ସିଙ୍ଗିଲ ଗାର୍ଲ ଚାଇଡ୍‌ ପାଇଁ ଆସିଲା ଫେଲୋସିପ୍‌ ସ୍କିମ, ଯେଉଁଥିରେ ପ୍ରତି ମାସରେ ମିଳିବ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି

ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ତଥା ୟୁଜିସି ଗୁୁରୁଦିବସକୁ ଧ୍ୟାନରେ ରଖି ଆରମ୍ଭ କରିଛି ବଢ଼ିଆ ସ୍କିମ। ନୂଆା ରିସର୍ଚ୍ଚ ଗ୍ରାଣ୍ଟ ମାନେ ଫେଲୋସିପ୍‌ ସ୍କିମ ର ଶୁଭାରମ୍ଭ ହୋଇଛି। Single girl child ର ଶିକ୍ଷାର ଅଗ୍ରାଧିକାର ଭିତ୍ତିରେ ପିଏଚଡି କୋର୍ସ କରିବା ସମୟରେ ବିିତ୍ତୀୟ ତଥା ଆର୍ଥିକ ସହାୟତା ପାଇଁ ମଧ୍ୟ ସ୍କିମ ଆସିଛି । ଏମିତିରେ ଅବସର ପରେ ଶିକ୍ଷକଙ୍କ ଅନୁଭବର ଫାଇଦା ଷ୍ଟୁଡେଣ୍ଟସ୍‌ ମାନଙ୍କୁ ମିଳିବା ସହ ପିଲାମାନେ ରିସର୍ଚ୍ଚ ରେ ନିଜକୁ ଯେପରି ଯୋଡ଼ି ରଖିବେ ଏହା ସମ୍ପର୍କରେ ମଧ୍ୟ ଯୋଜନା ରହିଛି।

ୟୁଜିସିର ଚେୟାମ୍ୟାନ ପ୍ରଫେସରଙ୍କ କହିବା ଅନୁଯାୟୀ ଦେଶରେ ରିସର୍ଚ୍ଚ ଜ୍ଞାନକୁ ବଢ଼ାଇବା ପାଇଁ ଏହି ସ୍କିମକୁ ତିଆରି କରାଯାଇଛି। ଦେଶର ସବୁ ଉଚ୍ଚ ଶିକ୍ଷାନୁଷ୍ଠାନକୁ ଏହାର ଫାଇଦା ମିଳିବ। ସାଇନ୍ସ, ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି , ହ୍ୟୁମାନିଟିସ୍‌, ସୋସିଆଲ ସାଇନ୍ସ ରେ ଆଡଭାନ୍ସ ଷ୍ଟଡି ଓ ରିସର୍ଚ୍ଚ କୁ ଏହି ସ୍କିମରେ ସାମିଲ କରାଯାଇଛି।ଏହାସହ ପିଏଚଡି ଡିଗ୍ରୀ ପାଇଥିବା କ୍ୟାଣ୍ଡିଡେଟ୍‌ ଯେଉଁମାନଙ୍କ ପାଖରେ ରୋଜଗାର ନାହିଁ ସେମାନେ ମଧ୍ୟ ଏହି ସ୍କିମର ଫାଇଦା ଉଠାଇପାରିବେ।

ଏହି ସ୍କିମରେ ରିଟାୟର୍ଡ ଶିକ୍ଷକଙ୍କୁ ୩ ବର୍ଷ ପାଇଁ ରିସର୍ଚ୍ଚ ଓ୍ଵାର୍କ ନିମନ୍ତେ ଆର୍ଥକ ସୁବିଧା ମିଳିବ। ୬ମାସରେ ରିଟାୟର୍ଡ ହେବାକୁ ଥିବା ଶିକ୍ଷକ ମଧ୍ୟ ଏହାର ଫାଇଦା ଉଠାଇପାରିବେ। ଯୋଜନା ଅନ୍ତର୍ଗତ ୬୭ ବର୍ଷ ପର୍ଯ୍ୟନ୍ତ ରିଟ ।ୟର୍ଡ ଶିକ୍ଷକ ଆସିବେ। ଅଧିକ ତମ ଭାବେ ତାଙ୍କ ବୟସ ୩ବର୍ଷ ମାନେ ୭୦ ବର୍ଷ ହୋଇଥିବା ଆବଶ୍ୟକ। ଏମାନଙ୍କୁ ଫେଲୋସିପ ରୂପେ ମାସକୁ ମିଳିବ ୫୦ ହଜାର ଟଙ୍କା। ଏଥିପାଇଁ କିଛି ଏଲିଜିବିଲିଟି ସର୍ତ୍ତକୁ ରଖାଯାଇଛି। ଯେମିତିକି ଶିକ୍ଷକ ଅତି କମରେ ଦଶଟି ଫୁଲ ଟାଇମ କ୍ୟାଣ୍ଡିଡେଟ୍ସଙ୍କ ପିଏଚଡି ସୁପରଭାଇଜ କରିଥିବେ। ସେମାନଙ୍କ ମଧ୍ୟରୁ ୩ ଜଣ ପିଏଚଡି ଡିଗ୍ରୀ ହାସଲ କରିଥିବେ। ଏହାସହ ଅତିକମ ରେ ୩ଟି ସ୍ପଂସର ରିସର୍ଚ୍ଚ ପ୍ରୋଜେକ୍ଟରେ ପ୍ରିନ୍ସିପାଲ ଇନଭେଷ୍ଟିଗେଟର ରହିଥିବେ।

ୟୁନିଭର୍ସିଟି କଲେଜରେ ରେଗୁଲାର ଟିଚର୍ସଙ୍କୁ ରିସର୍ଚ୍ଚର ଭଲ ଟ୍ରେନିଂ ମିିଳିବ। ଏମିତିରେ ଶିକ୍ଷକଙ୍କର ଅତି କମ ରେ ଦଶ ବର୍ଷ ସର୍ଭିସ ହୋଇଥିବ। ଏହାସହ ବୟସ ୫୦ ବର୍ଷ ହୋଇଥିବ। ୫ଟି କ୍ୟାଣ୍ଡିଡେଟଙ୍କୁ ଫୁଲ ଟାଇମ ପିଏଚଡି କରାଇଥିବେ। ଦୁଇବର୍ଷ ପାଇଁ ଏଥିପାଇଁ ତାଙ୍କୁ ଆର୍ଥିକ ସହାୟତା ମିଳିବ। ଏହି ସ୍କିମରେ ୧୦ ଲକ୍ଷ ଟଙ୍କାର ସାହାଯ୍ୟ ମିଳିବ।

ଯେଉଁମାନେ ପିଏଚଡି ଷ୍ଟୁଡେଣ୍ଟ କିନ୍ତୁ କୌଣସି ରୋଜଗାର କରୁନାହାନ୍ତି ସେମାନେ ମଧ୍ୟ ଏହାର ଫାଇଦା ନେଇପାରିବେ। ଜେନେରାଲ କ୍ୟାଟେଗୋରୀ ପାଇଁ ୩୫ ବର୍ଷ ଓ ରିଜର୍ଭ କ୍ୟାଟେଗୋରୀ ଓ ମହିଳାଙ୍କ ପାଇଁ ବୟସ ୪୦ ବର୍ଷ ହୋଇଥିବା ଜରୁରୀ। ପିଜି ରେ ୫୫% ଥିବା ଆବଶ୍ୟକ। ଏହି ଯୋଜନା ୩ବର୍ଷ ପାଇଁ ରହିଛି। ପ୍ରତି ମାସରେ ୫୦ ହଜାର ଟଙ୍କାର ଫେଲୋସିପ୍‌ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.