ବଢିଲା ସୁନା ଦାମ୍‌, ଜାଣନ୍ତୁ ଭୁବନେଶ୍ୱରରେ ଆଜି କେତେ ରହିଛି ଦାମ୍‌

ଆଜି ଭାରତୀୟ ବଜାରରେ ବଢିଛି ସୁନା ଦାମ୍‌। ୨୨ କ୍ୟାରେଟ ସୁନା ଦାମ୍‌ ୩୫୦ ଟଙ୍କା ବଢିଥିବା ବେଳେ ୨୪ କ୍ୟାରେଟ୍‌ ସୁନା ଦାମ୍‌ ୩୯୦ ଟଙ୍କା ବଢିଛି। ଓଡିଶାର ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଏପରି ଦେଖିବାକୁ ମିଳିଛି। ଭୁବନେଶ୍ୱରରେ ୨୨ କ୍ୟାରେଟ୍‌ ସୁନା ଦାମ୍‌ ୪୮,୬୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ଦାମ୍‌ ୫୩,୦୨୦ ରହିଛି। ଗତକାଲି ଏହି ଦାମ୍‌  ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮, ୨୫୦ ଥିବା ବେଳେ ୨୪ କ୍ୟାରେଟ୍ ୧୦ ଗ୍ରାମ ପ୍ରତି ଯଥାକ୍ରମେ ୫୨,୬୩୦ ଟଙ୍କା ରହିଥିଲ।

ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୪୮, ୬୦୦ ଓ ୫୩,୦୨୦ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୮, ୬୦୦ ଟଙ୍କା ଓ ୫୩,୦୨୦ ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ମୂଲ୍ୟ ୪୯, ୧୯୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ମୂଲ୍ୟ ୫୩, ୬୬୦ ଟଙ୍କା ହୋଇଛି। ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୪୮, ୬୦୦ ଓ ୫୩,୦୨୦ଟଙ୍କା ରହିଛି ।

ଆଜି ରୁପା କିଲୋଗ୍ରାମ ପ୍ରତି ୬୬,୮୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.