛି। ସେଭିଂ ଆକାଉଣ୍ଟରେ ଟଙ୍କା ରଖିବା ଦ୍ବାରା ବ୍ଯାଙ୍କ ଗୁଡ଼ିକ ୩.୫ ରୁ ୬ ପ୍ରତିଶତ ପର୍ଯ୍ଯନ୍ତ ସୁଧ ଦେଇଥାନ୍ତି। ଏଣୁ ଯେଉଁ ବ୍ଯାଙ୍କରେ ଅଧିକ ଟଙ୍କାର ସୁଧ ମିଳୁଛି ସେଠାରେ ଆକାଉଣ୍ଟ ଖୋଲନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.