NHAI ରେ ଖାଲିପଡିଛି ବିଭିନ୍ନ ପଦବୀ, ବିନା ପରୀକ୍ଷାରେ ମିଳିବ ଚାକିରି

ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ (NHAI)ରେ ଚାକିରି କରିବାର ସ୍ବପ୍ନ ହେବ ପୂରଣ। ଏଥିପାଇଁ NHAI ର ଡେପୁଟି ମ୍ଯାନେଜର ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି। ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ଏହି ପଦବୀ ପାଇଁ NHAIର ଅଧିକାରକ ୱେବସାଇଟକୁ ଯାଇ nhai.gov.in କୁ ଯାଇ ଆବେଦନ କରିପାରିବ। ଏହି ପଦବୀରେ ଆବେଦନ କରିବାର ଶେଷ ତାରିଖ ୨୮ ମଇ ରହିଛି।

ଏହାଛଡା ଅଧିକ ବିବରଣୀ ଜାଣିବା ପାଇଁ http://vacancy.nhai.org/vacancy/DMApplicationForm.aspx କ୍ଲିକ କରି ଏହି ପଦବୀ ପାଇଁ ଆବେଦନ କରିପାରିବେ। ଏହାସହିତ https://nhai.gov.in/nhai/sites/default/files ଲିଙ୍କ ଜରିଆରେ ଅଧିକାରକ ନୋଟିଫିକେସନ ମଧ୍ୟ ଦେଖିପାରିବେ।

ପଦବୀ ବିବରଣୀ:

ଡେପୁଟି ମ୍ଯାନେଜର: ୪୧
ୟୁଆର: ୧୮
ଏସଟି: ୬
ଓବିସି: ୪
EWS: ୧୦

job

ଶିକ୍ଷାଗତ ଯୋଗ୍ଯତା:

ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ଯତାପ୍ରାପ୍ତ ବିଶ୍ବବିଦ୍ଯାଳୟ/ ସଂସ୍ଥାରୁ ସିଭିଲ ଇଂଜିନିୟରିଂରେ ଡିଗ୍ରୀ ହେବା ଜରୁରୀ। ଏହା ସହିତ ସିଭିଲ ଇଂଜିନିୟରିଂରେ GATE ପରୀକ୍ଷା ଦେଇଥିବା ଆବଶ୍ଯକ।

ବୟସ ସୀମା: ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୩୦ ବର୍ଷ ହୋଇଥିବା ଆବଶ୍ଯକ।

ଚୟନ ପ୍ରକ୍ରିୟା: ଚୟନ ସିଭିଲ ଇଂଜିନିୟରିଂରେ GATE 2021 ମାର୍କ ଆଧାରରେ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.